ଶୋ, ଦାଦାଗିରି – ହୃଦୟରୁ ଓଡିଆ ଦର୍ଶକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ସ୍ୱତନ୍ତ୍ର ସିରିଜ୍ ତଥା ଦର୍ଶକଙ୍କ ସହିତ ଏବଂ ବାସ୍ତବ ଜୀବନର କାହାଣୀ ଆଣିବାର ସଂକଳ୍ପ। ଜଣେ ଶକ୍ତିଶାଳୀ ବ୍ୟକ୍ତି କିପରି ବଞ୍ଚିତ ଲୋକଙ୍କ ନିକଟରେ ପହଞ୍ଚି ପାରିବେ, ସାହାଯ୍ୟ କରିବେ ଏବଂ ଅସହାୟ ଲୋକଙ୍କୁ ଯୋଗାଇ ପାରିବେ ସେ ବିଷୟରେ ଏହି ଶୋ’ ହେଉଛି ।
ଶୋ’ ପ୍ରଥମେ ଜି ବାଙ୍ଗାଲାରେ ଦାଦାଗିରି ଅନଲିମିଟେଡ୍ ଭାବରେ ଆରମ୍ଭ ହୋଇଥିଲା, ସୋରାଭ ଗାଙ୍ଗୁଲିଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ପରେ ଜି ପଞ୍ଜାବୀରେ ପଞ୍ଜାବିଆନ୍ ଡି ଦାଦାଗିରି ଭାବରେ ହରଭଜନ ସିଂ ଦ୍ୱାରା ଆୟୋଜିତ ହେବା ସହିତ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ଶୋ ’ଓଡିଆ ଦର୍ଶକଙ୍କ ପାଇଁ ଜି ସାର୍ଥକର ଦାଦାଗିରି ହୃଦୟରୁ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜି ସାର୍ଥକ ର ଦାଦା ଗିରି ସୋ କୁ ଅନୁଭବ ମହାନ୍ତି ଛାଡି ଦେଇଛନ୍ତି ।ଜୀ ସାର୍ଥକର ଲୋକପ୍ରିୟ ଓଡ଼ିଆ ରିଅଲିଟି ସୋ’ ‘ଦାଦାଗିରି ହୃଦୟରୁ’ ରେ ଏଣିକି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବଦଳରେ ଲୋକପ୍ରିୟ ସିଦ୍ଧାନ୍ତ ମହାପାତ୍ର ଏହି ସୋ ର ହୋଷ୍ଟ କରୁଛନ୍ତି।ସେ ବହୁତ ସାରା ଓଡିଆ ଫିଲ୍ମ ରେ କାମ କରିଥିବାର ନଜର ଆସିଛନ୍ତି ।ସୂଚନା ଅନୁଯାଯୀ, ଗତ ଦିନ ମାନଙ୍କରେ ତାଙ୍କର ଓଡିଆ ଧାରାବାହିକ ରେ ଜବର୍ଦୋସ୍ତ ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥିଲେ । ତେବେ ବର୍ତମାନ ସମୟ ରେ ଗୋଟିଏ ରିଆଲିଟି ସୋ ରେ ହୋଷ୍ଟ କରିବାକୁ ଯାଉଛନ୍ତି ଓଡିଆ ହିରୋ ସିଦ୍ଧାନ୍ତ ମହାପାତ୍ର।
ଜାନୁୟାରୀ ରୁ ଏହି ଶୋ କୁ ଅନୁଭବ ମହାନ୍ତି ହୋଷ୍ଟ କରୁଥିଲେ କିନ୍ତୁ କିଛି କାରଣ ପାଇଁ ଜ଼ି ସାର୍ଥକ ତାଙ୍କୁ ବାହାରି କରି ଦେଇଛନ୍ତି। ଏବେ ତାଙ୍କ ଜାଗାରେ ଆପଣାମାନଙ୍କର ପ୍ରିୟ ସିଦ୍ଧାର୍ଥ ମହାପାତ୍ର କାମ କରୁଛନ୍ତି। ଆପଣ ମାନେ ସିଦ୍ଧାନ୍ତ ମହାପାତ୍ର ଙ୍କ ଜବର୍ଦୋସ୍ତ ଅଭିନୟ ଦେଖି ଥିବେ ଏହି ସୋ ରେ ଏବଂ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ତେବେ ଏହି ସୋ କୁ ହୋଷ୍ଟ କରିବା ପାଇଁ ସିଦ୍ଧାନ୍ତ ମହାପାତ୍ର ଗୋଟିଏ ଶୋ ପିଛା 1 ଲକ୍ଷ ଟଙ୍କା ନେଇ ଥାନ୍ତି। ଦାଦାଗିରି ହୃଦୟରୁ ବର୍ତ୍ତମାନ ଓଡିଆ ଟିଭି ଚ୍ୟାନେଲଗୁଡ଼ିକର ଅନ୍ୟତମ ସଫଳ ଶୋ’।