ଗୋଟିଏ ଚକୋଲେଟ ନେଇଯାଉଛି ଜୀ-ବନ ; ୧୧ ଦେଶରେ ବ୍ୟାପିଲା ଏହି ବ୍ୟାକ୍ଟେରିଆଲ ଇନଫେକ୍ସନ !

ଚଳିତ ବର୍ଷ ମାର୍ଚ୍ଚ ମାସରେ ବ୍ରିଟେନ (ୟୁକେ) ବ୍ୟାକ୍ଟେରିଆ ସଂକ୍ରମଣର ଶୀଘ୍ର ବିସ୍ତାର ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ସୂଚନା ଦେଇଥିଲା। WHO ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଏହି ବ୍ୟାକ୍ଟେରିଆ ଦ୍ୱାରା ଖାଦ୍ୟ ବି-ଷା-କ୍ତ (Food poisoning) ମା-ମ-ଲା ବେଲଜିୟମ ଚକୋଲେଟ୍ ହେତୁ ବ୍ୟାପୁଛି। 113 ଟି ଦେଶକୁ ବେଲଜିୟମରେ ନିର୍ମିତ ଚକୋଲେଟ୍ ଯୋଗାଇ ଦିଆଯାଉଥିଲା।

ସମସ୍ତ ଦେଶରୁ ଚକୋଲେଟ୍ ଫେରାଇ ନିଆଗଲା।

ଏପ୍ରିଲ୍ 10 ରେ ଏହି ଚକୋଲେଟକୁ ସମସ୍ତ ଦେଶରୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଗଲା। 11 ଟି ଦେଶରେ ଏହି ଚକୋଲେଟ୍ ଯୋଗୁଁ ଏପର୍ଯ୍ୟନ୍ତ 151 ଜଣ ଲୋକ ଅସୁସ୍ଥ ଥିବା ଜଣାଯାଇଛି। ୟୁରୋପରେ 151 ଟି ମା-ମ-ଲା ମଧ୍ୟରୁ 150 ଟି ପଞ୍ଜୀକୃତ ହୋଇଥିଲା, ଗୋଟିଏ ମା-ମ-ଲା ଆମେରିକାରେ ରି-ପୋ-ର୍ଟ କରାଯାଇଥିଲା।

WHO ଚେତା-ବନୀ ଦେଇଛି ଯେ ଯେଉଁ ଦେଶରେ ଏହି ମା-ମ-ଲାଗୁଡ଼ିକ ଧରାପଡିଛି, ଏହି ମାମଲାଗୁଡ଼ିକ କେବଳ ଉନ୍ନତ ମଲିକୁଲାର ଟେକ୍ନୋଲୋଜି ଦ୍ୱାରା ଧରାପଡିଛି। WHO ଅନୁଯାୟୀ ଇଷ୍ଟର ସମୟରେ ପର୍ଯ୍ୟାପ୍ତ ପରିମାଣର ଚକୋଲେଟ୍ ଯୋଗାଣ ହେଉଥିଲା ତେଣୁ ଏହି ମା-ମ-ଲାଗୁଡ଼ିକ ଆହୁରି ବିସ୍ତାର ହୋଇପାରେ। ସାବଧାନ ହେବା ଆବଶ୍ୟକ।

ପ୍ଲାଣ୍ଟରେ ତିଆରି କରାଯାଇଥିଲା ଏତେ ପ୍ରଡକ୍ଟସ।

ଏହି ରୋଗର ବୈଜ୍ଞାନିକ ନାମ ହେଉଛି ସଲମାନେଲା ଟାଇଫାଇମରିୟମ୍ (Salmonella Typhimurium)। ଖାଦ୍ୟ ବିଷାକ୍ତ ପାଇଁ ଏହି ବ୍ୟାକ୍ଟେରିଆ ଦାୟୀ। ଡିସେମ୍ବର 2021 ରେ ବେଲଜିୟମରେ ଏବଂ ଜାନୁଆରୀ 2022 ରେ ସଲମାନେଲା ଟାଇଫାଇମରିୟମ୍ Arlon ସ୍ଥିତ ଫେରେରୋ କର୍ପୋରେଟ୍ ପ୍ଲାଣ୍ଟରେ ମିଳିଥିଲା। ଏଠାରେ କିଣ୍ଡର ର ପ୍ରଡକ୍ଟ ତିଆରି କରାଯାଏ। ଏଠାର ସଫେଇ ପ୍ରଣାଳୀ ଏବଂ ବ୍ୟାକ୍ଟେରିଆର ନେଗେଟିଭ ରି-ପୋ-ର୍ଟ ଗ୍ରହଣ କରିବା ପରେ କିଣ୍ଡରର ପ୍ରଡକ୍ଟ ଗୁଡିକ ଫେରେରୋ ପ୍ଲାଣ୍ଟରେ ତିଆରି ହୋଇ ୟୁରୋପ ଏବଂ ଅନ୍ୟାନ୍ୟ ଦେଶକୁ ଯୋଗାଇ ଦିଆଯାଉଥିଲା। ଏହି କାରଖାନାରେ Kinder Surprise, Kinder Mini Eggs, Kinder Surprise Maxi 100g and Kinder Schoko-Bons ଭଳି ପ୍ରଡକ୍ଟ ପ୍ରସ୍ତୁତ କରାଯାଉଥିଲା

ପ୍ରଭାବ ପକାଇ ପାରୁନାହାନ୍ତି ଆଣ୍ଟିବାୟୋଟିକ।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ଅନୁସନ୍ଧାନ ଅନୁଯାୟୀ, ଏହି ବ୍ୟକ୍ଟେରିଆ ଦ୍ୱାରା ବିସ୍ତାରିତ ରୋଗ ଉପରେ ଆଣ୍ଟିବାୟୋଟିକ କୌଣସି ପ୍ର-ଭା-ବ ପକାଉନାହିଁ। Penicillins, Aminoglycosides ଯେପରି କି Streptomycin, Spectinomycin, Kanamycin and Gentamycin. ଏହା ବ୍ୟତୀତ Phenicols, Sulfonamides, Trimethoprim, Tetracyclines ଆଣ୍ଟିବାୟୋଟିକ୍ ମଧ୍ୟ କାମ କରୁନାହିଁ।

ବର୍ତ୍ତମାନ ଆପଣ 11 ଟି ଦେଶର ନାମ ଜାଣନ୍ତୁ ଯେଉଁଠାରୁ ଏହି ବ୍ୟକ୍ଟେରିଆ ସଂକ୍ରମଣର ରି-ପୋ-ର୍ଟ ହୋଇଛି।

ବେଲଜିୟମ (26 ମା-ମ-ଲା)।

ଫ୍ରାନ୍ସ (25 ମା-ମ-ଲା)।

ଜର୍ମାନୀ (୧୦ଟି ମା-ମ-ଲା)।

ଆୟର୍ଲାଣ୍ଡ (15 ଟି ମା-ମ-ଲା)।

ଲକ୍ସେମବର୍ଗ (1 ମା-ମ-ଲା)।

ନେଦରଲ୍ୟାଣ୍ଡ (2 ଟି ମା-ମ-ଲା)।

ନରୱେ (1 ମା-ମ-ଲା)

ସ୍ପେନ୍ (1 ମା-ମ-ଲା)

ସ୍ୱିଡେନ (4 ଟି ମା-ମ-ଲା)

ଯୁକ୍ତରାଷ୍ଟ୍ର (1 ମା-ମ-ଲା)

ଲୋକଙ୍କଠାରେ ଦେଖାଯାଉଥିଲା ଭ-ୟଙ୍କ-ର ଲକ୍ଷଣ।

ଡିସେମ୍ବରରୁ ମାର୍ଚ୍ଚ 2022 ମଧ୍ୟରେ ଏହି ରୋଗର ଅଧିକାଂଶ ମା-ମ-ଲା ରି-ପୋ-ର୍ଟ କରାଯାଇଥିଲା। 10 ବର୍ଷରୁ କମ୍ ପିଲାମାନଙ୍କଠାରେ ଅଧିକ ମା-ମ-ଲା ରି-ପୋ-ର୍ଟ କରାଯାଇଥିଲା। 21 ଜଣ ଗୁରୁ-ତର ରୋଗର ଶି-କା-ର ହୋଇଥିଲେ। 12 ଜଣଙ୍କର ର-କ୍ତସ୍ରା-ବ ଜନିତ ସମସ୍ୟା ହୋଇଥିଲା ଏବଂ 9 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଅବଶ୍ୟ କୌଣସି ମୃ-ତ୍ୟୁ ଖବର ନାହିଁ। WHO ଅନୁସାରେ ଏହି ମା-ମ-ଲାଗୁଡ଼ିକ ଏବେ ମଧ୍ୟ ଆସିପାରେ।

ସଲମାନେଲା ବ୍ୟାକ୍ଟେରିଆ ଦ୍ୱାରା ଜ୍ୱର, ପେଟ ଯ-ନ୍ତ୍ର-ଣା, ବାନ୍ତି ଏବଂ ହଇଜା ହୋଇପାରେ ଖାଦ୍ୟ ଖାଇବା ପରେ ଏହାର ଲକ୍ଷଣ 6 ରୁ 72 ଘଣ୍ଟା ମଧ୍ୟରେ ଦେଖାଯାଏ। ଖରାପ ଖାଦ୍ୟ କିମ୍ବା ପାଣି ପିଇବା ଦ୍ୱାରା ଏହି ସଂକ୍ରମଣ ହୁଏ। ସାଧାରଣତଃ ରୋଗୀ 7 ଦିନରେ ସୁସ୍ଥ ହେବା ଆରମ୍ଭ କରେ। କେତେକ ମା-ମ-ଲା ସାଂଘା-ତିକ ପ୍ରମାଣିତ ହୁଏ। ସଲମାନେଲା ବ୍ୟକ୍ଟେରିଆ ସଂକ୍ରମଣ କୁକୁଡ଼ା ଚାଷ ସମୟରେ ଏବଂ ଗୃହପାଳିତ ପଶୁମାନଙ୍କଠାରେ ମଧ୍ୟ ଦେଖାଯାଏ। ଏହି ଇନଫେକ୍ସନ ମଳ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବିସ୍ତାର ହୋଇପାରେ।

Leave a Reply

Your email address will not be published. Required fields are marked *