ବର୍ତମାନ 300 ଟଙ୍କାରୁ କମ ମୂଲ୍ୟରେ ବିନା ବିଜୁଳିରେ ଘରେ ହେବ ଆଲୋକମୟ,ରାତି ହେବା ମାତ୍ରେ ଅଟୋମେଟିକ ଅନ ହେଇଯିବ ଏହି ଲାଇଟ !

ଗ୍ରୀଷ୍ମ ଋତୁ ଆସିଗଲାଣି ଏବଂ ଏହା ସହିତ ବିଦ୍ୟୁତ୍ ବିଲ୍ ମଧ୍ୟ ବୃଦ୍ଧି ପାଉଛି। ଗ୍ରୀଷ୍ମୠତୁରେ ଫ୍ୟାନ, କୁଲର୍, ଲାଇଟ୍ ଏବଂ ଏସି ଦିନସାରା ଚାଲିଥାଏ, ଯେଉଁ କାରଣରୁ ବିଦ୍ୟୁତ୍ ବିଲ୍ ଦ୍ୱିଗୁଣିତ ହୁଏ। କିନ୍ତୁ ଆପଣ ଆପଣଙ୍କର ବିଦ୍ୟୁତ୍ ବିଲ ସ୍ମାର୍ଟ ଉପାୟରେ ସଞ୍ଚୟ କରିପାରିବେ। ସୋଲାର ଶକ୍ତି ସାହାଯ୍ୟରେ ଆପଣ ବିଦ୍ୟୁତ୍ ବିଲ କୁ ଯଥେଷ୍ଟ ହ୍ରାସ କରିପାରିବେ।

ଆମେ ଆପଣଙ୍କୁ ଏପରି ଏକ ସୋଲାର ଲାଇଟ ବିଷୟରେ କହିବାକୁ ଯାଉଛୁ, ଯାହା ରାତିରେ ଅନ୍ ହୋଇଯାଏ ଏବଂ ଦିନ ହେବା ମାତ୍ରେ ଅଟୋମେଟିକ ବନ୍ଦ ହୋଇଯାଏ। ଯଦି ଆପଣ ଏହି ଲାଇଟ ବିଷୟରେ ଶୁଣି ନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ। ଏହି ଲାଇଟର ମୂଲ୍ୟ ବହୁତ କମ୍ ଏବଂ ଏହାକୁ ବଜାର କିମ୍ବା ଫ୍ଲିପକାର୍ଟରୁ କିଣାଯାଇପାରିବ।

ଏହି ଲାଇଟ ସୂର୍ଯ୍ୟକିରଣ ଦ୍ୱାରା ଚାର୍ଜ କରାଯାଏ। ଆପଣ ଏହାକୁ କାନ୍ଥରେ ଲଗାଇପାରିବେ। ଅନ୍ଧାର ହେବା ମାତ୍ରେ ଏହି ଆଲୋକ ଅଟୋମେଟିକ ଭାବରେ ଟର୍ନ୍ ଅନ୍ ହେବ। ଏଥିରେ ଆପଣ ଏକ ମୋସନ୍ ସେନ୍ସର, ସୋଲାର ପ୍ୟାନେଲ୍ ଏବଂ ଲାଇଟ୍ ସେନ୍ସର ପାଇବେ। ବଜାରରେ ଅନେକ ପ୍ରକାରର ସୋଲାର ଲାଇଟ୍ ଉପଲବ୍ଧ। ଏହା ଫ୍ଲିପକାର୍ଟରୁ ମଧ୍ୟ କିଣାଯାଇପାରିବ। ଏଥିରେ ଥିବା ବ୍ୟାଟେରୀ ସୂର୍ଯ୍ୟକିରଣରେ ଚାର୍ଜ ହେବା ପରେ ଜଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅନ୍ଧାର ହେବା ମାତ୍ରେ ଏଥିରେ ସ୍ଥାପିତ ସେନ୍ସର ଲାଇଟକୁ ଟର୍ନ୍ ଅନ୍ କରେ।

ଏପରି ହେବାର କାରଣ ହେଉଛି ଏହାର ମୋସନ୍ ସେନ୍ସର, ଯେତେ ଶୀଘ୍ର ଏହି ଲାଇଟ ର ଆଖ ପାଖ ଅନ୍ଧାର ହୋଇଯିବ ସଂଗେ ସଂଗେ ତାର ସେନ୍ସର ଏହାକୁ ଜାଣିପାରି ଲାଇଟକୁ ଅନ କରିଦେବ। ବଜାରରେ ଆପଣ ଏହି ଲାଇଟକୁ 300 ରୁ କମ୍ ମୂଲ୍ୟରେ ପାଇବେ। ଯଦି ଆପଣ ଅନ୍ଲାଇନ୍ ରେ ଲାଇଟ୍ କିଣିବାକୁ ଚାହାଁନ୍ତି, ତେବେ ଏହା 245 ଟଙ୍କାରେ ଉପଲବ୍ଧ। ଏହାର ଏକ ଶକ୍ତିଶାଳୀ ବ୍ୟାଟେରୀ ଅଛି, ଯାହା ନିଶ୍ଚିତ କରେ ଯେ ଏହା ଦିନସାରା ଚାଲିପାରିବ।

Leave a Reply

Your email address will not be published. Required fields are marked *