ରେଖାଙ୍କୁ ଲଗାତାର ଖରାପ କମେଣ୍ଟ କରୁଥିଲା ବ୍ୟକ୍ତି,ଅମିତାଭ ବଚ୍ଚନ କରିଦେଲେ ଜୋରଦାର ମାଡ଼ପିଟ୍,ଜାଣନ୍ତୁ ଘଟଣା ।

‘ଶତାବ୍ଦୀର ମହାନାୟକ’ ଅମିତାଭ ବଚ୍ଚନ ଏବଂ ହିନ୍ଦୀ ସିନେମାର ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କ ସମ୍ପର୍କ କାହାଠାରୁ ଲୁଚି ରହିନାହିଁ । ଦୁଇ କଳାକାରଙ୍କ ପ୍ରେମ କାହାଣୀ ଦୁନିଆ ଜାଣିଛି । ସେ କଥା ଅଲଗା କି ଦୁହିଁଙ୍କ ପ୍ରେମକୁ କୌଣସି ଗନ୍ତବ୍ୟ ସ୍ଥଳ ମିଳିପାରିନଥିଲା । କିନ୍ତୁ ଦୁହିଁଙ୍କ ଆଫେୟାର କୁ ହିନ୍ଦୀ ସିନେମାର ସବୁଠୁ ଚର୍ଚ୍ଚିତ ଆଫେୟାର ମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ କରାଯାଏ ।

ଅମିତାଭ ବଚ୍ଚନ ଏବଂ ରେଖା ଏକା ସାଥିରେ ଅନେକ ଫିଲ୍ମ ରେ କାମ କରିଥିଲେ । ଦୁହିଁଙ୍କ ଯୋଡିକୁ ବଡ଼ ପରଦାରେ ବହୁତ ପସନ୍ଦ କରାଯାଇଛି । ଏହା ମଧ୍ୟରେ ଦୁହିଁଙ୍କୁ ପରସ୍ପର ସହ ପ୍ରେମ ହୋଇଯାଇଥିଲା । ତେବେ ଦୁହିଁଙ୍କର ଏହି ସମ୍ପର୍କକୁ କୌଣସି ଗନ୍ତବ୍ୟସ୍ଥଳ ମିଲିପାରିଲା ନାହିଁ । ଏମିତି ହେବା ସାଧାରଣ ମଧ୍ୟ ଥିଲା କାରଣ ଅମିତାଭ ବିବାହିତ ଥିଲେ ଏବଂ ଦୁହିଁଙ୍କ ସମ୍ପର୍କ ଆଗକୁ ଯାଇ ଏହି କାରଣରୁ ଭାଙ୍ଗିଯାଇଥିଲା ।

ପ୍ରାୟ ଅଧ ଡର୍ଜନ ଫିଲ୍ମ ରେ ରେଖା ଏବଂ ଅମିତାଭ ସାଙ୍ଗ ହୋଇ କାମ କରିଛନ୍ତି । କୌଣସି ଫିଲ୍ମର ସୁଟିଙ୍ଗ ସମୟରେ ଦୁହିଁଙ୍କ ଆଖି ମିଶିଯାଇଥିଲା । ଅମିତାଭ ପ୍ରଥମରୁ ହିଁ ବିବାହିତ ଥିଲେ କିନ୍ତୁ ଏହା ସତ୍ତ୍ୱେ ତାଙ୍କ ହୃଦୟ ରେଖାଙ୍କ ଉପରେ ଆସିଯାଇଥିଲା ତେବେ ରେଖାଙ୍କୁ ମଧ୍ୟ ଏଥିରେ କୌଣସି ଆପତ୍ତି ନଥିଲା ।

କୁହାଯାଉଛି କି ୧୯୭୬ ମସିହାରେ କୌଣସି ଫିଲ୍ମର ସୁଟିଙ୍ଗ ସମୟରେ ରେଖା ଏବଂ ଅମିତାଭ ଦୁହେଁ ଦୁହିଁଙ୍କର ବହୁତ ନିକଟତର ହୋଇଯାଇଥିଲେ । ଏହା ପରେ ଦୁହିଁଙ୍କ ସମ୍ପର୍କ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହି ଦୁଇଜଣ କଳାକାରଙ୍କ ପ୍ରେମ କାହାଣୀ ବହୁତ ପ୍ରସିଦ୍ଧ ଅଟେ । ଏମିତିରେ ଆମେ ଆପଣଙ୍କ ମଧ୍ୟ ଗୋଟିଏ କାହାଣୀ ଶୁଣେଇବାକୁ ଯାଉଛୁ ଯେତେବେଳେ ରେଖା ପାଇଁ ବିଗ ବି ଗୋଟିଏ ବ୍ୟକ୍ତିକୁ ମାଡ଼ ପିଟ କରିଦେଇଥିଲେ ।

ଆମେ ଆପଣଙ୍କୁ ଯେଉଁ କାହାଣୀ ଶୁଣେଇବାକୁ ଯାଉଛୁ ତାହା ହେଉଛି ଫିଲ୍ମ ‘ଗଙ୍ଗା କି ସୌଗନ୍ଧ ‘ ସହ ଜଡିତ । ୧୯୭୮ ମସିହାରେ ଆସିଥିବା ଏହି ଫିଲ୍ମରେ ରେଖା ଏବଂ ବିଗ ବି ସାଥିରେ କାମ କରିଥିଲେ । ଏହାର ସୁଟିଙ୍ଗ ରାଜସ୍ଥାନ ରେ ମଧ୍ୟ ହୋଇଥିଲା । ସେତେବେଳେ ହି ଗୋଟେ ଥର ସେଟ୍ ରେ ଗୋଟିଏ ଖାସ କାରଣରୁ ରେଖା ପାଇଁ ଅମିତାଭ ଜଣେ ବ୍ୟକ୍ତି କୁ ପିଟିଥିଲେ ।

ପ୍ରକୃତରେ କଥା ଏହା ହେଉଛି କି ଫିଲ୍ମର ସୁଟିଙ୍ଗ ଦେଖିବା ପାଇଁ ବହୁତ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ସେତେବେଳେ ହିଁ ଗୋଟିଏ ବ୍ୟକ୍ତି ରେଖାଙ୍କୁ ଖରାପ ପ୍ରକାରର ବ୍ୟବହାର କରୁଥିଲା । ସେ ରେଖାଙ୍କ ଉପରେ ଖରାପ କମେଣ୍ଟ କରୁଥିଲା ଏବଂ ଖରାପ ହରକତ୍ କରୁଥିଲା । ଟିମ ସେହି ଲୋକଙ୍କୁ ବୁଝାଇଲେ ହେଲେ ସେ ମାନିଲା ନାହିଁ ।

ବୁଝାଇଲା ପରେ ମଧ୍ୟ ସେହି ବ୍ୟକ୍ତି ଭୁଲ ଦୋହରଉ ଥିଲା ତେବେ ଅମିତାଭ ବଚ୍ଚନଙ୍କୁ ରାଗ ଆସିଗଲା । ବିଗ ବି ରାଗରେ ତାଙ୍କୁ ମାଡପିଟ କରିଦେଇଥିଲେ । ପୁରା ୟୁନିଟ ଏବଂ ରେଖାଙ୍କ ସାମ୍ନାରେ ଅମିତାଭ ସେହି ବ୍ୟକ୍ତିଙ୍କୁ ପିଟିଥିଲେ । ବିଗ ବି ଙ୍କ ଏହି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଘଟଣା ପରେ ଲୋକମାନଙ୍କୁ ଏହା ଲାଗିବାକୁ ଲାଗିଲା କି ବିଗ ବି ଏବଂ ରେଖା ଙ୍କ ଭିତରେ କିଛି ନା କିଛି ନିଶ୍ଚିତ ଅଛି ।

୧୯୮୧ ମସିହାରେ ରେଖା ଏବଂ ଅମିତାଭ ଶେଷଥର କରିଥିଲେ କାମ ..

ରେଖା ଏବଂ ଅମିତାଭ ବଚ୍ଚନ ବଡ଼ ପରଦାରେ ଶେଷ ଥର ୧୯୮୧ ମସିହାରେ କାମ କରିଥିଲେ । ଏହି ସମୟରେ ତାଙ୍କ ଫିଲ୍ମ ‘ସିଲସିଲା’ ଆସିଥିଲା । ଭି ଫିଲ୍ମରେ ଦୁହିଁଙ୍କ ସହ ଜୟା ବଚ୍ଚନ ମଧ୍ୟ ଦେଖିବାକୁ ମିଳିଥିଲେ । କହିରଖୁଛୁ କି ଏହି ଫିଲ୍ମ ପରେ ଆଜ ପର୍ଯ୍ୟନ୍ତ ରେଖା ଏବଂ ବିଗ ବି କେବେ ସାଥିରେ କାମ କରିନାହାନ୍ତି । ଏହି ଫିଲ୍ମ ସହିତ ହି ଦମ୍ପତିଙ୍କ ସମ୍ପର୍କର ମଧ୍ୟ ଅନ୍ତ ହୋଇଯାଇଥିଲା ।

ବିଗ ବି ନିଜ ବୈବାହିକ ଜୀବନକୁ ଦେଖିକରି ରେଖାଙ୍କ ସହ ସମ୍ପର୍କ ଭାଙ୍ଗିଦେବାକୁ ହିଁ ଠିକ ବୁଝିଥିଲେ ତେବେ ରେଖାଙ୍କୁ ଜୟା ମଧ୍ୟ ସଫା ସଫା କହିଦେଇଥିଲେ କି ତାଙ୍କ ସ୍ୱାମୀଙ୍କ ଠାରୁ ଦୂରେଇ ଯାଆନ୍ତୁ।

Leave a Reply

Your email address will not be published. Required fields are marked *