‘ମୁ 12 ବର୍ଷର.. ତୁ 20 ବର୍ଷର’, ଯେତେବେଳେ ପ୍ରଥମ ଦେଖାରେ ଆଲିଆ ରଣବୀରଙ୍କ କାନ୍ଧକୁ ଦେଖିଥିଲେ..’

ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ହୋଇସାରିଛି | କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ପ୍ରଥମ ଥର ପାଇଁ ଆଲିଆ ଏବଂ ରଣବୀରଙ୍କର ଭେଟ ହୋଇଥିଲା | ଏହି ଘଟଣାକୁ ମନେ ପକାଇ ଆଜି ବି ଆଲିଆ ଲ-ଜ୍ଜାରେ ଲାଲ ହୋଇଯାଆନ୍ତି | ଏହି ଦୁହିଁଙ୍କର ପ୍ରଥମ ଭେଟ କଣ ହୋଇଥିଲା ଆପଣଙ୍କୁ ଆଗକୁ କହିବୁ :-

ରଣବୀର-ଆଲିଆଙ୍କ ପ୍ରଥମ ଦେଖା :-

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏପ୍ରିଲ୍ 14 ରେ ବିବାହ ବନ୍ଦନରେ ବାନ୍ଧି ହୋଇସାରିଛନ୍ତି | ଏହି ଦମ୍ପତି ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହର ଫେରା ନେଲେ | ରଣବୀର ଆଲିଆଙ୍କୁ ଏକାଠି ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ | ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ଉଭୟ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଥିଲେ। ସମାନ ଫିଲ୍ମର ସେଟ୍ ସମୟରେ ଦୁହେଁ ପ୍ରଥମ ଥର ପାଇଁ ଭେଟ ହୋଇଥିଲେ |

ଭନସାଲୀଙ୍କ ଫିଲ୍ମରେ କରିବାକୁ ଯାଉଥିଲେ ଦୁହେଁ ଡେବ୍ୟୁ :-

ସଞ୍ଜୟ ଲୀଲା ଭନସାଲୀଙ୍କ 2002 ନିଜ ଫିଲ୍ମ ବାଳିକା ବଧୂ ରେ କାମ କରୁଥିଲେ | ଏହି ଫିଲ୍ମରେ ସେ ଆଲିଆଙ୍କୁ ରଣବୀରଙ୍କ ଆପୋଜିଟ କାଷ୍ଟ କରିବାକୁ ଚାହୁଁଥିଲେ | ସେତେବେଳେ ଆଲିଆ 12 ବର୍ଷ ଏବଂ ରଣବୀରଙ୍କୁ 20 ବର୍ଷ ବୟସ ହୋଇଥିଲା | ଏହି ସେଟରେ ଏହି ଦୁହିଁ ଦମ୍ପତି ପ୍ରଥମ ଥର ପାଇଁ ଭେଟିଥିଲେ ଏବଂ ଦୁହେଁ ମିଶି ଫୋଟୋ ସୁଟ ମଧ୍ୟ କରିଥିଲେ | ରିପୋର୍ଟସ୍ ଅନୁଯାୟୀ, ଭନସାଲୀ ଆଲିଆଙ୍କ ଠାରୁ ରଣବୀରଙ୍କ କାନ୍ଧରେ ମୁଣ୍ଡ ରଖିବାକୁ କହିଥିଲେ ସେ ଖୁସି ଏବଂ ଲା-ଜରେ ନାଲି ହୋଇଯାଇଥିଲେ | ଆଲିଆ ଏମିତି ଇମୋସନାଲ ହୋଇଗଲେ ଯେ ଏହି ସୀନକୁ ସେ କରିପାରିଲେ ନାହିଁ |

ଆଲିଆଙ୍କ ଫ୍ୟାନ ହୋଇଗଲେ ରଣବୀର :-

2017 ରେ ଗୋଟିଏ ଇଣ୍ଟରଭ୍ୟୁରେ ରଣବୀର ଏହି ମୁମେଣ୍ଟକୁ ମନେ ପକେଇ କହିଲେ,’ବହୁତ ଲୋକ ଏହି କଥାକୁ ଜାଣିନାହାନ୍ତି କି ମୁଁ ଆଉ ଆଲିଆ ସଞ୍ଜୟ ଲୀଳା ବଂଶାଳୀର ବାଳିକା ବଧୂ ଫିଲ୍ମରୁ ନିଜର ଡେବ୍ୟୁ କରିବାର ଥିଲା । ଆମେ ଏଇଥିପାଇଁ ଗୋଟିଏ ଫୋଟୋଶୁଟ ମଧ୍ୟ କରିଥିଲୁ । ସେବେଠୁ ମୁଁ ଆଳିଆର ଫ୍ୟାନ ହୋଇଗଲି ।

ଆପଣଙ୍କୁ କହିରଖୁଛୁ କି ରଣବୀର କପୁର ଏବଂ ଆଲିଆ ଭଟ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ ରେ ଏକା ସାଥିରେ ନଜର ଆସିବେ । ଏହି ଫିଲ୍ମ ୯ ସେପ୍ଟେମ୍ବର କୁ ପ୍ରକ୍ଷାଳୟ ରେ ରିଲିଜ ହେବ । ଏଥିରେ ରଣବୀର ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ,ନାଗାର୍ଜୁନ ଅକ୍କୀନେନି ଏବଂ ମୌନି ରୟ ମଧ୍ୟ ନଜର ଆସିବେ । ଏହା ବ୍ୟତୀତ ରଣବୀର ଫିଲ୍ମ ‘ଏନିମଲ’ ରେ ମଧ୍ୟ ନଜର ଆସିବେ । ବିବାହ ପରେ ରଣବୀର ଏହି ଫିଲ୍ମର ସୁଟିଙ୍ଗ ରେ ବ୍ୟସ୍ତ ହୋଇଯାଇଛନ୍ତି । ତେବେ ଆଲିଆ ରକି ଏବଂ ରାଣୀର ପ୍ରେମ କାହାଣୀର ସୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *