ନିଜର ସୁନ୍ଦର କମେଡି ଦ୍ୱାରା ଦର୍ଶକଙ୍କୁ ହସେଇବା ବାଲା ମହାନ କମେଡିଆନ ଭାରତୀ ସିଂହ ନିକଟରେ ଗୋଟିଏ ପୁଅର ମା ହୋଇଛନ୍ତି । ପୁଅର ଜନ୍ମ ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି । ତେବେ ତାଙ୍କ ପତି ହର୍ଷ ଲମ୍ବାଚିଆ ମଧ୍ୟ ବାପା ହେବା ପରେ ବହୁତ ଖୁସି ଅଛନ୍ତି,କିନ୍ତୁ ଭାରତୀ ୧୩ଦିନର ପୁଅକୁ ଛାଡ଼ି କାମ କରିବାକୁ ଫେରିଆସିଛନ୍ତି । ଏମିତି ରେ କିଛି ଲୋକ ତାଙ୍କ ଉତ୍ସାହ କୁ ସଲାମ କରିଛନ୍ତି ତ ଆଉ କିଛି ଲୋକ ତାଙ୍କୁ ଖରାପ ଭାବରେ ଟ୍ରୋଲ୍ କରିଛନ୍ତି ।
ଆଜ୍ଞା ହଁ,ସୋସିଆଲ ମିଡ଼ିଆରେ ଭାରତୀ ସିଂହଙ୍କୁ ଲଗାତାର ଟ୍ରୋଲ୍ କରାଯାଉଛି ଏବଂ ତାଙ୍କୁ ଏହି କଥା ବୁଝାଯାଉଛି କି ତାଙ୍କ ପାଖରେ ପାଇସାର ଏତେ କମି ଆସିଯାଇଛି ଯେ ଯେଉଁଥିପାଉ ସେ ତାଙ୍କ ୧୫ ଦିନର ଛୋଟ ଛୁଆ କୁ ଘରେ ଛାଡ଼ି ଦେଲେ ଆଉ ସେ କାମକୁ ବାହାରି ପଡିଲେ । ଭାରତୀ ସିଂହ ମଧ୍ୟ ଟ୍ରୋଲର୍ ମାନଙ୍କୁ କଡା ଜବାବ ଦେଇଛନ୍ତି ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଲଗାତାର ଚର୍ଚ୍ଚାର ବିଷୟ ପାଲଟିଛି । ଆସନ୍ତୁ ଜାଣିବା ଭାରତୀ ସିଂହ କଣ କହିଲେ ?
୩ ଅପ୍ରେଲ୍ କୁ ଭାରତୀ ସିଂହ ଦେଲେ ପୁଅକୁ ଜନ୍ମ :-
ସର୍ବପ୍ରଥମେ ଆମେ ଆପଣଙ୍କୁ ଏହା କହିରଖୁଛୁ କି ୩ ଅପ୍ରେଲ ୨୦୨୨ ମସିହାକୁ ଭାରତୀଙ୍କ ଘରେ ପୁଅର ଜନ୍ମ ହେଲା । ଏହି ସମୟରେ ତାଙ୍କ ପତି ହର୍ଷ ଲିମ୍ବାଚିଆ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ସେୟାର କରି କ୍ୟାପସନ ରେ କହିଥିଲେ କି,”ପୁଅ ହେଇଚି” । କହିରଖୁଛୁ କି ପୁଅକୁ ଜନ୍ମ ଦେବା ପରେ ହିଁ ଭାରତୀ ସିଂହ ଚଲା ବୁଲା କରିବାକୁ ଲାଗିଥିଲେ ଏବଂ ସେ ନିଜକୁ ସବଳ କରିଥିଲେ ଏବଂ ତାଙ୍କର ଏହି ଉତ୍ସାହ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ।
View this post on Instagram
କେବଳ ଏତିକି ନୁହେଁ ବରଂ ୧୨ଦିନ ପରେ ଭାରତୀ ସିଂହ କାମକୁ ମଧ୍ୟ ଫେରିଆସିଲେ । ଏହି ସମୟରେ କିଛି ଲୋକ ନାରୀ ଶକ୍ତିକୁ ସଲାମ କଲେ ତେବେ ଆଉ କିଛି ଲୋକ ବହୁତ କଥା ମଧ୍ୟ ଶୁଣେଇଲେ ।
ୟୁଜରମାନେ ଭାରତୀଙ୍କୁ କଲେ ଟ୍ରୋଲ୍ :-
ସୋସିଆଲ ମିଡିଆରେ ଜଣେ ୟୁଜର ଭାରତୀ ସିଂହଙ୍କୁ ଟ୍ରୋଲ୍ କରି ଲେଖିଲେ କି,”ପଇସା ଏତେ କଣ ଅସୁବିଧା ହେଲା ଯେ ଏବେ ପିଲାକୁ ୧୫ ଦିନ ବି ହୋଇନାହିଁ ଆଉ ତୁମେ ସୁଟିଙ୍ଗ କରିବାକୁ ଆସିଗଲ..କେମିତି କା ମା ତୁମେ ।” ଆଉ ଅନ୍ୟ ଜଣେ ଲେଖିଛନ୍ତି କି,”ନି-ର୍ଦ୍ଦ-ୟ ମା” ଏହା ବ୍ୟତୀତ ମଧ୍ୟ ଅନେକ ୟୁଜର ଭାରତୀଙ୍କୁ ଅଭଦ୍ର କମେଣ୍ଟ କଲେ ଏବଂ ଖରାପ ଭାବରେ ଟ୍ରୋଲ୍ କରାଗଲା ।
ଟ୍ରୋଲର୍ ମାନଙ୍କୁ ଭାରତୀ ଦେଲେ କଡା ଜବାବ :-
ଭାରତୀ ସିଂହ ମଧ୍ୟ ଟ୍ରୋଲର ମାନଙ୍କୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି କି,”ହଁ ଏହି କଥା ସତ କି ମୁଁ ବହୁତ କମ ସମୟ ପରେ ହିଁ କାମକୁ ଫେରିଆସିଛି । ମୁଁ ଏଥିପାଇଁ ଫେରିଆସିଛି କାରଣ ମୁଁ ୱାର୍କ କମିଟମେଣ୍ଟ କରିଥିଲି । ବୃତ୍ତିଗତ ଜୀବନରେ କମିଟମେଣ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ,ଲୋକ ଆପଣଙ୍କ ଉପରେ ନିର୍ଭରଶୀଳ ମଧ୍ୟ ରହିଥାନ୍ତି । ମୋର ଛୋଟ ଛୁଆଟେ ଅଛି,ଯାହା ପାଇଁ ଘରେ ପୁରା ପରିବାର ଅଛି ।
ଆଇମା – ଜେଜେମା ସମସ୍ତେ ଘରେ ହିଁ ଅଛନ୍ତି । ଏମିତି ନୁହେଁ କି ମୁଁ କାମକୁ ଆସୁଛି ଆଉ ତାକୁ କ୍ଷୀର ମିଳୁନାହିଁ । ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ରଖି ଆସିଛି । ସେ ପୁରା ଦିନ ମୋର ହିଁ କ୍ଷୀର ପିଏ । ବିଲକୁଲ ପ୍ରେଶର ମଧ୍ୟ ଅନୁଭବ ହୁଏନାହିଁ । ବରଂ ଏହା ଭଲ ଲାଗୁଛି କି ଗୋଟିଏ ପିଲା କାରଣରୁ ମୋ ପରିବାର ଏତେ ନିକଟ ତର ହୋଇଯାଇଛନ୍ତି ।
ଏହିପରି ଦିଅନ୍ତି ତାଙ୍କ ପିଲା ଉପରେ ଧ୍ୟାନ :-
ଆଗକୁ ଭାରତୀ କହିଛନ୍ତି କି,”ସିଗନାଲ ଉପରେ ଅନେକ ଗର୍ଭ-ବତୀ ମହିଳା କାମ କରୁଥିବାର ନଜର ଆସିବେ । ଅନେକ ମହିଳା ଡେଲିଭରି ତୁରନ୍ତ ପରେ ହିଁ କାମ କରନ୍ତି । ମୁଁ ମଧ୍ୟ କୌଣସି ରାଜକୁମାରୀ ନୁହେଁ ।
ମୋତେ ଏବେ କାମର ଆବଶ୍ୟକ ଅଛି । ଲୋକ ବହୁତ କଥା କହିବେ,କିନ୍ତୁ ଯାହା ଉପରେ ବିଟୁଛି କେବଳ ସେ ହିଁ ସତ ଜାଣିଚି”। ଭାରତୀ କହିଛନ୍ତି କି,’ମୁଁ ନିଜେ ବେବି କୁ କ୍ୟାମେରାରେ ଦେଖୁଚି,ସେ ହଲିଲେ ବି ମୋତେ ନୋଟିଫିକେସନ ଆସିଥାଏ । କିନ୍ତୁ ଏମିତି ଅନେକ ମା ଅଛନ୍ତି ଯାହାଙ୍କ ପାଖରେ ଏହି ସୁବିଧା ନାହିଁ । ଏବେ ଅନୁଭବ ହେଉଛି କି ଆମ ମା ମାନେ କେତେ ଭାବୁଥିବେ ଆମ କଥା ।”
ପତିଙ୍କ ସହ ଏହି ଶୋ କୁ ହୋଷ୍ଟ କରୁଛନ୍ତି ଭାରତୀ ସିଂହ :-
କହିରଖୁଛୁ କି ଭାରତୀ ସିଂହ ନିଜ ପତି ହର୍ଷଙ୍କ ସାଥିରେ ଡାନ୍ସ ଶୋ’ହୁନରବାଜ ଦେଶ କୁ ଶାନ’ କୁ ହୋଷ୍ଟ କରୁଛନ୍ତି । ନିକଟରେ ଭାରତୀ ନିତୁ କପୁରଙ୍କ ସାଥିରେ ଜମେଇକି ମସ୍ତି କରିଛନ୍ତି । ସେ ରଣବୀର – ଆଲିଆଙ୍କୁ ମଧ୍ୟ ବିବାହର ଶୁଭେଚ୍ଛା ଦେଇ କହିଛନ୍ତି କି,”ଦୁହିଁଙ୍କୁ ବହୁତ ବହୁତ ଶୁଭେଚ୍ଛା,ଆମକୁ ଡାକିଥିଲେ କିନ୍ତୁ ଆମେ ଯାଇପାରିଲୁ ନାହିଁ କାରଣ ପିଲା ଛୋଟ ଥିଲା ନା ଏଥିପାଇଁ ।”