ଦୁତିଙ୍କ ପ୍ରେମ ସମ୍ପର୍କରେ ଫାଟ ! ବିବାହ ବଦଳରେ ମୋନାଲିସାଙ୍କ ସହ ହେଲା ବ୍ରେକ-ଅପ !

ଦୌଡରାଣୀ ଦୂତି ଚାନ୍ଦଙ୍କ ପ୍ରେମରେ ଫାଟ । ପ୍ରେମିକା ମୋନାଲିସାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ ବଖାଣିଛନ୍ତି ଦୂତି । ନିଜ ହ୍ୱାଟସଆପ୍ ଷ୍ଟାଟସରେ ଏପରି କିଛି ଲେଖି ନିଜ ମନର ଦୁଃ-ଖକୁ ବଖାଣିଛନ୍ତି ଦୌଡରାଣୀ । ସେ ନିଜ ହ୍ୱାଟ୍ସଆପ ଷ୍ଟାଟସରେ ତାଙ୍କ ପ୍ରେମର ବି-ବା-ଦକୁ ସେୟାର କରିବା ସହିତ ପ୍ରେମିକାଙ୍କ ସହ ମତାନ୍ତରର ବାର୍ତାଳାପକୁ ସେୟାର କରିଛନ୍ତି । ଆଉ ଦୂତିଙ୍କ ପ୍ରେମିକା ମଧ୍ୟ ଚାଟିଂରେ କହିଛନ୍ତି ଉପହାର ସ୍ୱରୂପ ସେ ଦୂତିଙ୍କ ପାଖରୁ ଯାହା ଗ୍ରହଣ କରିଛନ୍ତି ସବୁ ଫେରାଇ ଦେବେ ।

ଏଭଳି ଏକ ଖବର ମଙ୍ଗଳବାର ଦିନସାରା ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ବିଭିନ୍ନ କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଦୂତିଙ୍କ ପ୍ରେମରେ ଫାଟ ସୃଷ୍ଟି ହେବା ଖବର ବି ନିଆଁ ଭଳି ବ୍ୟାପୀ ଯାଇଥିଲା । ହେଲେ ଶେଷରେ ଏହା ଗୁଜବ ମାତ୍ର । ଏଥିରେ କୌଣସି ସତ୍ୟତା ନଥିବା ଦୂତି ନିଜ ହ୍ବାଟସ୍ଆପ୍ ଷ୍ଟା‌ଟସ୍‌ରେ ଆଉ ଏକ ଲେଖା ପ୍ରକାଶ କରି ସ୍ପଷ୍ଟ କରି ଦେଇଥିଲେ । ଏପରିକି ଏକ ଏପ୍ରିଲ ଫୁଲ୍ ଗମାତ ଥିଲା ବୋଲି ଦୂତି ଅନ୍ୟ ଏକ ସାଙ୍କେତିକ ‌ପୋଷ୍ଟ କରି ଜଣାଇଥିଲେ ।

ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଖବର ଉପରେ ପ୍ରକାଶ କରି ଦୂତି ଲେଖିଥିଲେ ଯେ ଆରେ ଭାଇ ଆମ ପ୍ରେମରେ କେବେ ବି ଫାଟ ହୋଇନି କି ହେବ ବି ନାହିଁ । ମୋ ପାଇଁ ‌ପ୍ରେମ ହିଁ ଜୀବନ । ମୋ ବନ୍ଧୁଙ୍କ ଷ୍ଟାଟସ୍ ମୁଁ ସେୟାର କରିଥିଲି । ସେଇଟା ମୋର ନଥିଲା । ତେବେ ସ୍ପଷ୍ଟୀକରଣ ଦେବା ପୂର୍ବରୁ ଦୂତିଙ୍କ ଷ୍ଟାଟସ୍‌ରେ ଲେଖାଥିଲା ଯେ ଏମିତି ଏକ ଝିଅକୁ ଭଲପାଇ ବସିଲି ଯେ ତା ମନରେ ମୋ ପ୍ରତି ଖାଲି ସନ୍ଦେହ ହିଁ ସନ୍ଦେହ । ଯିଏ ଦିନେ ମୋତେ ପାଇ ଦୁନିଆର ସବୁ ସୁଖ ପାଇଯାଇଥିଲା ବୋଲି କହୁଥିଲା ଆଜି କାଳେ ମୋତେ ଭଲ ପାଇ ବଡ ଭୁଲଟେ କରିଦେଇଛି ବୋଲି କହୁଛି । କାହାକୁ କ’ଣ କହିବି ।

ବିଧିର ବିଧାନ କେ କରିବ ଆନ । ଆମେ ସମସ୍ତେ ସମୟର ଦାସ । କେତେ ବେଳେ କଣ ହେବ କିଏ ବା କହିବ । ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି । ଏଠି ସମୟର ସହ ସମସ୍ତେ ଦିନେ ନା ଦିନେ ହଜିଯାଆନ୍ତି । ଲାଇଫରେ ପ୍ରତ୍ୟେକଟି ଟାଇମକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ । କିଏ ଜାଣେ ଆମେ ଚିନ୍ତା କରୁଥିବା ଫ୍ୟୁଚର ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ଅତୀତ ହୋଇଯାଇଥିବା । ତେବେ ବନ୍ଧୁଗଣ ସତ କଥାଟି କଣ ଆଗକୁ ନିଶ୍ଚୟ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *