ବଡ ଘୋଷଣା : ଦୁଇ ମାସ ପର୍ଯ୍ୟନ୍ତ ଭାରତକୁ ରାସ୍ତା ଛାଡ଼ିଦେବ ପାକିସ୍ତାନ

ଆମ ଦେଶ ସବୁବେଳେ ଅନ୍ୟ ଦେଶ ମାନଙ୍କର ଅସୁବିଧା ସମୟରେ ସାହାର୍ଯ୍ୟ ର ହାତ ବଢ଼ାଇ ଥାଏ, ଯାହା ଯେତିକି ସମ୍ଭବ ସେତିକି ସାହାର୍ଯ୍ୟ କରିଥାଏ। ଗତ କିଛି ଦିନ ତଳେ ଭାରତ ମାନବିକତାର ଏକ ଏପରି କାମ କରିଛି ଯାହାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି। ଦୁର୍ବିକ୍ଷ ଓ ଆର୍ଥିକ ସ-ଙ୍କ-ଟର ସାମ୍ନା କରୁଥିବା ଆଫଗାନିସ୍ତାନକୁ ଭାରତ ୫୦ ହଜାର ମେଟ୍ରିକ ଟନ ଗହମ ଏବଂ ଔଷଧ ଦେବା ପାଇଁ ପ୍ରମିଷ କରିଥିଲା।

ତେବେ କିଛି ସମୟ ପୂର୍ବରୁ ଭାରତ ୨୫୦୦ ମେଟ୍ରିକ ଟନ ଗହମ ଆଫଗାନିସ୍ତାନକୁ ଦେଇଥିଲା।କେତେକ ଟ୍ରକ ମାଧ୍ୟମରେ ଆଫଗାନିସ୍ତାନକୁ ଗହମ ଦିଆଯାଇଛି।ଏହି ଟ୍ରକ ଗୁଡିକ ବାଘା ଅଟାଣି ସୀମା ରାସ୍ତା ଦେଇ ପାକିସ୍ତାନ ହୋଇ ଆଫାଗାନିସ୍ତାନରେ ପହଞ୍ଚି ଥିଲା।ହେଲେ ଭାରତର ଏହି ସହଯୋଗର ସୀମା ୨୧ ମାର୍ଚ୍ଚରେ ଶେଷ ହୋଇଥିଲା।

ଏହା ପରେ ଭାରତ ପାକିସ୍ତାନକୁ ସମୟ ସୀମା ବଢାଇବା ପାଇଁ କହିଥିଲା ଯାହାଫଳରେ ବଞ୍ଚି ଥିବା ଔଷଧ ଓ ଗହମ ସେ ଆଫଗାନିସ୍ତାନକୁ ଦେଇପାରିବ ।ଭାରତର ଏହି ପ୍ରସ୍ତାବରେ ପାକିସ୍ତାନ ସହମତ ହୋଇଗଲା ଆଉ ସେ ନିଜ ଜମିର ବ୍ୟବହାର ଭାରତ କରିବା ପାଇଁ ଦୁଇ ମାସ ସମୟ ଦେଲା । ବନ୍ଧୁଗଣ ପାକିସ୍ତାନ ଚାହୁଁ ନଥିଲା ଯେ, ଭାରତ କୌଣସି ଭାବରେ ଆଫଗାନିସ୍ତାନକୁ ସହାୟତା କରୁ। ପାକିସ୍ତାନ ଭାରତର ଏହି ସହଯୋଗକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲା। ହେଲେ ପାକିସ୍ତାନର କୌଣସି ପ୍ଳାନ ସଫଳ ହୋଇପାରିଲା ନାହିଁ।

ସଂଯୁକ୍ତ ରାଷ୍ଟ୍ର ସଂଘ ପାକିସ୍ତାନକୁ କଡା ଭାଷାରେ କହିଥିଲା ଯେ, ଭାରତକୁ ଜମି ଦ୍ଵାରା ଆଫଗାନିସ୍ତାନକୁ ସହଯୋଗ କରିବାକୁ ଦେବା ପାଇଁ।ପ୍ରଥମେ ପାକିସ୍ତାନ ସର୍ତ୍ତ ରଖି କହିଥିଲା ଯେ, ଭାରତ ବାର୍ଘା ବର୍ଡରରେ ମାଲ ଦେବ ଆଉ ସେଠାରୁ ମାଲକୁ ପାକିସ୍ତାନ ଟ୍ରକରେ ଲୋଡ କରାଯାଇ ଆଫଗାନିସ୍ତାନରେ ପହଞ୍ଚା ଯିବ। ଏଠାରେ ପାକିସ୍ତାନ ଗୋଟେ ତୀରରେ ଦୁଇଟି ଶିକାର କରିବାକୁ ଚାହୁଁ ଥିଲା।ପ୍ରଥମେ ଭାରତରୁ ଆସିଥିବା ମାଲକୁ ନିଜେ ହଡପ କରିବ ଦ୍ଵିତୀୟରେ ଯଦି ପାକିସ୍ତାନ ଟ୍ରକ ଆଫଗାନିସ୍ତାନକୁ ମାଲ ନେଇ ଯିବ ତା ହେଲେ ଆଫଗାନିସ୍ତାନ ଜନତା ଭାବିବେ ତାଙ୍କୁ ପାକିସ୍ତାନ ସହାୟତା କରିଛି।ଅନେକ ଆଲୋଚନା କରିବା ପରେ ସ୍ପର୍ଷ୍ଟ ହେଲା ଆଫଗାନିସ୍ତାନ ଟ୍ରକ ଅଟାରୀ ବାର୍ଘା ବର୍ଡର ସୀମାରେ ପହଞ୍ଚି ମାଲ ନେବେ।

Leave a Reply

Your email address will not be published. Required fields are marked *