ହାଜତ ମୃ-ତ୍ୟୁ ଘଟ-ଣାରେ ନୂଆ ମୋଡ଼: ସ୍ୱାମୀ କାହାର? ସକାଳେ ଜଣେ କହୁଛି ମୋର, ସଞ୍ଜରେ ଜଣେ କହୁଛି ମୋର

କମିଶନରେଟ୍‌ ପୁ-ଲି-ସ ହେପା-ଜତରେ ମୃ-ତ ବ୍ୟକ୍ତି କିଏ ? ତାଙ୍କ ପ୍ରକୃତ ପରିଚୟ କଣ ? ସେ ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ । ତାଙ୍କର ପ୍ରକୃତ ସ୍ତ୍ରୀ କିଏ ? ଦୁଇ ମହିଳାଙ୍କ କଳି ଭିତରେ କମିଶନରେଟ୍‌ ପୁ-ଲି-ସ୍‌ ନଫସି ସେମାନଙ୍କୁ ଶ-ବ ହସ୍ତାନ୍ତର ନକରି ଆଜି ସନ୍ଧ୍ୟାରେ ସତ୍ୟନଗର ଶ୍ମଶାନରେ ମୃତ-କଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛି । ସେହି ସମୟରେ ନିଜକୁ ସ୍ତ୍ରୀ ବୋଲି ଦାବି କରୁଥିବା ଦୁଇ ମହିଳା ଉପସ୍ଥିତ ମଧ୍ୟ ଥିଲେ । ତେବେ ପୂରା ଘ-ଟ-ଣା କିଛି ଏମିତି ।

ଖୋର୍ଦ୍ଧା ଟାଙ୍କୀ ଭୁଣ୍ଡପୁର ବାଲିପାଟପୁର ଗାଁର ଅଟନ୍ତି ପ୍ରଦୀପ ସାହୁ । ସେ ସେଠାରେ ମନୋରମା ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି ଗାଁରେ । ସେ କାମ ଅନ୍ୱେଷଣରେ ଭୁବନେଶ୍ୱର ଚାଲି ଆସିଥିଲେ । ଏଠାରେ ରହଣୀ ସମୟରେ ନିଜ ନାଁ ବଦଳାଇ ଦେଇଥିଲେ । ଅର୍ଥାତ ପ୍ରଦୀପ ସାହୁ ହୋଇଯାଇଥିଲେ ଦେବେନ୍ଦ୍ର ଚୌଧୁରୀ । ଏପରିକି ଦେବେନ୍ଦ୍ର ଚୌଧୁରୀଙ୍କ ନାଁରେ ଆଧାରକାର୍ଡ ମଧ୍ୟ ତିଆରି କରିଥିଲେ । ସେହି ନାଁରେ ସେ ବନିତା ଚୌଧୁରୀଙ୍କୁ ବିବାହ କରିଥିଲେ ।

ସୂଚନାଯୋଗ୍ୟ ଯେ ରବିବାର ରାତିରେ ବରଗଡ଼ ଥା-ନା ପୁ-ଲି-ସ୍‌ ପ୍ରଦୀପକୁ ସାଇକେଲ୍‌ ଚୋ-ରି ଅଭି-ଯୋଗରେ ଉଠାଇ ନେଇଥିଲା । ପରେ ପ୍ରଦୀପ ଅସୁସ୍ଥ ହୋଇପଡ଼ିଥିଲା । ପୁଲସ୍‌ ତାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାକୁ ମୃ-ତ ଘୋଷଣା କରିଥିଲା । ଏହିଠାରୁ ଆରମ୍ଭ ହେଲା ସସ୍‌ପେନ୍ସର ଖେଳ । ମୃ-ତ-କ ଜଣଙ୍କ ପ୍ରଦୀପ ସାହୁ ବୋଲି ପୁ-ଲି-ସ୍‌ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ତାଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ ବୋଲି କହିଲେ । ଏହାକୁ ନେଇ ଦିନ ତମାମ ଦ୍ୱନ୍ଦ୍ୱ ଲାଗି ରହିବା ପରେ ଶେଷରେ ପୁ-ଲି-ସ ମୃ-ତଦେ-ହ ହସ୍ତାନ୍ତର କରିବାକୁ ବ୍ୟବସ୍ଥା କଲା ।

ପ୍ରଦୀପଙ୍କ ମୃ-ତଦେ-ହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପୁ-ଲି-ସ ବ୍ୟବଚ୍ଛେଦ କରିବା ପରେ ବନିତା ଚୌଧୁରୀଙ୍କୁ ହସ୍ତାନ୍ତର କରିବାକୁ ଯାଉଥିବା ବେଳେ ଏଣ୍ଟ୍ରି କଲେ ଆଉ ଜଣେ ମହିଳା । ସେ ହେଉଛନ୍ତି ମନୋରମା ସାହୁ । ସେ ନିଜକୁ ପ୍ରଦୀପଙ୍କ ସ୍ତ୍ରୀ ବୋଲି ଦାବି କରି ମୃ-ତଦେ-ହ ନେବାକୁ ଚାହିଁଲେ । ଯାହାକୁ ନେଇ ଅଡୁଆରେ ପଡ଼ିଗଲା ପୁ-ଲି-ସ୍‌ । ମୃ-ତବ୍ୟ-କ୍ତିଙ୍କ ପ୍ରକୃତ ସ୍ତ୍ରୀ କିଏ ବୋଲି ଗୋଲକ ଧ-ନ୍ଦା ଭିତରେ ପୁ-ଲି-ସ ଫସିଥିବା ବେଳେ ନିଜର ସ୍ୱାମୀ ବୋଲି ଦାବି କରୁଥିବା ମନୋରମା ଓ ବନିତା ମେଡ଼ିକାଲ୍‌ ଆଗରେ ହାତାହାତି ହୋଇଥିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *