ବୋହୁ ବେଶରେ ରାନୁ ମଣ୍ଡଳ, ଗାଇଲେ ଭାଇରାଲ ସଙ୍ଗ ‘କାଚ୍ଚା ବାଦାମ’,ଆଉ …ଦେଖନ୍ତୁ ଭିଡ଼ିଓ

ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍ । ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ । ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି । ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ । ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା ନେଇ ଲୋକେ ରାନୁ ମଣ୍ଡଳଙ୍କ ନାମକୁ ବ୍ୟବହାର କରୁଥିବା ଦେଖାଯାଉଛି । ସୋସିଆଲ୍ ମିଡିଆର ଶକ୍ତି କେତେ ତାହା ଏବେ ସମସ୍ତଙ୍କୁ ଜଣା । ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯିଏ ଜଣକୁ ରାତାରାତି ଲୋକପ୍ରିୟତାର ସ୍ୱାଦ ଚଖେଇ ଦିଏ, ପୁଣି ତା ପାଖରେ ଏମିତି ମଧ୍ୟ ଶକ୍ତି ଅଛି ଯାହା କେଇ ମୂହୁର୍ତ୍ତରେ ଜଣଙ୍କର ଲୋକପ୍ରିୟତାକୁ ମାଟିରେ ବି ମିଶେଇ ପାରେ ।

ଏହାର ସବୁଠାରୁ ବଡ ଉଦାହରଣ ହେଲା ରାନୁ ମଣ୍ଡଳ । ଏହି ଗାୟିକାଙ୍କ ଲୁକ୍କାୟିତ ପ୍ରତିଭା ଯେତେବେଳେ ସାମ୍ନାକୁ ଆସିଲା ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କୁ ନିଜ ସହ ଗାଇବାର ସୁଯୋଗ ଦେଲେ । କିନ୍ତୁ ପରବର୍ତ୍ତୀ ସମୟରେ ରାନୁ ମଣ୍ଡଳ ତାଙ୍କ ଲୋକପ୍ରିୟତାକୁ ରକ୍ଷା କରିପାରିଲେ ନାହିଁ । ଯେଉଁଠୁ ଆସିଥିଲେ ସେ ପୁଣି ସେଇଠିକୁ ଫେରିଗଲେ । କିନ୍ତୁ ଏବେ ବି ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି ।

ସୋସିଆଲ ମିଡିଆରେ ତାଙ୍କର କିଛି ନା କିଛି ଭିଡିଓ ବା ଫଟୋ ପୋଷ୍ଟ ହେବା ଦେଖାଯାଏ । କିଛି ଦିନର ବ୍ୟବଧାନ ପରେ ବର୍ତ୍ତମାନ ପୁଣି ଥରେ ରାନୁ ମଣ୍ଡଳ ଇଣ୍ଟର୍‌ନେଟ୍‌ରେ ଚହଳ ପକେଇଛନ୍ତି ।ଏହି ଭିଡିଓରେ ରାନୁ କନ୍ୟା ଭେଶ ଭୁସାରେ ନଜର ଆସୁଛନ୍ତି । ଏହା ସହ ରାନୁ ଲୋକପ୍ରିୟ ଗୀତ ‘କାଚା ବାଦାମ’ ଏକ ନିଆରା ଢଙ୍ଗରେ ଗାଉଥିବାର ନଜର ଆସୁଛନ୍ତି । ଏବେ ଏହି ଭିଡିଓକୁ ନେଇ ରାନୁ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *