ଭାରତକୁ ରୁଷର ବଡ଼ ଅଫର ! ପେଟ୍ରୋଲ ଦର ବ୍ୟାରେଲ ପିଛା ଏକାଥରେ ଏତେ ଟଙ୍କା କମିଯିବ !

ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ପ୍ରତିବନ୍ଧକର ଶି-କା-ର ହୋଇଥିବା ରୁଷ ଭାରତକୁ ବଡ ରିହାତିରେ ଅଶୋଧିତ ତେଲ ଦେବାକୁ ପ୍ରସ୍ତାବ ଦେଇଛି । ବ୍ୟାରେଲର ଅନ୍ତର୍ଜାତୀୟ ମୂଲ୍ୟଠୁ ପ୍ରାୟ ୩୫ ଡଲାର ରିହାତିରେ ଭାରତକୁ ଚଳିତ ବର୍ଷ ୧୫ ମିଲିଅନ ବ୍ୟାରେଲ ତେଲ ଦେବାକୁ ମସ୍କୋ ପ୍ରସ୍ତାବ ଦେଇଛି ବୋଲି ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏନେଇ କେନ୍ଦ୍ର ସରକାର ବି-ଚା-ର କରୁଥିବା ସୂଚନା ରହିଛି ।

ରୁଷର ତେଲ ଭାରତ କିଣିବାକୁ ପ୍ରସ୍ତୁତ ହେଉଥିବା ଜାଣିବା ପରେ ଆମେରିକା ଏବଂ ୟୁରୋପୀୟ ଦେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । କିନ୍ତୁ ଦେଶର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଶସ୍ତାରେ ତେଲ କିଣିବା ନେଇ ଭାରତ ସମସ୍ତ ବିକଳ୍ପ ଉପରେ ବି-ଚା-ର କରିବ । ଏହାରି ଭିତରେ ମାସେରୁ ଊର୍ଦ୍ଧ ଧରି ଦୁଇ ଦେଶ ମଧ୍ୟରେ ଯୁ-ଦ୍ଧ ଲାଗି ରହିଥିବା ବେଳେ କ-ଟକ-ଣା ମଧ୍ୟ ବଳବତ୍ତର ରହିଛି। ତେବେ ତମାମ କ-ଟକ-ଣା ସତ୍ତ୍ୱେ ନିଜ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ଉଦ୍ୟମ କରିଛି ରୁଷ ।

ୟୁରୋପ ଏବଂ ଆମେରିକା ରୁଷ ପାଖରୁ ଅଶୋଧିତ ତେଲ କିଣନ୍ତି । କିନ୍ତୁ ପ୍ରତିବନ୍ଧକ ଲାଗିବା ପରେ ରୁଷ ଏବେ ଭାରତକୁ ତେଲ ବିକ୍ରି କରିବାକୁ ଚିନ୍ତା କରୁଛି । ଆଉ ଭାରତ ଯେଉଁ ୧ ପ୍ରତିଶତ ତେଲ କିଣୁଥିଲା ବେଳେ ତାର ପରିମାଣ ବଢାଇବାକୁ ଚିନ୍ତା କରୁଛି । ଏବେ ରୁଷ ଏସିଆରେ ନିଜ ତେଲ ବିକ୍ରି କରିବାକୁ ଚିନ୍ତା କରୁଛି । ଏଥିପାଇଁ ଚୀନ ଏବଂ ଭାରତକୁ ନିଜର ବଜାର ଭାବେ ଦେଖୁଛି । ଚୀନ ସହିତ ନେଣଦେଣ ନେଇ କୌଣସି ଅସୁବିଧା ନାହିଁ ହେଲେ ଭାରତ ସହିତ ବ୍ୟବସାୟ ବେଳେ ରୁଷ ନିଜ ଦେଶର ମେସେଜିଂ ସିଷ୍ଟମ ଏସପିଏଫଏସ ଜରିଆରେ ଟଙ୍କା ଏବଂ ରୁବଲ ଜରିଆରେ ବ୍ୟବସାୟ କରିବ ବୋଲି ଜଣାପଡିଛି ।

ତେଲ ଆମଦାନୀ କରିବାରେ ଭାରତ ପ୍ରମୁଖ ଦେଶ । ତେଣୁ ନିଜର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ରୁଷ ଭାରତରେ ତେଲ ବିକ୍ରି କରିବା ସହିତ ନିଜର ବ୍ୟବସାୟିକ ବନ୍ଧୁତ୍ୱକୁ ଆଗକୁ ବଢାଇବାକୁ ଚିନ୍ତା କରୁଛି ବୋଲି ଜଣାପଡିଛି । ଆଉ ଏପଟେ ଆମେରିକା, ଭାରତ ଯାହା କରୁଛି ତାହା ଠିକ୍‌ ହେଉନାହିଁ ବୋଲି ଖୋଲା ଖୋଲି ଭାବରେ କହିଛି ।

Leave a Reply

Your email address will not be published. Required fields are marked *