ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଓଡିଶାରେ କେବେଠାରୁ ଘର ଆବଣ୍ଟନ ହେବ, ଏଥିରେ ଆପଣଙ୍କୁ ମିଳିବ ନା ନାହିଁ ? ଦେଖନ୍ତୁ ଲିଷ୍ଟ …

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ହୋଇଛି। ଯାହାକି ଲୋକସଭା ସାଂସଦ ସପ୍ତଗିରି ଉଲାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେଇ ଏହାର ପର୍ଦ୍ଦାଫାଶ କରିଛନ୍ତି। ୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟା ନ ହୋଇ ବର୍ତ୍ତମାନ ଓଡ଼ିଶାରେ ପଡ଼ିରହିଛି। ୨୦୧୯-୨୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଘରର ଟାର୍ଗେଟ ୧୭ ଲକ୍ଷ ୩ ହଜାର ୨୭୦ ଟି ଘର ରହିଛି।

କିନ୍ତୁ ରାଜ୍ୟ ସରକାର ମାତ୍ର ୮ ଲକ୍ଷ ୪୪ ହଜାର ୧୬୩ ଆବାସ ଘର ମଞ୍ଜୁରୀ ଦେଇଛନ୍ତି। ପ୍ରଶ୍ନ ଉଠୁଛିକି ୮ ଲକ୍ଷରୁ ଅଧିକ ରହିଛି ଆବାସ ଘର କାହିଁକି ବଣ୍ଟା ନ ହୋଇ ପଡ଼ି ରହିଛି, ଯଦି କେନ୍ଦ୍ର ସରକାର ଆଲୋକେଟ କରିଛନ୍ତି ତେବେ ରାଜ୍ୟ ସରକାରଙ୍କୁ ଆବାସ ଘର ଦେବାରେ କେଉଁଠି ରହିଛି ଅସୁବିଧା। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ ସବୁ ଅପଡେଟ ରହିଛି ଜାଣିବା।

ଗୋଟିଏ ପଟେ କେନ୍ଦ୍ର ସରକାର ଦେଉଛନ୍ତି ଆବାସ ଯୋଜନାରେ ଘର କିନ୍ତୁ ରାଜ୍ୟ ସରକାରଙ୍କର ଯୋଗ୍ୟ ହିତାଧିକାରୀ ଏହି ଆବାସ ଦେବାର ବିଫଳ ହେଉଛନ୍ତି ଯାହାଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି। ଦଳୀୟ ଆଧାର ଅନୁସାରେ ରାଜ୍ୟ ସରକାର ଆବାସ ଦେଉଥିବାର ଅଭିଯୋଗ ଆଣିଥିବା ବେଳେ ମିଛ ତଥ୍ୟ ରଖୁଛନ୍ତି।

ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କର ଆନ୍ତରିକତା ଅଭାବରୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ମଧ୍ୟ କୁହାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆବାସ ଯୋଜନା ୨୦୨୨-୨୩ ପାଇଁ ଆବଣ୍ଟନ ହୋଇନାହିଁ। ଏବଂ ବର୍ତ୍ତମାନ ଯାହା ରହିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତିକି ଦେଶରେ ୮୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିବ।

ଏହା ସହିତ ଓଡ଼ିଶାକୁ ମିଳିବ ବର୍ତ୍ତମାନ ପର୍ଯ୍ୟନ୍ତ ୪୯ ହଜାର ୧୮୦ ଟି ପକ୍କା ଘର ତେବେ କେବେଠାରୁ ଏହା ବଣ୍ଟା ହେବ ତାହାର କୌଣସି ନିର୍ଦ୍ଧିଷ୍ଟ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ କିଛି ବିଶେଷ ସୂତ୍ରରୁ ଜଣାପଡ଼ିଛିକି କିଛି ଦିନ ମଧ୍ୟରେ ଏହି ଘର ଆବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *