ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି, ଜାମ୍ମୁ କାଶ୍ମୀରକୁ ନେଇ ଏମିତି ମନ୍ତବ୍ୟ ଦେଲେ ପାକିସ୍ତାନର ନୁଆଁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ |

ଗତ କିଛି ମାସ ଧରି ପାକିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳର ଆଜି ଅନ୍ଧ ଘଟିଛି ବି-ରୋ-ଧୀ ଦଳ ଇମ୍ରାନ ସରକାରଙ୍କୁ ହଟାଇ ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇଛନ୍ତି । ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓହରିବା ପରେ ନିଦ୍ବନ୍ଦରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପିଏମଏଲ-ଏନ ନେତା ଶେହବାଜ୍ ଶରିଫ୍ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ କୁରେଶୀ ହେଲେ ଏବେ ମତଦାନର ଅବ୍ୟବହିତ ପୂର୍ବରୁ ସେ ନିଜ ପ୍ରାର୍ଥୀତ୍ବ ଫେରାଇ ନେଇଥିଲେ ।

କୁରେଶୀ ଦୌଡ଼ରୁ ଓହରିବା ପରେ ପିଏମଏଲ-ଏନ ନେତା ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଉଲ୍ଲେଖଯୋଗ୍ୟ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମୁକାବିଲା କରିବାରେ ଇମ୍ରାନ ସରକାର ଫେଲ୍ ହେବାରୁ ବି-ରୋ-ଧୀ ଦଳ ତାଙ୍କ ବିରୁ-ଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଗତ ଏପ୍ରିଲ ୩ ତାରିଖରେ ଏହି ପ୍ରସ୍ତାବ ଉପରେ ଭୋଟିଂ ଥିଲା । ମାତ୍ର ଏହାକୁ ବିଦେଶୀ ଷ-ଡଯ-ନ୍ତ୍ର କହି ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରି ଦେଇଥିଲେ । କିନ୍ତୁ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ଲାଗି କଳବଳ ଲଗାଇଥିବା ବି-ରୋ-ଧୀ ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟା-ଲେ-ଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ତେବେ ବର୍ତମାନ ସମୟରେ ବର୍ତ୍ତମାନ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କ ଭାଇ ଶେହେବାଜ ଶରିଫ ନୂଆ ପ୍ରଧାନମନ୍ତ୍ରୀ ହେବାକୁ ହୋଇଛନ୍ତି । କିନ୍ତୁ ଶେହେବାଜ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ନିଜ ଅସଲି ରଙ୍ଗ ଦେଖାଇ ଦେଇଛନ୍ତି । ଶେହେବାଜ ଶରିଫ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କହିଛନ୍ତି ଯେ, ଯେତେବେଳ ଯାଏଁ ଜମ୍ମୁ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇ ନାହିଁ ସେତେବେଳ ପର୍ଯ୍ୟନ୍ତ ଭାରତ ସହ କୌଣସି କଥାବାର୍ତ୍ତା ହେବ ନାହିଁ । ଶେହେବାଜ ଶରିଫ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେହି ଭୁଲ କରିଦେଲେ ଯାହା ଏ ପର୍ଯ୍ୟନ୍ତ ହୋଇଥିବା ପାକିସ୍ତାନର ସମସ୍ତ ପ୍ରଧାନମନ୍ତ୍ରୀ କରି ଆସିଛନ୍ତି ।

ଶେହେବାଜ ଶରିଫ ବୋଧେ ଭୁଲି ଯାଇଛନ୍ତି ଯେ, ଏବେ ଭାରତରେ କାହାର ସରକାର ଅଛି । ଭାରତ ନିଜ କୂଟନୀତି ଜରିଆରେ ଜାମୁ କାଶ୍ମୀର ପ୍ରସଙ୍ଗକୁ ଆଗରୁ ହିଁ କ୍ଲିୟର କରିଦେଇଛି । ପାକିସ୍ତାନର ସାଥି ଦେଶ ଗୁଡିକ ଏବେ ଭାରତର ବନ୍ଧୁ ହୋଇସାରିଛନ୍ତି । ସେହି ଦେଶ ଗୁଡିକ ଏବେ କାଶ୍ମୀରରେ ନିବେଶ ମଧ୍ୟ କରୁଛନ୍ତି । ଯଦି ଶେହେବାଜ କାଶ୍ମୀର ପ୍ରସଙ୍ଗକୁ ନେଇ ବାରମ୍ବାର କଥା ଉଠେଇବେ ତା ହେଲେ ଅଧିକ ଦିନ ପର୍ଯ୍ୟନ୍ତ ସେ ବି ନିଜ ପଦରେ ରହିପାରିବେ ନାହିଁ ବୋଲି ସାଧାରଣରେ ଚର୍ଚା ହେଉଛି ।

Leave a Reply

Your email address will not be published. Required fields are marked *