ଗରମ ତେଲରେ ହାତ ବୁଡ଼େଇ ବରା ତିଆରି କରୁଛନ୍ତି ରବି ଭାଇ…….

ସବୁ ଲୋକମାନଙ୍କର ଖାଇବାକୁ ନେଇ ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ, କିଏ ଭେଜ୍ ଜିନିଷ ଖାଇବାକୁ ପସନ୍ଦ କରିଥାଆନ୍ତି ତ ଆଉ କିଏ ନନ୍ ଭେଜ୍ ଜିନିଷ ଖାଇବାକୁ ଅଧିକ ପସନ୍ଦ କରି ଥାଆନ୍ତି। ଆଜିକାଲି ତ ପ୍ରତ୍ୟେକ ଜିନିଷ ଆକାଶ ଛୁଆଁ ରେଟ୍ ହେଲାଣି, ପରିବା ଦର ବି ଅଧିକ ଥିବା ବେଳେ ଆଉ ଆମିଷ କଥା ତ ନକହିବା ହିଁ ଭଲ। ଆଜିକାଲି ଅଦର ଦର ମଧ୍ୟରେ ବି ଲୋକମାନେ ନିଜ ପସନ୍ଦର ଖାଦ୍ୟକୁ ଯେତେ ଦର ହେଲେ ବି କିଣି ଖାଇ ଥାଆନ୍ତି। ଏହି ସବୁ ଅଦର ଦର ମଧ୍ୟରେ ଫାଷ୍ଟ ଫୁଡ୍ ଦୋକାନ କରି ଚଳୁଥିବା ଲୋକ ମାନେ ବି ଚିନ୍ତାରେ ପଡି ଯାଉଛନ୍ତି। ହେଲେ ଆମେ ଆଜି ଆପଣମାନଙ୍କୁ ଜଣେ ଏପରି ଫାଷ୍ଟଫୁଡ୍ ଦୋକାନୀଙ୍କ ବିଷୟରେ କହିବୁ ଯାହାଙ୍କର ବରା ରାଜଧାନୀ ଫେମସ୍ ଆଉ କ୍ୱାଲିଟି ୧ ନମ୍ବର।

ଓଡିଶାରେ କେତେ ସରକାର ଗଲାଣି ଆଉ ମହାନଦୀରେ କେତେ ପାଣି ବୋହିଲାଣି ଆଉ ରାଜଧାନୀର ରଙ୍ଗ ମଧ୍ୟ ଖୁବ୍ ବଦଳିଲାଣି। ହେଲେ ରବି ଭାଇଙ୍କ ବରା ବଦଳି ନାହିଁ, ୪୫ ବର୍ଷ ତଳେ ଯେମିତି ଖାଇଥିଲେ ଆଜି ବି ଠିକ୍ ସେମିତି, ପିଆଜ କିଲୋ ୧୦ ଟଙ୍କା ହେଲେ ଯାହା ୧୦୦ ଟଙ୍କା ହେଲେ ମଧ୍ୟ ତାହା, କ୍ୱାଲିଟିରେ ନୋ କମ୍ପ୍ରୋମାଇଜ୍ ଆଉ ରେଟ୍ ରେ ଏପଟ ସେପଟ ନାହିଁ। କ୍ୟାପିଟାଲ୍ ହସ୍ପିଟାଲ ଆଗରେ ବସି ଯିଏ ବେପର୍ୱା ଭାବରେ ବରା ବିକେ ସିଏ ହେଉଛନ୍ତି ରବି ଭାଇ। ୪୫ ବର୍ଷ ହେଲାଣି ବିକୁଛନ୍ତି ବରା, ବାପା ଡାକୁଛି ଭାଇ ପୁଅ ଡାକୁଛି ଭାଇ ଆଉ ନାତି ବି ଡାକୁଛି ଭାଇ ସେ ସମସ୍ତଙ୍କର ଭାଇ ରବି ଭାଇ।

ବେଳେ ତେଲ କଢ଼େଇରେ ହାତ ବୁଡାଇ ଦିଅନ୍ତି ଆଉ ଏକା ଥରକେ ପଡେ ୬୦ ରୁ ୭୦ ବରା ଆଉ ରବି ଭାଇ ବରା କହିଲେ ରାଜଧାନୀରେ ଅଲଗା ବାସେ ଆଉ ଅଲଗା ଦିଶେ। କିଛି ଲୋକ ନାହିଁ କି କିଛି ପାଇବାର ଇଚ୍ଛା ମଧ୍ୟ ନାହିଁ, କେବଳ କ୍ୱାଲିଟି ଭଲ ହେଉ ଆଉ ଲୋକମାନେ ଖାଇ ଶାନ୍ତିରେ ଯାଆନ୍ତୁ ତାହା ହିଁ ହେଉଛି ଇଚ୍ଛା। ଆଉ ସରକାରର କିଛି ବି ସାହାର୍ଯ୍ୟ ନାହିଁ, କିଛି ଏକ ସ୍ଥାୟୀ ଘର ଦେବା ତାହା ମଧ୍ୟ, ଏଠାରେ ଅଛୁ ଦୋକାନ କରିଛୁ ସରକାର ଉଠାଇ ଦେଲେ ପଳାଇବୁ ଏହା ହେଉଛି କଥା

Leave a Reply

Your email address will not be published. Required fields are marked *