ଦୁନିଆର ବହୁତ ଅଜବ ଗଜବ କାରିଗର ଓ ମିସ୍ତ୍ରୀ ଅଛନ୍ତି। ଯେଉଁମାନଙ୍କର କାମ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ। ଆଜି ଆମେ ଆପଣମାନଙ୍କୁ ଏଭଳି କିଛି ମିସ୍ତ୍ରୀମାନଙ୍କର ମହାନ କାମ ବିଷୟରେ ଜଣାଇବୁ। ଯାହାକୁ ଆପଣ ଦେଖିଲେ ନିଶ୍ଚିତ ହସିବେ। ଏହା ସହ ଚିନ୍ତା କରି ମଧ୍ୟ ଏଭଳି ସଠିକ ଭୁଲ ଏମାନେ କେମିତି କରିଲେ। ଏମାନଙ୍କ କାମ ଆଗରେ ବଡ ବଡ ଇଞ୍ଜିନିୟରିଂ ମଧ୍ୟ ଫେଲ ହୋଇଯିବେ।
ଏଠାରେ ମିସ୍ତ୍ରୀମାନଙ୍କୁ ପିଲର ମଝିରେ ସିମେଣ୍ଟ ଢାଳିବାର ଥିଲା। ଏଥିପାଇଁ ଏମାନେ ଏହିଭଳି ଉପାୟ କରିଲେ ଆପଣ ମଧ୍ୟ ଦେଖିଲେ ହସିବେ।
ଲକଡାଉନରେ ବହୁତ ଲୋକ ଅନ୍ଲାଇନରେ ସିବିଲ ଇଞ୍ଜିନିୟରିଂ କରୁଥିଲେ ଓ ଇଞ୍ଜିନିୟର ମଧ୍ୟ ହୋଇଗଲେ। ଇଞ୍ଜିନିୟର ହେବା ପରେ ସେମାନେ କିଛି ଏମିତି କାମ କରିଲେ। ଏମାନେ କାନ୍ଥ ତିଆରି କରୁଛନ୍ତି ନା କଣ କରୁଛନ୍ତି। ଏହିଭଳି କାମ ବିନା ଡିଗ୍ରୀ ପାସ ହୋଇଥିବା ଇଞ୍ଜିନିୟରମାନେ ମଧ୍ୟ କରିପାରିବେ।
ଉପରକୁ ଚଢିବା ପାଇଁ ଘରର ସିଢି ତିଆରି କରାଯାଏ। କିନ୍ତୁ ଏହି ଘରକୁ ତିଆରି କରିଥିବା ମିସ୍ତ୍ରୀ ଘରର ସିଢିକୁ ଏମିତି ଜାଗାରେ ତିଆରି କରିଛନ୍ତି, ଯାହାଫଳରେ ବର୍ତ୍ତମାନ ଘରର ମାଲିକ ମିସ୍ତ୍ରୀକୁ ଖୋଜୁଛି। କାରଣ ସେ ତାକୁ ଏହି ମହାନ କାମ ପାଇଁ ପୁରଷ୍କାର ଦେବା ପାଇଁ ଚାହୁଁଛନ୍ତି।
ଘରର ମାଲିକ ମିସ୍ତ୍ରୀକୁ ଘରର ଡିଜାଇନ ଦେଖାଇଲା ଓ ତାକୁ କହିଲା କି ମୋତେ ପୁରା ଏହିଭଳି ଘର ଦରକାର। ମିସ୍ତ୍ରୀ ମଧ୍ୟ ସେହିଭଳି ଘର ତିଆରି କରି ଦେଲା। ଘରର ନକ୍ସା ଭଳି ସେ ସିଢି ମଧ୍ୟ ଏହିଭଳି ତିଆରି କରିଦେଲା।
ବର୍ଷା ଦିନରେ ରାସ୍ତା ଉପରେ ପାଣି ଜମିଯାଏ। ଓ ସେହି ପାଣିକୁ ବାହାର କରିବା ପାଇଁ ରାସ୍ତାରେ ଜାଲି ଲଗାଯାଇଥାଏ। କିନ୍ତୁ ଏଠି ମିସ୍ତ୍ରୀର କାମ ଦେଖନ୍ତୁ।