‘କଚ୍ଚା ବାଦାମ’ ଗୀତ ପରେ ପରେ ଏବେ ଖୁବ ଭାଇରାଲ ହେଉଛି ‘ଲେମ୍ବୁ ପାଣି’ ଗୀତ…ଦେଖନ୍ତୁ ଭିଡିଓ

ଆଜିକାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହା ସମସ୍ତଙ୍କୁ ଖୁସି ଦେଇ ଥାଏ ଏହା ସହିତ ଭାଇରାଲ ହୋଇଥିବା ବ୍ୟକ୍ତି ବି କେତେବେଳେ ସେଳିବ୍ରିଟି ହୋଇ ଯାଏ । ଏଇ ଯେମିତି ବାଦାମ ବିକାଳି ନିଜସ୍ଵ ଗୀତ ଗାଇ ସେଥିରେ ଫେମସ୍ ହୋଇ ଯାଇଥିଲେ । କାଚା ବାଦାମ ପରେ ବର୍ତ୍ତମାନ ସାମ୍ନା କୁ ଆସିଛି ଲେମ୍ବୁ ପାଣି । ଏହି ଭିଡ଼ିଓ ରେ ଜଣେ ବ୍ୟକ୍ତି ସୋଡ଼ା ବିକ୍ରି କରୁଛନ୍ତି ।

ଏମିତି ରେ ସୋଡା ସମସ୍ତଙ୍କୁ ଭଲ ଲାଗେ ହେଲେ ଏହି ସର୍ଦ୍ଦାର ଙ୍କ ସୋଡା ବନେଇବା ଓ ବିକ୍ରି କରିବାର ପ୍ରଣାଳି ରାସ୍ତା କଡ ରେ ସୋଡା ବନେଇବା ର ପ୍ରଣାଳୀ କୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ବାଟ ଗଲା ଲୋକେ ବି ଦଣ୍ଡେ ଠିଆ ହୋଇ ଦେଖୁଛନ୍ତି । ଯେଉଁ ପ୍ରଣାଳୀ ରେ ସେ ସୋଡ଼ା ଦେଉଛନ୍ତି ସମସ୍ତଙ୍କ ମନ ଜିନିପରୁଛନ୍ତି । ପ୍ରଥମେ ସର୍ଦ୍ଦାର ଲେମ୍ବୁ ଚିପୁଡ଼ି ଗ୍ଲାସ୍ ରେ ଢାଲୁଛନ୍ତି ଓ କହୁଛନ୍ତି ବାକି ଲେମ୍ବୁ ପଛରେ ଢ଼ାଳିବି ।

ସେହି ଗ୍ଲାସ୍ ରେ ଦୁଇଟି ବୋତଲ ର ସୋଡା ଧଳିଥିଲେ । ପୁଣି ଏକ ଲେମ୍ବୁ ଚିପୁଡ଼ି କୋଲ୍ଡ ଡ୍ରିଙ୍କ ପ୍ରସ୍ତୁତ କରିଛନ୍ତି । ଏହା ପାଟି କୁ ସୁଆଦିଆ ଲାଗୁ କି ନ ଲାଗୁ କିନ୍ତୁ ତାଙ୍କର ତରିକା ସମସ୍ତଙ୍କୁ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କାଚା ବାଦାମ ପରେ ଏହି ଲେମ୍ବୁ ପାଣି ର ଭିଡ଼ିଓ ଭାଇରାଳ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *