ସ୍ୱର୍ଗରେ ପୁଣି ହେବ ଭେଟ ! ଆରପାରିରେ ଥିବା ମା କୁ ଚିଠି ଲେଖିଲା କୁନି ଝିଅ,ଦେଖନ୍ତୁ କଣ କଣ ଚିଠିରେ ଲେଖିଛନ୍ତି !

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଦେଢ଼ ମାସରେ ଏହି ଯୁଦ୍ଧରେ ଗଲାଣି ଅନେକ ଜୀବନ । ଅନେକ ପରିବାର ଛାରଖାର ହୋଇଗଲାଣି । କିଏ କାହା ବାପାକୁ ହରାଇଛି ତ ଆଉ କିଏ ମା’ଙ୍କୁ । ସେହିପରି ଆଉ କେଉଁଠି ଉଜୁଡି ଯାଇଛି ପୂରା ପରିବାର । ହେଲେ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ । ଏହି ଯୁଦ୍ଧ ଭିତରେ ଏବେ ସାମ୍ନାକୁ ଆସିଛି ଆଉ ଏକ ହୃଦୟବିଦାରକ ଘଟଣା । ଯୁଦ୍ଧରେ ନିହତ ହୋଇଥିବା ମା’ ପାଖକୁ ଚିଠି ଲେଖିଛି ଜଣେ ୯ ବର୍ଷର କୁନି ଝିଅ । ‘ମୁଁ ଭଲ ପିଲା ହେବାକୁ ମୋ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ।

ମୁଁ ଭଲ ଝିଅ ହେଲେ ଆମର ପୁଣି ସ୍ୱର୍ଗରେ ଭେଟ ହେବ ।’ ଯୁଦ୍ଧରେ ନିହତ ହୋଇଥିବା ମା’ଙ୍କ ଉଦ୍ଧେଶ୍ୟରେ ଏଭଳି କିଛି ଚିଠି ଲେଖିଛି ୯ ବର୍ଷର କୁନି ଝିଅ । ଯାହାର ଫଟୋ ଏବେ ସୋଷିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଲେଖାଟିକୁ ପଢ଼ିଲେ ଆଖିରୁ ଅଶ୍ରୁଧାର ବନ୍ଦ ହିଁ ହେବନାହିଁ । ତେବେ ଚାଲନ୍ତୁ ଜାଣିବା ଚିଠିରେ କଣ ଲେଖିଥିଲା ସେ କୁନି ଝିଅଟି ।

ଏହି ଛୋଟ ଝିଅର ହାତଲେଖା ଚିଠିର ଫଠୋକୁ ୟୁକ୍ରେନ୍ ଅଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଆଡଭାଇଜର୍‌ ଆଣ୍ଟୋନ୍‌ ଗେରାଶ୍ଚେଙ୍କୋ ଟୁଇଟ୍‌ କରି ଶେୟାର୍‌ କରିଛନ୍ତି । ଟୁଇଟ୍‌ରେ ସେ ଲେଖିଛନ୍ତି, ‘ବୋରୋଦିୟାଙ୍କରେ ମୃତ୍ୟୁବରଣ କରିଥିବା ମା’ଙ୍କ ଉଦ୍ଦେଶ୍ୟରେ ୯ ବର୍ଷୀୟ ଝିଅର ଚିଠି ।’ ଡାଏରିରେ ଲେଖିଥିବା ଚିଠିରେ ଝିଅଟି ଲେଖିଛି, ‘ମାର୍ଚ୍ଚ ୮ ତାରିଖ ଉପଲକ୍ଷେ ଏ ଚିଠିଟି ମା’ ତୋ ପାଇଁ ଉପହାର । ମୋ ଜୀବନର ସବୁଠୁ ଭଲ ୯ ବର୍ଷ ଦେଇଥିବାରୁ ମୁଁ ତୋ ନିକଟରେ କୃତଜ୍ଞ ।

ମୋର ବାଲ୍ୟ କାଳ ପାଇଁ ମୁଁ ତୋ ନିକଟରେ ଋଣି । ତୁ ହେଉଛୁ ଦୁନିଆରେ ସବୁଠୁ ବେଷ୍ଟ ମା’ । ମୁଁ ତତେ ଭୁଲି ପାରିବି ନାହିଁ । ମୋର ଇଚ୍ଛା, ତୁ ଆକାଶରେ ଖୁସିରେ ରହ । ମୋର ଆଶା ତୁ ସ୍ୱର୍ଗକୁ ଯାଆ । ସ୍ୱର୍ଗରେ ଆମର ଭେଟ ହେବ । ମୁଁ ବି ସ୍ୱର୍ଗକୁ ଯିବା ପାଇଁ ଭଲ ପିଲାଟିଏ ହେବାକୁ ଚେଷ୍ଟା କରିବି’ । ‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, ରୁଷ ସେନାର ଆକ୍ରମଣ ଯୋଗୁଁ ଏକ କାର୍‌ ଉପରେ ରକେଟ୍‌ ମାଡ ହୋଇଥିଲା । ଏଥିରେ ଏହି ଛୋଟ ଝିଅଟିର ମା’ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *