ଗୋଟିଏ ସୁନ୍ଦର ଶିଶୁ କିପରି ଜନ୍ମ ନେଇଥାଏ ଆଉ ସେଥିପାଇଁ ଆପଣଙ୍କୁ କଣ କଣ ଉପରେ ଧ୍ୟାନ ଦେବାକୁ ହେବ,ଜାଣନ୍ତୁ …

ବନ୍ଧୁଗଣ ଆପଣଙ୍କ ମଧ୍ୟରୁ ସମସ୍ତେ ଜାଣିଥିବେ କି ଜଣେ ନାରୀ ପାଇଁ ମାତୃତ୍ୱ ଲାଭ କରିବା କେତେ ମହତ୍ତ୍ୱପୂର୍ଣ୍ଣ । ମାତୃତ୍ୱ ଲାଭ ରେ ନାରୀ ଜୀବନ ର ସାର୍ଥକତା ରହି ଥାଏ । ତେବେ ବିବାହ ପରେ ଉଭୟ ପତି ପତ୍ନୀ ଏକ ସନ୍ତାନ ଜନ୍ମ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଆଜିର ସମୟରେ ଆମ ସମ୍ବିଧାନ ୧୮ ବର୍ଷ ବୟସ ରୁ ଉର୍ଦ୍ଧ ଝିଅ ମାନଙ୍କ ବିବାହ କୁ ସ୍ୱୀକୃତି ପ୍ରଦାନ କରିଛି । ତେବେ ଝିଅ ଟିଏ ଯଦି ୧୮ ବର୍ଷ ବୟସ ରେ ବିବାହ କରେ ତେବେ ସାଧାରଣତଃ ବିବାହ ର ୨ ରୁ ୩ ବର୍ଷ ମଧ୍ୟରେ ଅର୍ଥାତ ଝିଅର ୨୦ ରୁ ୨୧ ବର୍ଷ ବୟସରେ ପିଲା ଟିଏ ହୋଇଥାଏ ।

ଏତଦ୍ବ୍ୟତୀତ ପିଲାଟିଏ ନେବା ପୁର୍ବରୁ ମାଆଟିଏ ନିଜ ସନ୍ତାନକୁ ନେଇ ବହୁ ସ୍ବପ୍ନ ଦେଖିଥାଏ । ଏକ ସୁସ୍ଥ, ସବଳ, ସୁନ୍ଦର, ଓ ଅତି ପ୍ରଖର ବୁଦ୍ଧି ସମ୍ପନ୍ନ ପିଲାଟିଏ ଜନ୍ମ ଦେବା ପାଇଁ ବହୁତ ଇଚ୍ଛା କରିଥାନ୍ତି । ଡାକ୍ତରଙ୍କ ମତରେ ଋ-ତୁସ୍ରା-ବ ସମୟ ପୁର୍ବରୁ ପତି ପତ୍ନୀ ସଂ-ଭୋ-ଗ କରିଲେ, ତେବେ ଗ-ର୍ଭରେ ପିଲା ରହିବାର ବେଶୀ ସମ୍ଭାବନା ଥାଏ । ଏହା ପରେ ଋ-ତୁଚ-କ୍ର ର ଅନିୟମିତତା ରୁ ଆପଣ ଜାଣି ପାରିବେ ଯେ ଗର୍ଭ-ବତୀ ଅଛନ୍ତି କି ନାହିଁ । ତେବେ ମହିଳା ମାନେ କିପରି ବୟସରେ ପିଲା ଜନ୍ମ କଲେ ହେଲେ ପିଲାଟିଏ ଚାହୁଁଥିବା ମୁତାବକ ସୁସ୍ଥ, ସବଳ, ସୁନ୍ଦର ଓ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

ନିକଟ ଅତୀତରେ ବିଶେଷଜ୍ଞ ମାନେ ବିଭିନ୍ନ ବୟସର ଗ-ର୍ଭବ-ତୀ ମାଆ ମାନଙ୍କୁ ନେଇ ଏକ ପର୍ଯ୍ୟାବେକ୍ଷଣ କରିଥିଲେ । ଏହି ରି-ପୋ-ର୍ଟ ଅନୁଯାୟୀ ମହିଳା ମାନେ ୩୦ ବର୍ଷ ବୟସ ରେ ମାଆ ହେଲେ ବା ପିଲା ଜନ୍ମ କଲେ ସେମାନଙ୍କ ପିଲା ସୁସ୍ଥ ସୁନ୍ଦର ଓ ବୁଦ୍ଧିମାନ ହୋଇଥାନ୍ତି । କାରଣ ମହିଳା ଜଣକ ୩୦ ବର୍ଷ ବୟସରେ ୱେଲ ସେଟେଲ ହେବା ସହିତ ମାନସିକ ସ୍ତରରେ ମାତୃତ୍ୱ ଲାଭ କରିବା ନେଇ ନିଜକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ କରିଥାନ୍ତି । ଯାହାର ଏକ ପଜିଟିଭ ପ୍ରଭାବ ନିଜ ଗ-ର୍ଭ-ସ୍ଥ ଶିଶୁ ଉପରେ ପଡ଼ିଥାଏ । ଏହି ବୟସରେ ନାରୀ ମାନେ କୌଣସି ଷ୍ଟ୍ରେସ ନେବାକୁ ପସନ୍ଦ କରି ନ ଥାନ୍ତି ଯାହା ଗ-ର୍ଭ-ସ୍ଥ ଶିଶୁ ର ସଠିକ ବିକାଶ ଦିଗରେ ଶୁଭ ଫଳ ପ୍ରଦାନ କରିଥାଏ ।

ଆପଣ ଦେଖିଥିବେ କି ଅଳ୍ପ ବୟସରେ ବିବାହ କରିଥିବା ଝିଅ ମାନେ ଯେଉଁ ସନ୍ତାନକୁ ଜନ୍ମ ଦେଇଥାନ୍ତି ସେହି ପିଲାମାନେ ଅଧିକାଂଶ ରେ ଦୁର୍ବଳ,ଧୀର ସ୍ଥିର ଓ ଅଳ୍ପ ବୁଦ୍ଧି ସମ୍ପନ୍ନ ହେବା ସହିତ ସେମାନଙ୍କ ଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଗତ ସମସ୍ୟା ପରିଲକ୍ଷିତ ହୋଇଥାଏ । ସେଇଭଳି ଦୁଇଟି ସନ୍ତାନ ମଧ୍ୟରେ ଅତିକମ୍ ରେ ୨ ବର୍ଷ ବ୍ୟବଧାନ ରଖିବା ଉଚିତ୍ । ଆଉ ତାହା ସହିତ ଗ-ର୍ଭାବ-ସ୍ଥା ସମୟରେ ପନି ପରିବା, ଛେନା,କ୍ଷୀର, ଡାଲି,ଶାଗ,ମାଛ ଆଦି ପ୍ରୋଟିନ ସହ କ୍ୟାଲସିୟମ ଓ ଆଇରନ ଯୁକ୍ତ ସୁଷମ ଖାଦ୍ୟ ଖାଇବା ନିଶ୍ଚିତ ଭାବରେ ଦରକାର ତା ସହିତ ଚିନ୍ତାରୁ ଦୂରରେ ରହିବା ଦରକାର ।

Leave a Reply

Your email address will not be published. Required fields are marked *