ବିବାହ ପାଇଁ ଚିନ୍ତିତ ହୋଇ ଆଲିଆ ଭଟ୍ଟ ନିଜକୁ କରିଦେଇଛନ୍ତି କୋଠରୀରେ ବନ୍ଦ, ଚାହୁଁନାହାନ୍ତି କାହା ସହ କଥା ହେବାକୁ !

ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ବିଷୟ ଲଗାତାର ଚର୍ଚ୍ଚାରେ ରହିଛି। ଉଭୟଙ୍କ ବିବାହର ତାରିଖକୁ ନେଇ ସମସ୍ତ ପ୍ରକାରର ଅନୁମାନ ଲଗା ଯାଉଛି | ସେହିଠାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପରିବାର ମଧ୍ୟ ଏହା ଉପରେ ନୀରବ ରହିଛନ୍ତି | ଏମିତିରେ ଦମ୍ପତିଙ୍କ ବିବାହ ବିଷୟରେ ଅନେକ ପ୍ରକାରର କଥା କୁହାଯାଉଛି। ଏହି ସମୟ ମଧ୍ୟରେ ଖବର ଆସିଛି ଯେ ବିବାହ ପୂର୍ବରୁ ଆଲିଆ ଭଟ୍ଟ ନିଜକୁ କୋଠରୀରେ ବନ୍ଦ କରି ଦେଇଛନ୍ତି ଏବଂ ସେ ବାହାରକୁ ଆସିବାକୁ ହିଁ ଚାହୁଁନାହାଁନ୍ତି | ଆସନ୍ତୁ ଜାଣିବା ଏମିତି କଣ ହେଲା ଯାହା କାରଣରୁ ଆଲିଆ ଭଟ୍ଟ ଏକ କୋଠରୀରେ ବନ୍ଦୀ ହୋଇ ବସିଛନ୍ତି?

ଜୋରସୋରରେ ହେଉଛି ବିବାହର ଚର୍ଚ୍ଚା :-

ଯେମିତି କି ଗତ କିଛି ସପ୍ତାହ ଧରି ଆଲିଆ ଭଟ୍ଟ ଏବଂ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି | ଏତିକି ନୁହେଁ ବରଂ ଗଣମାଧ୍ୟମରେ ସେମାନଙ୍କର ବିବାହର ତାରିଖ ମଧ୍ୟ ସାମ୍ନାକୁ ଆସିସାରିଛି | ଗୋଟେ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ 13 ରେ ଏହି ଦମ୍ପତିଙ୍କର ମେହେନ୍ଦି ହେବ, ଏବଂ 14 ତାରିଖରେ ଏହି ଦୁଇ ଦମ୍ପତି ପରସ୍ପର ସହ ସାତ ଫେରା ନେବେ | ଏହାପୂର୍ବରୁ ମଧ୍ୟ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ତାରିଖ ସାମ୍ନାକୁ ଆସିସରିଛି |

କିନ୍ତୁ ପ୍ରତ୍ୟେକ ଥର ଏହା ମିଛ ବୋଲି ପ୍ରମାଣିତ ହୋଇଯାଏ | ବର୍ତ୍ତମାନ ଏଭଳି ପରିସ୍ଥିତିରେ ନୂଆ ତାରିଖ ମଧ୍ୟ ଚର୍ଚ୍ଚାରେ ସାମିଲ ରହିଛି, ତେଣୁ ଏବେ ଦେଖିବାକୁ ବାକି ରହିଲା ଯେ ଏହି ତାରିଖରେ ରଣବୀର ଏବଂ ଆଲିଆ ବିବାହ ହେବା ନା ନାହିଁ?

ରଣବୀର ଏବଂ ଆଲିଆଙ୍କୁ ସବୁ ଦିଗରୁ ଘେରି ରହିଛି ମିଡିଆ :-

ଯେମିତି ହିଁ ବିବାହ ବିଷୟକୁ ନେଇ କଥା ଆରମ୍ଭ ହେଲା ତ ଆଲିଆ ଏବଂ ରଣବୀରଙ୍କୁ ଚାରିଆଡ଼େ ଘେରି ରହିଛନ୍ତି, ଯେଉଁଥିପାଇଁ ଆଲିଆ ବହୁତ ଚିନ୍ତିତ ଅଛନ୍ତି ଏବଂ ସେ ଗଣମାଧ୍ୟମକୁ ଠାରୁ ବଞ୍ଚିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି | ଏକ ରିପୋର୍ଟ ଅନୁଯାୟୀ ମିଡିଆ ଲୋକଙ୍କଠାରୁ ଦୂରେଇ ରହିବା ପାଇଁ ଆଲିଆ ଭଟ୍ଟ ନିଜକୁ କୋଠରୀରେ ବନ୍ଦୀ କରି ରଖିଛନ୍ତି।

ସେହିଠାରେ ଆଲିଆ ଭଟ୍ଟଙ୍କ ପିତା ମହେଶ ଭଟ୍ଟ ଏ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସେ ମଧ୍ୟ ଏହା କହିଛନ୍ତି ଯେ “ମତେ ମୋ ସମୁଦୁଣୀ (ନୀତୁ କପୁର)ଙ୍କ ଠାରୁ ନିର୍ଦ୍ଦେଶ ଅଛି ଯେ ମୁଁ ଏହା ଉପରେ କିଛି ନ କହିବି, ତା’ହେଲେ ମୁଁ ତାଙ୍କ କଥା କେମିତି ଆଡେଇ ପାରିବି |

ପ୍ରକୃତରେ ଆଲିଆ ଭଟ୍ଟଙ୍କ ଜୁହୁ ସ୍ଥିତ ପ୍ଲେଟ ଆଖପାଖ ଅନେକ ଫୋଟୋଗ୍ରାଫର୍ ଉପସ୍ଥିତ ଅଛନ୍ତି ଏବଂ ଲଗାତାର ତାଙ୍କ ବିବାହ ସହ ଜଡିତ ପ୍ରଶ୍ନ କରାଯାଉଛି । ଏମିତି ରେ ସବୁ ଜିନିଷ ରେ ବିରକ୍ତ ହୋଇ ସେ ନିଜକୁ ଦୁର କରିନେଇଛନ୍ତି । ରିପୋର୍ଟ ବିଶ୍ୱାସ କରିବା ତ ଆଲିଆ ଏବଂ ରଣବୀରଙ୍କ ବିବାହ ଗୁପ୍ତ ରଖି କରାଯାଉଛି ଏବଂ ଏହି କାରଣ ହେଉଛି କି ତାଙ୍କ ବିବାହର ଅସଲି ତାରିଖ କୁହାଯାଉନାହିଁ ।

କଣ କହୁଛନ୍ତି ରଣବୀର କପୁରଙ୍କ ମା ?

କହିରଖୁଛୁ କି ରଣବୀର କପୁରଙ୍କ ମା ନିତୁ କପୁର ଙ୍କୁ ମଧ୍ୟ ବିବାହ ତାରିଖ ବିଷୟରେ ପଚାରିବାରୁ ସେ କହିଲେ କି,”ମୁଁ ତ ଦୁଇ ବର୍ଷରୁ ବିବାହର ତାରିଖ ଖବର ଶୁଣୁଛି । ପ୍ରତିଦିନ ମିଡିଆରୁ ନୂଆ ତାରିଖ ଶୁଣିବାକୁ ମିଳୁଛି । କଣ ଜଣା ଅଛି ମୁ ଏହିଠାରେ ଶୋ’ ରେ ଅଛି ଆଉ ମୋ ପଛରେ ହିଁ ଦୁହେଁ ବିବାହ କରିନେବେ | ଏଥିପାଇଁ ଯାହା ବି ଜିନଷ ହେବ, ସେ ସବୁ ଲୋକମାନଙ୍କୁ ଜଣା ପଡ଼ିଯିବ |

ଦିଲ୍ଲୀ ଏବଂ ଲକ୍ଷନଉରୁ ଡକା ଯାଇଛନ୍ତି ସେଫ୍ :-

ସେହିଠାରେ ମେଡ଼ିଆ ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦମ୍ପତିଙ୍କ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇସାରିଛି | କୁହାଯାଉଛି ଯେ ବିବାହରେ ଆଲିଆ ଭଟ୍ଟଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରାଯିବ | ଏକ ରିପୋର୍ଟ ଅନୁଯାୟୀ ଖାଦ୍ୟ ପାଇଁ ପ୍ରାୟ 50 ଟି କାଉଣ୍ଟର ଲାଗିଆଯିବା, ଯେଉଁଥିରେ ସମସ୍ତ ପ୍ରକାରର ଖାଦ୍ୟ ରହିବ।

କୌତୁହଳର ବିଷୟ ଏହା ଯେ ନିତୁ କପୁରଙ୍କ ପରିବାର ଏହି ବିବାହ ପାଇଁ ଦିଲ୍ଲୀ ଏବଂ ଲକ୍ଷନଉରୁ ସେଫ୍ ଡକେଇଛନ୍ତି | ଏବେ ଦେଖିବାକୁ ପଡ଼ିବ ଯେ ଆଲିଆ ଏବଂ ରଣବୀର କେଉଁ ଦିନ ସାତ ଫେରା ନେବେ?

Leave a Reply

Your email address will not be published. Required fields are marked *