କଣ ଆପଣ ରାତିରେ ସୂର୍ଯ୍ୟ ଦେଖିଛନ୍ତି ? ହଁ ଆଜ୍ଞା ଏହା ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ |

ଦିନ ପରେ ରାତି ଓ ରାତି ପରେ ଦିନ ହେବା, ଏହା ହିଁ ପ୍ରକୃତିର ନିୟମ । ଏ କଥା ସମସ୍ତେ ଜାଣନ୍ତି । କିନ୍ତୁ ବହୁତ କମ ଲୋକେ ଜାଣନ୍ତି ଯେ ଏ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଦୁନିଆର ଏହି ଜାଗାରେ ସୂର୍ଯ୍ୟ ୭୦ ଦିନରୁ ଅଧିକ ଅସ୍ତ ହୁଅନ୍ତି ନାହିଁ । ଏହି ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁ ନ ଥିବେ । ଆପଣଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ ଏମିତି କେମିତି ବା ହେବ? ତେବେ ଆସନ୍ତୁ ଜାଣିନେବା କେଉଁ କେଉଁ ଜାଗାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ।

୧. ନରୱେକୁ ମିଡ୍‌ନାଇଟ୍ ସନ୍‌ ଭାବେ ମଧ୍ୟ ଜଣାଯାଏ । ଏହା ଏକ ଏପରି ସ୍ଥାନ ଯେଉଁଠି ମେ ମାସ ଠାରୁ ଜୁଲାଇ ମାସ ଅଧା ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନା ହିଁ। ଏଠାରେ ଲଗାତର ୭୬ ଦିନ ପର୍ଯ୍ୟନ୍ତ ଦିନ ରହିଥାଏ, ରାତି ହୁଏ ନାହିଁ । ଏଠାରେ ଥିବା ସ୍ୱାଲ୍‌ବାର୍ଡରେ ମଧ୍ୟ ଏପ୍ରିଲ୍ ୧୦ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆପଣ ତ ଅନେକ ଜାଗା ବୁଲିଥିବେ । ଯଦିଅ ଏଠାକୁ ଯିବା ଇଛାଥାଏ ତେବେ ନିଶ୍ଚିତ ଯାଆନ୍ତୁ । କେବେ ରାତି ହେଉ ନଥିବା ଏହି ଜାଗାର ଥରେ ମଜା ନେଇ ଦେଖନ୍ତୁ । ପାଖରେ କ୍ୟାମେରା ନେବାକୁ ବି ଭୁଲନ୍ତୁ ନାହିଁ । ଏହି ନିଆରା ଦୃଶ୍ୟକୁ ପଟୋ ଆକାର ଆଣି ସ୍ମୃତି କରନ୍ତୁ ।

୨. କାନାଡାର ନୁନୁଭୁତ ସହର ବହୁତ ସୁନ୍ଦର । ଏଠାର ଜନସଂଖ୍ୟା ପାଖାପାଖି ୩ ହଜାର । ଏହି ସହରରେ ଦୁଇ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । କିନ୍ତୁ ଶୀତ ଦିନରେ ଏଠାରେ ଦିନ ହୁଏ ନାହିଁ । ଏହି ସୁନ୍ଦର ସହରକୁ କେବଳ ରାତିର ଅନ୍ଧକାରରେ ରହିବାକୁ ହୋଇଥାଏ ।

୩. ୟୁରୋପର ସବୁଠାରୁ ବଡ ଦ୍ୱୀପ ତାଲିକାରେ ଆଇସ୍‌ଲାଣ୍ଡର ନାମ ଅନ୍ତର୍ଭୁକ୍ତ । ଏଠାରେ ଜୁନ୍ ମାସରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ । ଏଠାରେ ୨୪ ଘଣ୍ଟା ଦିନ ରହିଥାଏ । ଗ୍ରେଟ୍ ବ୍ରିଟେନ୍ ପରେ ଆଇସ୍‌ଲ୍ୟାଣ୍ଡ ହେଉଛି ୟୁରୋପର ସବୁଠାରୁ ବଡ ଦ୍ୱୀପ ।

୪. ଆଲାସ୍କାର ବାରୋରେ ମେ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏହା ସହିତ ଶୀତ ଋତୁରେ ବା ନଭେମ୍ବର ଆରମ୍ଭରୁ ଏଠାରେ ଗୋଟିଏ ମାସ ପର୍ଯ୍ୟନ୍ତ ରାତି ରହିଥାଏ । ଏହି ସମୟକୁ ପୋଲାର୍ ନାଇଟ୍ସ କୁହାଯାଏ । ଆପଣ ଏଠାକୁ ଗ୍ରୀଷ୍ମ ଓ ଶୀତ ଋତୁରେ ଯାଇପାରିବେ ।

୫. ଫିନ୍‌ଲ୍ୟାଣ୍ଡର ଅଧିକାଂଶ ଅଞ୍ଚଳରେ କେବଳ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଦିଅନ୍ତି । ଶୀତଋତୁ ଅର୍ଥାତ ଡିସେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଦେଖା ଦିଅନ୍ତି ନାହିଁ । ଯେଉଁ ସ୍ଥାନଗୁଡିକ ଆର୍ଟିକଲ ସର୍କଲରେ ଆସିଥାଏ ସେଠାରେ ଏଭଳି ହୋଇଥାଏ ।

୬. ସ୍ୱିଡେନ୍ : ସ୍ୱିଡେନ୍‌ରେ ମେ ମାସରୁ ଅଗସ୍ତ ଶେଷ ସୁଦ୍ଧା ଅଧା ରାତିରେ ସୂର୍ଯ୍ୟ ଅସ୍ତ ହୁଅନ୍ତି । ଏହାଛଡା ଭୋର ୪ଟା ବେଳକୁ ସୂର୍ଯ୍ୟ ଉଦୟ ହୋଇଯାଏ । ଏହା ଏକ ଏପରି ଦେଶ ଯେଉଁଠି ୬ ମାସ ପର୍ଯ୍ୟନ୍ତ କେବଳ ସକାଳ ହିଁ ରହିଥାଏ ।

Leave a Reply

Your email address will not be published. Required fields are marked *