ଖାଲି ସ୍ଥାନ ଥିଲେ ଆପଣ ବି ଖୋଲିପାରିବେ ପେଟ୍ରୋଲ ପମ୍ପ,ଘରେ ବସି ମାସକୁ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା । ଜାଣନ୍ତୁ ପୂରା ପ୍ରକ୍ରିୟା ।

ପେଟ୍ରୋଲ ପମ୍ପର ଡିଲରସିପ ନେବାକୁ ଇଚ୍ଛା ରଖିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଖୁସି ଖବର । କାହିଁକି ନା ସରକାରୀ ପେଟ୍ରୋଲିୟମ କଂପାନୀମାନେ ସାରା ଦେଶରେ ୨୫ ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାକୁ ଖୁବ୍ ଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ କରିଦିଆଯିବ । ଏହାପରେ ଇଚ୍ଛୁକ ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ । ସୂଚନା ମୁତାବକ ପେଟ୍ରୋଲିୟମ ମନ୍ତ୍ରାଳୟ ପେଟ୍ରୋଲ ପମ୍ପର ଡିଲରମାନଙ୍କର ନିଯୁକ୍ତି ଉପରେ ସରକାରୀ ପଲିସିକୁ ରଦ୍ଦ କରିଦେଇଛି । ଏହାଦ୍ୱାରା ସରକାରୀ ପେଟ୍ରୋଲିୟମ କଂପାନୀ ଯେପରିକି, ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମକୁ ନୂଆ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ନିଜର ନିୟମ ପ୍ରସ୍ତୁତ କରିବାକୁ ସୁଯୋଗ ଦିଆଯିବ ।

ଏହି ପରିପ୍ରେକ୍ଷୀରେ ଏସାର, ଏଚ୍-ପି, ଭାରତ ପେଟ୍ରୋଲ ପମ୍ପ, ରିଲାଏନସ୍ ଆଦି ପରି ଅନେକ ବଡ ବଡ କମ୍ପାନୀ ସାମିଲ ହୋଇ ନୂଆ ତେଲ ଗ୍ୟାସ କମ୍ପାନୀ ସବୁ ଖୋଲିବା ପାଇଁ ଖବର କାଗଜ ଆଦି ଜରିଆରେ ଅନେକ ବିଜ୍ଞାପନ ଦେଇଥାଏ । ଆପଣଙ୍କ ପାଖରେ ପେଟ୍ରୋଲ ପମ୍ପ ଖୋଲିବାର ସବୁ ନିୟମାବଳୀ ସଠିକ୍ ରୂପରେ ପାଳନ କଲେ ଆପଣ ମଧ୍ୟ ଏହି ବ୍ୟବସାୟ କରି ପାରିବେ ଏବଂ ଘରେ ବସି ରୋଜଗାର କରି ପାରିବେ ମାସକୁ ଲକ୍ଷ ଲକ୍ଷ ଟଙ୍କା । ତେବେ ପେଟ୍ରୋଲ ପମ୍ପ ଖୋଲିବାର କିଛି ନିୟମ ସମ୍ବନ୍ଧରେ ଆସନ୍ତୁ ଜାଣିନେବା

୧. ପ୍ରଥମେ ଭାରତୀୟ ନାଗରିକ ହୋଇଥିବା ନିହାତି ଆବଶ୍ୟକ ଅଟେ ।

୨. ପେଟ୍ରୋଲ ପମ୍ପ ଖୋଲିବା ପାଇଁ ସର୍ବନିମ୍ନ ଯୋଗ୍ୟତା ୧୦ମ ଶ୍ରେଣୀ ପାସ୍ କରିଥିବା ଦରକାର । ଏବଂ ତାସହିତ ବୟସସୀମା ୨୧ ବର୍ଷରୁ ୫୫ ବର୍ଷ ମଧ୍ୟରେ ହୋଇଥିବା ଦରକାର ।

ଏବେ ଜାଣିବା ପେଟ୍ରୋଲ ପମ୍ପ ଖୋଲା ହେଉଥିବା ସ୍ଥାନର ନିୟମ ।

୧. ନିଜ ସମ୍ପତ୍ତିର ସଠିକ୍ ନକ୍ସା, ସମ୍ପତ୍ତିର ଆଡ୍ରେସ ଆଦିର ସମ୍ପୂର୍ଣ ବୀବରଣୀ ଥିବା ସବୁ ଜରୁରୀ କାଗଜ ପତ୍ର ରହିଥିବା ଆବଶ୍ୟକ । ଏହାଛଡ଼ା ଚାଷ ଉପଯୋଗୀ ହୋଇଥିଲେ ଆପଣ ନିଜେ ତାହାର କାନବେଶନ କରି ପାରିବେ ।

୨. ଯେଉଁ ଜାଗାରେ ପେଟ୍ରୋଲ ପମ୍ପ କରିବାର ନିଷ୍ପତି ନେଇଛନ୍ତି ସେଇ ସ୍ଥାନ ଆପଣଙ୍କ ନାଁରେ ହୋଇ ନଥିଲେ ଆପଣଙ୍କୁ ସେ ଜାଗାର ଏନ୍-ଓ-ସି ଜାଗା ମାଲିକଙ୍କଠୁ ପ୍ରଥମେ ଆଣିବାକୁ ପଡ଼ିବ । ଆଉ ଲିଜ୍ ରେ ଜାଗା ନେଇଥିଲେ ତାହାର ସମ୍ପୂର୍ଣ କାଗଜ ପତ୍ର ପ୍ରମାଣ ସ୍ୱରୂପ ଥିବା ଆବଶ୍ୟକ ।

୩. ଗ୍ରୀନ ବେଲଟ୍ ରେ ସେହି ଜାଗାଟି ଥିଲେ ଆପଣ ପେଟ୍ରୋଲ ପମ୍ପ ପାଇଁ ଆବେଦନ କରି ପାରିବେ ନାହିଁ । କିନ୍ତୁ ସେ ସ୍ଥାନଟି ଯଦି ଆପଣଙ୍କ କେହି ପରିବାର ସଦସ୍ୟଙ୍କ ନାମରେ ଅଛି ତୋ ସେ ଚାହିଁଲେ ଆପଣ ସେଠାରେ ପେଟ୍ରୋଲ ପମ୍ପ ବନେଇବାର ଅନୁମତି ପାଇ ପାରିବେ ।

୪. ନିୟମ ହିସାବରେ ଯଦି ଆପଣ ଉକ୍ତ କମ୍ପାନୀର ବିଜ୍ଞାପନ ଦେଖି ପେଟ୍ରୋଲ ପମ୍ପ ଖୋଲିବା ନେଇ ଆବେଦନ କରୁଛନ୍ତି ତେବେ ସିକ୍ୟୁରିଟି ବାବଦକୁ ୨୫ ଲକ୍ଷ ଟଙ୍କା ଦେଲେ ଆପଣଙ୍କ ଆପ୍ଲିକେସନ୍ କୁ ମଞ୍ଜୁରୀ ମିଳି ଯାଇଥାଏ ।

୫. ତେବେ ଆପଣ କମ୍ପାନୀର ବିଜ୍ଞାପନ ଦେଖି ଉକ୍ତ କମ୍ପାନୀର ୱେବସାଇଟ୍ କୁ ଯାଇ ଲିଙ୍କ୍ ଓପନ୍ କରି ଆପଣ ଆବେଦନ କରି ପାରିବେ । ଏହାପରେ କମ୍ପାନୀ ପୂର୍ବ ସୂଚନା ଦେଇ ଆପଣଙ୍କୁ ଡକାଇବ ।

Leave a Reply

Your email address will not be published. Required fields are marked *