ରାଜଧାନୀରେ ସୁଆଦିଆ ଚିକେନ ପକୋଡା,ହାଫ ପ୍ଲେଟକୁ ମାତ୍ର 30 ଟଙ୍କା ,ଏଠାରେ ଥରେ ଖାଇଲେ ବାରମ୍ବାର ଏଠାକୁ ଆସିବାକୁ ଇଛା ହେବ !

ସବୁ ଲୋକମାନଙ୍କର ଖାଇବାକୁ ନେଇ ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ, କିଏ ଭେଜ୍ ଜିନିଷ ଖାଇବାକୁ ପସନ୍ଦ କରିଥାଆନ୍ତି ତ ଆଉ କିଏ ନନ୍ ଭେଜ୍ ଜିନିଷ ଖାଇବାକୁ ଅଧିକ ପସନ୍ଦ କରି ଥାଆନ୍ତି। ଆଜିକାଲି ତ ପ୍ରତ୍ୟେକ ଜିନିଷ ଆକାଶ ଛୁଆଁ ରେଟ୍ ହେଲାଣି, ପରିବା ଦର ବି ଅଧିକ ଥିବା ବେଳେ ଆଉ ଆମିଷ କଥା ତ ନକହିବା ହିଁ ଭଲ। ଆଜିକାଲି ଅଦର ଦର ମଧ୍ୟରେ ବି ଲୋକମାନେ ନିଜ ପସନ୍ଦର ଖାଦ୍ୟକୁ ଯେତେ ଦର ହେଲେ ବି କିଣି ଖାଇ ଥାଆନ୍ତି। ଏହି ସବୁ ଅଦର ଦର ମଧ୍ୟରେ ଫାଷ୍ଟ ଫୁଡ୍ ଦୋକାନ କରି ଚଳୁଥିବା ଲୋକ ମାନେ ବି ଚିନ୍ତାରେ ପଡି ଯାଉଛନ୍ତି। ହେଲେ ଆମେ ଆଜି ଆପଣମାନଙ୍କୁ ଜଣେ ଏପରି ଫାଷ୍ଟଫୁଡ୍ ଦୋକାନୀଙ୍କ ବିଷୟରେ କହିବୁ ଯାହାଙ୍କର ଚିକେନ୍ ପକୋଡାର ଦର ତିରିଶ ବର୍ଷ ହେଲାଣି ଗୋଟିଏ ହିଁ ରହିଛି।

ସନ୍ଧ୍ୟା ସମୟ ହେଲେ ସବୁ ଲୋକଙ୍କର କିଛି ଖାଇବାକୁ ଇଚ୍ଛା ହୁଏ, ବେଶୀକରି କିଛି ଫାଷ୍ଟଫୁଡ୍ ଖାଇବାକୁ ଇଚ୍ଛା ହୁଏ, ଆଉ ଫାଷ୍ଟଫୁଡ୍ ଭିତରେ ଚିକେନ୍ ପକୋଡା କଥା ନକହିବା ହିଁ ଭଲ। ଚିକେନ୍ ପକୋଡାର ସ୍ୱାଦ ଆଉ ଚିକେନ୍ ପକୋଡା ଖାଇବାରେ ଯେଉଁ ଟେଷ୍ଟ ତାହା ସମସ୍ତେ ଜାଣିଛନ୍ତି। ଚିକେନ୍ ପକୋଡା ଯେଉଁଠି ଖାଇଲେ ବି ତାହା ଟିକେ କୋଷ୍ଟଲୀ ହୋଇଥାଏ।

ହେଲେ ଆମେ ଭୁବନେଶ୍ବରର ଭିଏସେସ୍ ନଗରର ଏକ ଦୋକାନୀ ବିଷୟରେ କହିବୁ ଯାହାଙ୍କର ୩୦ ବର୍ଷ ହେଲାଣି ଚିକେନ୍ ପକୋଡାର ହାଫ୍ ପ୍ଲେଟ୍ ଦାମ୍ ୩୦ ଟଙ୍କା ହିଁ ରହିଛି। ସେହି ଦୋକାନୀ ଜଣକ ଚିକେନ୍ କିଲୋ ୫୦ ଟଙ୍କା ବେଳୁ ନିଜର ଦୋକାନ ଆରମ୍ଭ କରିଥିଲେ ସେତେବେଳେ ବି ହାଫ୍ ପ୍ଲେଟ୍ ୩୦ ଟଙ୍କା ଥିଲା ଆଉ ଏବେ ଚିକେନ୍ କିଲୋ ୨୫୦ ଟଙ୍କା ହେଲାଣି ଏବେବି ହାଫ୍ ପ୍ଲେଟ୍ ୩୦ ଟଙ୍କା ହିଁ ରହିଛି। ପ୍ରତିଦିନ ସେ ୨୦ ରୁ ୩୦ କିଲୋ ବେପାର କରି ଦେଉଛନ୍ତି, ସେ କମ୍ ଟଙ୍କାରେ ବିକ୍ରି କରୁଥିବାରୁ ପ୍ରତିଦିନ ଏତେ ପରିମାଣରେ ବିକ୍ରି କରି ପାରୁଛନ୍ତି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *