କ’ଣ ଅଛି ଅଲ୍ଲୁ ଅର୍ଜୁନ ଏବଂ ‘୬୬୬’ ର ରହସ୍ୟ,ମୋବାଇଲ୍ ରୁ ନେଇକି ଅଭିନେତାଙ୍କ କାର୍ ପର୍ଯ୍ୟନ୍ତ ରହିଥାଏ ଏହି ନମ୍ବର ।

ସାଉଥ ଫିଲ୍ମର ସୁପରଷ୍ଟାର ଆଜି କାଲି ଧମାଲ୍ ମଚାଉଛନ୍ତି ।ତାଙ୍କ ଅଭିନୟ ଏବଂ ଆକ୍ସନର ତ ବର୍ତ୍ତମାନ ହିନ୍ଦୀ ରାଜ୍ୟର ଦର୍ଶକ ମଧ୍ୟ ଦିୱାନା ହୋଇଗଲେଣି । ତେବେ ଅଭିନେତା ପ୍ରଭାସ ହୁଅନ୍ତୁ କି ୟସ୍ । ଏମିତିରେ ଯେବେ ବି ସାଉଥ ଷ୍ଟାର୍ସଙ୍କ କଥା ପଡେ,ଅଲ୍ଲୁ ଅର୍ଜୁନଙ୍କ ନାମ ନିଶ୍ଚିତ ସାମ୍ନାକୁ ଆସିଥାଏ । ସେ ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରି ରେ ବହୁତ ଚର୍ଚ୍ଚାରେ ଅଛନ୍ତି ।

ଅଲ୍ଲୁ ଅର୍ଜୁନଙ୍କ ଆଜି ଅର୍ଥାତ ଅପ୍ରେଲ୍ ୮ ରେ ହେଉଛି ଜନ୍ମଦିନ ।ସେ ଏବେ ଏବେ ଫିଲ୍ମ ପୁଷ୍ପା ରେ ଧମାଲ୍ କରିଦେଇଥିଲେ । ତାଙ୍କ ଫିଲ୍ମ ବଲିଉଡରେ ଅନେକ ଫିଲ୍ମର ରୋଜଗାର ଉପରେ ବ୍ରେକ୍ ଲଗେଇ ଦେଇଥିଲା । ତାଙ୍କ ବିଷୟରେ ଏକ ରୋଚକ ତଥ୍ୟ ଆପଣ ଜାଣିନଥିବେ । ତାଙ୍କର ଏବଂ ୬୬୬ ନମ୍ବର ର କନେକ୍ସନର କଣ ରହସ୍ୟ ଅଛି । ଯଦି ଆପଣ ଜାଣିନାହାନ୍ତି ତେବେ ଚାଲନ୍ତୁ ଆମେ ଆପଣଙ୍କୁ କହୁଛୁ ।

ଅନେକ ସୁପରହିଟ୍ ଫିଲ୍ମ ଦେଇସାରିଛନ୍ତି ଅର୍ଜୁନ :-

ଅଲ୍ଲୁ ଅର୍ଜୁନ ଶୁକ୍ରବାରକୁ ୩୯ ବର୍ଷର ହୋଇଯାଇଛନ୍ତି । ତାଙ୍କ ଜନ୍ମ ଦିନରେ ଫ୍ୟାନ୍ସ ତାଙ୍କୁ ଖୁବ ଶୁଭେଚ୍ଛା ଜଣାଉଛନ୍ତି । କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ତାଙ୍କ ପାଇଁ ଶୁଭେଛାର ଖବର ଆସୁଛି । ସେ ଅନେକ ସୁପରହିଟ ଫିଲ୍ମ ଦେଇସାରିଲେଣି । ଏଥି ମଧ୍ୟରୁ ପୁଷ୍ପା ତ ଅଛି,ଏଥି ସହିତ ସୂର୍ୟ୍ଯା ଦ ସୋଲ୍ଡର ରୁ ନେଇକି ଡ଼ିଜେ ଏବଂ ଜଣାନାହିଁ କେତେ ଫିଲ୍ମ ସାମିଲ ଅଛି ଯାହା କମାଲ କରିସାରିଛି ।

ବହୁତ କମ ଲୋକଙ୍କୁ ଜନଥିବା ଯେ ଫିଲ୍ମରେ ରା-ଗି ନଜର ଆସୁଥିବା ଅଲ୍ଲୁ ଅର୍ଜୁନ ଅସଲି ଜୀବନରେ ବହୁତ ଶାନ୍ତ ସ୍ୱଭାବର ମଣିଷ ଅଟନ୍ତି । ସେ ବହୁତ ସରଳ ଏବଂ ସ୍ୱିଟ୍ ଅଟନ୍ତି । ଯେତେବେଳେ ଅଲ୍ଲୁଙ୍କୁ ତାଙ୍କ ପସନ୍ଦର ଷ୍ଟାରଙ୍କ ବିଷୟରେ ପଚରାଗଲା ତ ସେ ସାହାରୁଖ ଙ୍କ ନାଁ ନେଇଥିଲେ । ତେବେ ତାଙ୍କର ଏବଂ ସାହାରୁଖଙ୍କର କେବେ ଦେଖା ସାକ୍ଷାତ ହୋଇନାହିଁ ।

କଣ ଅଛି ଅଲ୍ଲୁ ଏବଂ ୬୬୬ ର ରହସ୍ୟ ;-

ଆପଣ ଯଦି ଅଭିନେତାଙ୍କ ଫ୍ୟାନ୍ସ ତେବେ ଆପଣ ମଧ୍ୟ ଜାଣିଥିବେ କି ତାଙ୍କୁ ୬୬୬ ନମ୍ବର ସହ ବହୁତ ଲଗାବ ଅଛି । ତାଙ୍କର ମୋବାଇଲ ହେଉ ଅବା କାର୍,୬୬୬ ନମ୍ବର ନିଶ୍ଚିତ ଆସିଥାଏ । ତାଙ୍କର ଭ୍ୟାନିଟି ଭ୍ୟାନରେ ମଧ୍ୟ ଏହି ନମ୍ବର ନିଶ୍ଚିତ ଦେଖାଦେଇଥାଏ । ତାଙ୍କର ମୋବାଇଲ୍ ର ଶେଷ ନମ୍ବର ମଧ୍ୟ ୬୬୬ ରେ ହିଁ ଶେଷ ହୋଇଥାଏ । ତେବେ ଏହି ନମ୍ବରକୁ ସୈତାନ ର ନମ୍ବର ବୋଲି ବିଶ୍ୱାସ କରାଯାଏ ।

ତେବେ ଅଲ୍ଲୁ ଅର୍ଜୁନଙ୍କୁ ଯେତେବେଳେ ଏହି ନମ୍ବରର ରହସ୍ୟ ପଚରାଗଲା ତ ସେ ଏହାର ଉତ୍ତର ଦେଇଥିଲେ । ଅଭିନେତାଙ୍କ କହିବା କଥା କି ଏହି ନମ୍ବର ସହ ତାଙ୍କର ବହୁତ ଲଗାବ ଅଛି । ଅଲ୍ଲୁ କହିଥିଲେ କି କିଛି ଲୋକ ଏହାକୁ ସୈତାନ ନମ୍ବର କହିଥାନ୍ତି କିନ୍ତୁ ତାଙ୍କ ପାଇଁ ୬୬୬ ନମ୍ବର ଶାନ୍ତି ଆଉ ଷ୍ଟାଇଲର ପ୍ରତୀକ ଅଟେ । ଏହି କାରଣରୁ ଏହା ତାଙ୍କ ସହିତ ହିଁ ରହିଥାଏ।

ସ୍ନେହା ରେଡ୍ଡୀଙ୍କୁ ବିବାହ କରିଛନ୍ତି :-

ଅଭିନେତାଙ୍କ ପତ୍ନୀଙ୍କ ନାମ ହେଉଛି ସ୍ନେହା ରେଡ୍ଡୀ । ଉଭୟ ମାର୍ଚ୍ଚ ୬ରେ ବିବାହ କରିଥିଲେ । ଖୁବ୍ କମ୍ ଲୋକ ଜାଣିଥିବେ କି ଅଲ୍ଲୁ ସ୍ନେହାଙ୍କୁ ବିବାହ କରିବା ପାଇଁ ଅନେକ ପାମ୍ପଡ଼ ବେଲିଥିଲେ । ସେମାନଙ୍କର ପ୍ରଥମ ସାକ୍ଷାତ ବନ୍ଧୁଙ୍କ ବିବାହରେ ହୋଇଥିଲା । ତାଙ୍କୁ ପ୍ରଥମ ଥରରେ ହିଁ ସ୍ନେହାଙ୍କ ସହ ପ୍ରେମ ହୋଇଯାଇଥିଲା ଏବଂ ସେ ସ୍ନେହାଙ୍କ ନମ୍ବର ମଧ୍ୟ ନେଇଥିଲେ ।

ସ୍ନେହା ସେ ସମୟରେ ଆମେରିକାରୁ ପାଠପଢି ଫେରିଥିଲେ । ସ୍ନେହାଙ୍କ ବାପା ଅଲ୍ଲୁଙ୍କ ସହ ତାଙ୍କ ବିବାହ କରିବାକୁ ଚାହୁନଥିଲେ । ତେବେ ଦୁହେଁ ପରସ୍ପର ପରିବାରକୁ ବହୁତ ମନେଇଲେ । ସେତେବେଳେ ଯାଇକି ଦୁହିଙ୍କର ବିବାହ ହୋଇପାରିଥିଲା । ଆଜି ଦୁହେଁ ବଢିଆ ଜୀବନ ଯାପନ କରୁଛନ୍ତି । ଦୁହିଁଙ୍କର ଦୁଇଟି ପିଲା ଅଛି । ତାଙ୍କ ନା ହେଉଛି ଅୟାନ ଏବଂ ଅରହା ।

Leave a Reply

Your email address will not be published. Required fields are marked *