ପ୍ରକୃତରେ ଇଏ ହେଉଛନ୍ତି ‘ପୁଷ୍ପା’ ର ‘ଶ୍ରୀଭଲ୍ଲୀ’,ପରୀ ଭଳି ଦେଖାଯାଆନ୍ତି,ପରିବାର ବିରୁ-ଦ୍ଧରେ ଯାଇ କରିଥିଲେ ବିବାହ,ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପାଇଁ ଅପ୍ରେଲ୍ ୮ ବହୁତ ଖାସ ଦିନ ହୋଇଥାଏ । ଅଲ୍ଲୁ ଅର୍ଜୁନ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ୮ ଅପ୍ରେଲ୍ ୧୯୮୨ ରେ ଜନ୍ମଗ୍ରହଣ କରିଥିଲେ । ଅଲ୍ଲୁ ଅର୍ଜୁନ ଫିଲ୍ମ ପରିବାରର ଅଟନ୍ତି । ତାଙ୍କ ପିତାଙ୍କ ନାମ ହେଉଛି ଅଲ୍ଲୁ ଅରବିନ୍ଦ, ଯିଏ କି ଜଣେ ଫିଲ୍ମ ନିର୍ମାତା ଅଟନ୍ତି ।

ତେବେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଚିରଞ୍ଜୀବଙ୍କ ଭଣଜା ହେଉଛନ୍ତି ଅଲ୍ଲୁ । ରାମ ଚରଣ ଏବଂ ଅଲ୍ଲୁ ଅର୍ଜୁନ ହେଉଛନ୍ତି ପରସ୍ପର ଭାଇ ଭାଇ । ସେଇଠି ସାଉଥର ପ୍ରସିଦ୍ଧ ଷ୍ଟାର ପବନ କଲ୍ୟାଣ ହେଉଛନ୍ତି ଅଲ୍ଲୁଙ୍କ ଅଙ୍କଲ୍ । ଆସନ୍ତୁ ଆଜି ଆପଣଙ୍କୁ ଅଲ୍ଲୁ ଙ୍କ ଜନ୍ମଦିନର ଏହି ଖାସ ଅବସରରେ ତାଙ୍କ ସହ ଜଡିତ କିଛି ଖାସ କଥା ବିଷୟରେ ଆଲୋଚନା କରିବା ।

ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ ଫୋଲୋଇଙ୍ଗ ପୁରା ଦୁନିଆରେ ରହିଛି । ନା କେବଳ ଦକ୍ଷିଣ ଭାରତ ଏବଂ ପୁରା ଦେଶରେ ଆଉ ବିଦେଶରେ ମଧ୍ୟ ସେ ଜଣାଶୁଣା ଅଟନ୍ତି । ଅଲ୍ଲୁ ବହୁତ ବଢିଆ ଫିଲ୍ମ ଦେଇଛନ୍ତି ଏବଂ ଦକ୍ଷିଣ ଭାରତୀୟ ଫିଲ୍ମର ସେ ଆଜିର ସମୟରେ ସବୁଠୁ ଲୋକପ୍ରିୟ ତାରକା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ପ୍ରାୟ ୨୦ବର୍ଷ ଧରି ଚଳଚ୍ଚିତ୍ର ଜଗତରେ ଅଲ୍ଲୁ ଅର୍ଜୁନ ସକ୍ରିୟ ଅଛନ୍ତି । ସେ ୨୦୦୩ ମସିହାରେ ଚଳଚ୍ଚିତ୍ର ‘ଗାଙ୍ଗୋତ୍ରୀ’ ସହିତ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ୨୦ ବର୍ଷର କ୍ୟାରିଅରରେ ଅଲ୍ଲୁ ଅନେକ ହିଟ୍ ଦେଇଛନ୍ତି । ତାଙ୍କର ସଫଳ ଚଳଚ୍ଚିତ୍ରଗୁଡ଼ିକରେ ‘ଆର୍ୟା’, ‘ଆର୍ୟା-୨’, ‘ହାପି’, ‘ବଦ୍ରିନାଥ’, ‘ପୁଷ୍ପା’ ଭଳି ଅନେକ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ।

କହିରଖୁଛୁ କି ଫିଲ୍ମ ‘ପୁଷ୍ପା’ର ସଫଳତା,ଲୋକପ୍ରିୟତା,ଏହାର ଗୀତ,ସଂଳାପ,ଡାନ୍ସ ଷ୍ଟେପ୍ସ କାହାଠୁ ଲୁଚି ରହିନାହିଁ । ଗତ ବର୍ଷ ଆସିଥିବା ଏହି ଫିଲ୍ମ ଅଲ୍ଲୁଙ୍କ କ୍ୟାରିଅର ରେ ମାଇଲଖୁଣ୍ଟ ପ୍ରମାଣିତ ହୋଇଥିଲା । ଏହି ବ୍ଲକବଷ୍ଟର ଚଳଚ୍ଚିତ୍ର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତାକୁ ଆହୁରି ବଢ଼େଇ ଦେଇଥିଲା ।

ଅଲ୍ଲୁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ,ଅଲ୍ଲୁଙ୍କ ପତ୍ନୀଙ୍କ ନାମ ହେଉଛି ସ୍ନେହା ରେଡ୍ଡୀ । ସ୍ନେହା ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ଅଟନ୍ତି । କୁହାଯାଏ ଯେ ଅଲ୍ଲୁ ଏବଂ ସ୍ନେହାଙ୍କର ପ୍ରଥମ ଭେଟ ଉଭୟଙ୍କର ଗୋଟିଏ ସାଧାରଣ ବନ୍ଧୁଙ୍କ ବିବାହରେ ହୋଇଥିଲା । କୁହାଯାଏ ଯେ ସ୍ନେହାଙ୍କୁ ପ୍ରଥମ ଥର ଦେଖିବା ପରେ ହିଁ ଅଲ୍ଲୁ ତାଙ୍କୁ ଭଲପାଇ ବସିଲେ ।

ସ୍ନେହା ଏବଂ ଅଲ୍ଲୁ ପରସ୍ପରଙ୍କୁ ପସନ୍ଦ କଲେ ଏବଂ ପରେ ଦୁହିଁଜଣଙ୍କୁ ପରସ୍ପରଙ୍କ ନମ୍ବର ମିଳିଯାଇଥିଲା । ଦୁହେଁ ଦୁହିଁଙ୍କୁ ଡେଟ୍ କରିବାକୁ ଲାଗିଥିଲେ । କହିରଖୁଛୁ କି ସ୍ନେହା ହେଉଛନ୍ତି ହାଇଦ୍ରାବାଦର ଜଣାଶୁଣା ବିଜନେସମ୍ୟାନ୍ ଙ୍କ ଝିଅ । ତେବେ ଯେତେବେଳେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ ସେତେବେଳେ ଅଲ୍ଲୁ ଫିଲ୍ମ ଦୁନିଆରେ ତାଙ୍କର ପରିଚୟ ବନେଇ ସାରିଥିଲେ ।

ଅଲ୍ଲୁ ଏବଂ ସ୍ନେହା ତ ପରସ୍ପରକୁ ଭଲ ପାଉଥିଲେ କିନ୍ତୁ ସ୍ନେହାଙ୍କ ପରିବାର ଲୋକ ଏହି ସମ୍ପର୍କ ବିରୁ-ଦ୍ଧରେ ଥିଲେ । କାରଣ ସ୍ନେହା ରେଡ୍ଡୀଙ୍କ ପରିବାର ସ୍ନେହାଙ୍କୁ ଏକ ଫିଲ୍ମ ଷ୍ଟାର ସହିତ ବିବାହ କରିବାକୁ ଚାହୁଁନଥିଲେ । ଯଦିଓ ଅଲ୍ଲୁ ଏବଂ ସ୍ନେହା ସେମାନଙ୍କ ପ୍ରେମ ପାଇଁ ଛିଡା ହୋଇଥିଲେ ଏବଂ ତା’ପରେ ସ୍ନେହାଙ୍କ ପରିବାରକୁ ମନାଇବା ପାଇଁ ଅଲୁଙ୍କୁ ବହୁତ ସଂ-ଘ-ର୍ଷ କରିବାକୁ ପଡିଲା । ଶେଷରେ ସ୍ନେହାଙ୍କ ପରିବାର ଏହି ସମ୍ପର୍କ ପାଇଁ ରାଜି ହୋଇଗଲେ ।

୬ମାର୍ଚ୍ଚ ୨୦୧୧ କୁ ଧୁମଧାମ ରେ ହେଲା ବିବାହ…

ସ୍ନେହା ଏକେ ପରିବାର ସହିତ ସମ୍ପର୍କ ମଞ୍ଜୁର ହେବା ପରେ ସ୍ନେହା ଏବଂ ଅଲ୍ଲୁ ୬ ମାର୍ଚ୍ଚ ୨୦୧୧ ରେ ବିବାହ କରିଥିଲେ । ଉଭୟଙ୍କ ବିବାହକୁ ୧୧ ବର୍ଷ ସଫଳ ହୋଇସାରିଛି ।

ଦୁଇ ପିଲାଙ୍କ ବାପା ମା ହୋଇଛନ୍ତି ଅଲ୍ଲୁ ଏବଂ ସ୍ନେହା…

ଅଲ୍ଲୁ ଏବଂ ସ୍ନେହା ବିବାହ ପରେ ଦୁଇ ପିଲାଙ୍କ ବାପା ମା ବନିଲେ । ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ଦମ୍ପତିଙ୍କ ଝିଅର ନାଁ ହେଉଛି ଅଲ୍ଲୁ ଅରହା ଏବଂ ପୁଅର ନା ଅଲ୍କୁ ଅୟନ । ଅଲ୍ଲୁ ତାଙ୍କ ଦୁଇ ପିଲାଙ୍କୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ପରିବାର ବହୁତ ନିକଟତର ଅଟନ୍ତି ।

ଇଷ୍ଟାଗ୍ରାମରେ ମଧ୍ୟ ବହୁତ ଲୋକପ୍ରିୟ ଅଟନ୍ତି ଅଲ୍ଲୁ ଅର୍ଜୁନ…

ଅଲ୍ଲୁ ଅର୍ଜୁନ ସୋସିଆଲ୍ ମିଡିଆରେ ମଧ୍ୟ ବହୁତ ଭଲ ଫୋଲୋଇଙ୍ଗ ଥିବା କଳାକାର ଅଟନ୍ତି । ଅଲ୍ଲୁଙ୍କର ଇଷ୍ଟାଗ୍ରାମ ରେ ୧କୋଟି ୭୦ଲକ୍ଷ (୧୭.୭) ରୁ ଅଧିକ ଲୋକ ଫୋଲୋ କରୁଛନ୍ତି । ସେ ଏବେ ଯାଏଁ ଇଷ୍ଟାରେ ୫୦୦ ରୁ ଅଧିକ ପୋଷ୍ଟ ସେୟାର କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *