ବର୍ତମାନ ଏହି ଆପ୍ଲିକେସନ ଦ୍ଵାରା ଆପଣ ମାଗଣାରେ ଦେଖି ପାରିବେ IPL ! ଜାଣନ୍ତୁ କେଉଁ ଆପ୍ଲିକେସନ ?

କ୍ରିକେଟ୍ ଖେଳ ଦେଖିବାକୁ ଓ ଖେଳିବାକୁ ମଧ୍ୟ ସମସ୍ତେ ଭଲ ପାଆନ୍ତି । ତେବେ ଭାରତ ମଧ୍ୟ ଅନେକ ଅନ୍ୟ ଦେଶ ସହିତ କ୍ରିକେଟ ଖେଳି ଅନେକ ଥର ୱାଲ୍ଡ କପ୍ ମଧ୍ୟ ଜିତିଛି । ତେବେ ବର୍ତମାନ ଚାଲିଛି ଆଇ ପି ଏଲ ମ୍ୟାଚ୍ । ସମସ୍ତେ ଉତ୍ସାହ ର ସହିତ ଏହି ମ୍ୟାଚ୍ ଦେଖିଥାନ୍ତି । ତେବେ ଏହି ଖେଳ ଚାଲୁଥିବା ସମୟ ରେ ଯିଏ ଯିଏ ବାହାରେ ଥାନ୍ତି , ସେମାନେ ମୋବାଇଲ ଜରିଆ ରେ ଖେଳ ଦେଖି ଥାନ୍ତି । ତେବେ ମୋବାଇଲ ରେ ହଟ୍ ଷ୍ଟାର ନାମକ ଏକ ଆପ୍ଲିକେସନ ଡାଉନଲୋଡ୍ କରି ଖେଳ ଦେଖନ୍ତି । ତେବେ ଏହି ଆପ୍ଲିକେସନ ରେ ପଇସା ଦେଇ ରେଚର୍ଜ କରିବାକୁ ପଡ଼ିଥାଏ । ତେବେ ବର୍ତମାନ ଟାଟା ଆଣିଚି ଏପରି ଏକ ଆପ ଆପଣ ଫ୍ରି ରେ ଲାଇଭ ଆଇ ପି ଏଲ ଖେଳ ଦେଖିପାରିବେ ।

ଏହି ଆପ ଲଞ୍ଚ କରିଛି ଟାଟା ଗ୍ରୁପ । ଏହି ଆପ ର ନାମ ହେଉଛି ଟାଟା ନେଓ । ଏଥିରେ ଖାସ କଥା ହେଉଛି ଯେ ଆପଣ ଫ୍ରି ରେ ଆଇ ପି ଏଲ ମ୍ୟାଚ୍ ଦେଖି ପାରିବେ । ସେଥିରେ ମ୍ୟାଚ୍ ଦେଖିବା ପାଇଁ ଟାଟା ନିଅ ଇନଷ୍ଟ ଗ୍ରାମ ଆକାଉଣ୍ଟ କୁ ଯାଇ ସେଠାରେ ଥିବା କୁଇଜ୍ ରେ ସଠିକ୍ ଉତ୍ତର ଦେବାକୁ ପଡ଼ିବ । ଯାହା ଫଳରେ ଫ୍ରି ରେ ମ୍ୟାଚ୍ ଦେଖିବା ପାଇଁ ଟିକେଟ ପାଇ ପାରିବେ । ତା ଛଡା ଏହି ଆପ ରେ ଗ୍ରସେରୀ , ଫୁଡ୍ ଦେଲିଭରୀ ମଧ୍ୟ ପାଇ ପାରିବେ ।

https://www.youtube.com/watch?v=C7XZ28VBxKI

ଟାଟା ଡିଜିଟାଲ ଗ୍ରୁପ ଏହି ଆପ ଉପରେ ଗତ କିଛି ମାସ ଧରି କାମ କରୁଥିଲା । ତେବେ ଏହି ଆପ୍ଲିକେସନ ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ସହିତ ମଧ୍ୟ ତକ୍କର ଦେବ । ଏହି ଆପ୍ଲିକେସନ୍ ରେ ସମସ୍ତ ପ୍ରକାର ବିଲ ଭରିବା ଠୁ ଆରମ୍ଭ କରି ରେଚାର୍ଜ ମଧ୍ୟ କରି ହେବା । ତେବେ ବର୍ତମାନ ଚାଲୁଥିବା ଗୁଗଲ ପେ , ଫୋନ୍ ପେ , ପେଟିଏମ୍ ଭଳି ଆପ କୁ ମଧ୍ୟ ଏହି ଆପ କଡ଼ା ତାକ୍କର ଦେବା ସହିତ ଏହି ଆପ ରେ ବିନା ପଇସା ରେ ସମସ୍ତେ ଆଇ ପି ଏଲ ମ୍ୟାଚ୍ ଦେଖିପାରିବେ ।

Leave a Reply

Your email address will not be published. Required fields are marked *