କିଛି ଦିନ ହେବ ସବୁ ଜିନିସର ଦର ବଢିବାରେ ଲାଗିଛି ତ ମଧ୍ୟ ରୁ ପେଟ୍ରୋଲ ଦର ଲୋକ ମାନଙ୍କ ଚିନ୍ତା ବଢାଇବାରେ ଲାଗିଛି । ପ୍ରତୀଦିନ ସକାଳେ ପେଟ୍ରୋଲ ନୂଆ ନୁଆ ଦର ଲାଗୁଛନ୍ତି ପେଟ୍ରୋଲ କମ୍ପାନୀ ମାନେ ଆଉ ଏହିପରି ପରିସ୍ଥିତି ମଧ୍ୟରେ ଅନ୍ୟ ଦେଶ ଗୁଡିକରେ କେତେ ରହିଛି ତୈଳ ଦରକୁ ନେଇ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ବିଷୟ ପାଲଟିଛି । ଭାରତର ପଡୋଶୀ ଦେଶରେ ଆମ ଠାରୁ ବହୁତ କମ ରହିଛି ପେଟ୍ରୋଲ ଓ ଡିଜେଲ ଦର ।କେବଳ ଏତିକି ନୁହେଁ ପଡୋଶୀ ପାକିସ୍ତାନ ଦେଶରେ ମଧ୍ୟ ଆମ ଠାରୁ ବହୁତ କମ ରହିଛି ଏହି ପେଟ୍ରୋଲର ଦରଦାମ ।
ଅଶୋଧିତ ତୈଳ ପୂର୍ବ ଅପେକ୍ଷା କମ ରହିଥିବା ବେଳେ ଗତ କିଛି ଦିନରେ ପ୍ରାୟ ୧୦ ଥର ରୁ ଅଧିକ ବୃଦ୍ଧି ହେବାରେ ଲାଗିଲାନି । ଭାରତରେ ପେଟ୍ରୋଲ ଦର ଏବେ ୧୧୫ ଟଙ୍କା ରହିଥିବା ବେଳେ ଡିଜେଲ ଦର ପାଖାପାଖି ୧୦୦ ଟଙ୍କା ରହିଛି ଦେଖିବାକୁ ଗଲେ ପାକିସ୍ତାନରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ୬୩ ଟଙ୍କା ରହିଥିବା ବେଳେ ଆର୍ଥିକ ସଙ୍କଟ ଭିତରେ ଥାଇ ମଧ୍ୟ ଶ୍ରୀଲଙ୍କାରେ ପେଟ୍ରୋଲ ଦର ୭୬ ଟଙ୍କା ରହିଛି ବୋଲି ସୂଚନା ମିଳିଚି ।
ସେହିପରି ବାଂଲାଦେଶରେ ୭୯ ଟଙ୍କା ରହିଥିବା ବେଳେ ଭୁଟାନରେ ୮୬ ଟଙ୍କା ରହିଛି । ନେପାଳରେ ୯୭ ଟଙ୍କା ରହିଛି । ବାରମ୍ବାର ଭାରତରେ ତୈଳଦର ବଢୁଥିବା ନେଇ କେନ୍ଦ୍ରମନ୍ତ୍ରୀ ହର୍ଦିକ ସିଂହ ନିଜ ପ୍ରତିକ୍ରିୟା ରଖିଛନ୍ । ତାଙ୍କ କହିବା ଅନୁସାରେ ଭାରତରେ ତୈଳ ଦର ବଢିବା ପାଇଁ କେବଳ ଆନ୍ତର୍ଜାତୀୟ ବଜାର ହିଁ ଦାୟୀ ଅଟେ । କରୋନା ମହାମାରୀର ଦ୍ଵିତୀୟ ଲହର ପର ଠାରୁ ଭାରତ ରେ ତୈଳ ଦର ବୃଦ୍ଧି ପାଇଥିଲା ଆଉ ତାହା ଏବେ ଧୀରେ ଧୀରେ ଏହା ୧୦୦ ଟଙ୍କାରେ ପହଞ୍ଚି ଥିଲା ଆଉ ଏବେ ୧୧୫ ଟଙ୍କା ହୋଇସାରିଛି ।