ଘରେ ବସି ମୋବାଇଲ ମାଧ୍ୟମରେ ଏହିପରି ଆବେଦନ କରନ୍ତୁ ଲେବର କାର୍ଡ, ମିଳିବ ୧୫ ହଜାର ଟଙ୍କା ସହିତ ସାଇକେଲ ଓ ମୋବାଇଲ, ଶୀଘ୍ର ଆବେଦନ କରନ୍ତୁ

ସରକାରଙ୍କର ଯୋଜନା ଅନୁଯାୟୀ ଏହି କାର୍ଡ ପାଇଁ ଯୋଗ୍ୟ ଗରିବ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ପ୍ରକାର ସୁବିଧା ଏବଂ ସହାୟତା ପ୍ରାପ୍ତ ହେବ। ସରକାରଙ୍କର ଏହି ଯୋଜନା ଦ୍ଵାରା ଗରିବ ଶ୍ରମିକମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ। ସରକାରଙ୍କ ଏହି ଯୋଜନା ଅନୁସାରେ କୌଣସି ଶ୍ରମିକମାନଙ୍କୁ ସ୍ଵାସ୍ଥ୍ୟଗତ ସମସ୍ଯା ଦେଖାଗଲେ ଯୋଜନା ଅନୁସାରେ ସରକାରଙ୍କ ତରଫରୁ ଉକ୍ତ ଶ୍ରମିକ ମାନଙ୍କୁ ସାହାଯ୍ୟ ମଧ୍ୟ ପ୍ରଦାନ କରାଯିବ।

ଏହି ଯୋଜନାରେ ଅଂଶ ଗ୍ରହଣ କରିଥିବା ଶ୍ରମିକମାନଙ୍କର ପରିବାର ଲୋକମାନଙ୍କୁ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନେକ ପ୍ରକାର ସହାୟତା ମଧ୍ୟ ପ୍ରଦାନ କରାଯିବ। ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ଏହାକୁ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଏହା ବ୍ଯତୀତ ଅନ୍ୟ କୌଣସି ମାଧ୍ୟମରେ ଆପଣ ଆବେଦନ କରିପାରିବେ ନାହିଁ। ଏହି ଯୋଜନାରେ ଅଂଶଗ୍ରହଣ କରିବାକୁ ହେଲେ ପ୍ରଥମେ ଆପଣ ଜଣେ ଶ୍ରମିକ ହୋଇଥିବା ଆବଶ୍ୟକ।

ଆବେଦନ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କର ଫୋନର କୌଣସି ଏକ ବ୍ରାଉଜରରେ ‘ଲେବର କାର୍ଡ ଓଡିଶା’ ଲେଖି ସର୍ଚ୍ଚ କରିବାକୁ ହେବ। ଏହାପରେ ଆସୁଥିବା ପ୍ରଥମ ଲିଙ୍କ ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ ତାପରେ ଲେବର କାର୍ଡ ଆବେଦନ କରିବାର ପେଜ୍ ବା ସାଇଟ ଖୋଲିଯିବ। ଆପଣଙ୍କୁ ପ୍ରଥମେ ଏହି ପେଜକୁ ଡାଉନଲୋଡ କରିବା ପାଇଁ ପଡିବ ଓ ଆବେଦନ ପତ୍ରରେ ମାଗିଥିବା ଆବେଦକଙ୍କ ସମସ୍ତ ଆବଶ୍ଯକୀୟ ତଥ୍ୟକୁ ଦେବା ପାଇଁ ପଡିବ।

ଏଥିସହିତ ସେଠାରେ ମଗାଯାଇଥିବା ନିଜର କିଛି ପରିଚୟ ପ୍ରମାଣ ପତ୍ରକୁ ମଧ୍ୟ ଅପଲୋଡ କରିବାକୁ ହେବ। ତାପରେ ଆପଣଙ୍କୁ ସମସ୍ତ ତଥ୍ୟ ସଠିକ ଭାବରେ ପୂରଣ ହୋଇଛି କି ନାହିଁ ଦେଖିବା ପରେ ଆବେଦନ ପତ୍ରକୁ ସବମିଟ କରିବାକୁ ହେବ ଓ ତାପରେ ଆବେଦନ ପତ୍ରର ଏକ ପ୍ରିଣ୍ଟ କପି ଆପଣଙ୍କୁ ନେଇ ଲେବର କାର୍ଡ ଅଫିସରେ ଦାଖଲ କରିବାକୁ ହେବ। ଏହାପରେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି କି ନାହିଁ ଏହା ତଦନ୍ତ କରିବା ପାଇଁ ଆପଣଙ୍କ ନିକଟକୁ କିଛି ସରକାରୀ କର୍ମଚାରୀମାନେ ଆସିବେ। ସେମାନଙ୍କର ତ-ଦ-ନ୍ତ ପରେ ଯଦି ଆପଣ ଯୋଗ୍ୟ ବିବେଚିତ ହୋଇଥିବେ ତେବେ ଆପଣଙ୍କୁ ଏହି ଲେବର କାର୍ଡ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *