ବାଛୁରୀ ଉପରେ ଚଢିଗଲା କାର୍ । ନିଜ ଛୁଆକୁ ବଞ୍ଚାଇବା ପାଇଁ ମା ଗାଈ ଯାହା କଲା…ଦେଖନ୍ତୁ ଭିଡ଼ିଓ

ମା ଠାରୁ କୌଣସି ଛୋଟ ଶବ୍ଦ ନାହିଁ କି ମା ଠାରୁ କିଛି ବଡ ଅର୍ଥ ନାହିଁ । ଏ ଦୁନିଆରେ ବିନା ସ୍ବାର୍ଥରେ ଯଦି କେହି ଭଲ ପାଇବା ଦେଇଥାଏ ସେ ହେଉଛି ସେହି ମା । ନିଜେ ଦୁଃ-ଖରେ ରହି ଆମକୁ ହସାଉଥିବା ମଣିଷ ହେଉଛି ସେହି ମା । ମା ର ହୃଦୟ ସବୁଠାରୁ ବଡ଼ । ସେ ପଶୁ ହେଉ ଅବା ମଣିଷ । ମା’ର ଭଲପାଇବା କେହି ବି କେବେ ଦେଇ ପାରିବେନି । ତେବେ ମଣିଷ ଭଳି ପଶୁଙ୍କର ବି ହୃଦୟ ରହିଛି । ସେମାନଙ୍କୁ ବି କଷ୍ଟ ହୁଏ । ଆଉ ମଣିଷ ଭଳି ସେମାନେ ମଧ୍ଯ ନିଜ ଛୁଆ ପାଇଁ କିଛି ବି କରିପାରନ୍ତି ।

ମା ର ମମତା ଆଗରେ ସବୁକିଛି ସମ୍ଭବ ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜ୍ୟର ବାରୱାନି ସହରର କୋର୍ଟ ଛକ ନିକଟରେ । ଯାହାର ଏକ ଭିଡ଼ିଓ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମାଆର ମମତା ସ୍ପଷ୍ଟ ଭାବରେ ଜଣା ପଡୁଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଗାଈ ଟିଏ ତାର ବାଛୁରୀ ସହିତ ରାସ୍ତାରେ ଶୋଇଥିଲା । ସେହି ସମୟରେ ଗୋଟିଏ କାର ଜୋର ରେ ଆସି ସେହି ବାଛୁରୀ ଉପରେ ଚଢ଼ି ଯାଇଥିଲା।

ବାଛୁରୀଟି ଗାଡ଼ି ତଳେ ରହିଯାଇଥିଲା ଏବଂ କ-ଷ୍ଟରେ ଚି-ତ୍କା-ର କରିବାକୁ ଲାଗିଲା । ତାର କାନ୍ଦ ଦେଖି ମାଆ ଗାଈ ସହି ନପାରି ସେହି କାର୍ ଚାରିପଟେ ବୁଲି ଚାଲିଲା ଏବଂ ତାର ଛୁଆକୁ କିପରି ର-କ୍ଷା କରି ପାରିବ ଚେଷ୍ଟା କରିଚାଲିଲା । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଭାବପ୍ରବଣ ହୋଇଯାଇଥିଲେ । ଆଉ ଡ୍ରାଇଭର ସେଠାରେ ଥିବା ଦେଖଣାହାରୀ ମାନଙ୍କ ସହାୟତାରେ କାର ଟିକୁ ଟେକି ବାଛୁରୀକୁ ବାହାର କରିଲେ ।

ଏହା ପରେ ଯାଇ ମାର ହୃଦୟ ଶାନ୍ତ ହେଲା । ମୁହଁ ଖୋଲି କିଛି କହିପାରୁ ନଥିଲେ ବି ଘ-ଟ-ଣା ସମୟର ଦୃ-ଶ୍ୟକୁ ଦେଖିଲେ ତା ’ ମଧ୍ୟରେ ରହିଥିବା ମମତାକୁ ଯେ କେହି ଅନୁଭବ କରିପାରିବ । ଏଭଳି ହୃଦୟ ବିଦ-ରକ ଦୃ-ଶ୍ୟ ସତରେ ଏକ ପ୍ରକାରର ଭାବବିହ୍ବଳ ପରିସ୍ଥିତି ସ୍ରୁଷ୍ଟି କରିଥିଲା । ଏଠାରେ କହିରଖିବାକୁ ଚାହୁଁଛୁକି ରାସ୍ତାରେ ଯାନବାହାନ ଚଳାଚଳ କରିବା ସମୟରେ ସତ-ର୍କ ରୁହନ୍ତୁ । କଥା କହିପାରୁନଥିବା ଏହି ନି-ରୀ-ହ ପଶୁମାନଙ୍କ କଥା ଟିକେ ଭାବନ୍ତୁ । କାରଣ ଏମାନଙ୍କ ସୁର-କ୍ଷା ବି ଆମର ଦାୟିତ୍ବ

Leave a Reply

Your email address will not be published. Required fields are marked *