ଧନୀ ବ୍ୟବସାୟୀଙ୍କ ଝିଅ ଥିଲେ ଏହି ଅଭିନେତ୍ରୀ,ତଥାପି ମଧ୍ୟ ଅନ୍ୟଙ୍କ ଘରେ କରିବାକୁ ପଡିଥିଲା କାମ । ଜାଣନ୍ତୁ କାହିଁକି ?

ଯଦି ଆପଣ ପୁରୁଣା ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ତେବେ ଆପଣ ଅନେକ କଳାକାରଙ୍କୁ ମନେ ମଧ୍ୟ ରଖିଥିବେ । ତାଙ୍କର ଅପୂର୍ବ ଅଭିନୟ ବାସ୍ତବ ପରି ମନେ ହେଉଥିଲା । ସେ ହସିଲେ ଦର୍ଶକଙ୍କୁ ବି ଖୁସି ଲାଗୁଥିଲା,ଏବଂ ସେ କାନ୍ଦିଲେ ଦର୍ଶକମାନେ ମଧ୍ୟ କାନ୍ଦୁଥିଲେ । ଯେତେବେଳେ ଏହି ଅଭିନେତ୍ରୀମାନଙ୍କ କଥା ଆସେ,ତେବେ ସେହି ତାଲିକାରେ ଶଶିକଳାଙ୍କ ନାମ ବହୁତ ଉଚ୍ଚରେ ଆସିଥାଏ ।

ତାଙ୍କ ଜମାନାରେ ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳା ଲୋକମାନଙ୍କ ହୃଦୟର ସ୍ପଦନ ସାଜିଥିଲେ । ସେ ହିନ୍ଦୀ ସିନେମାଙ୍କୁ ତାଙ୍କ ଅଭିନୟ ବଳରେ ନୂଆ ପର୍ଯ୍ୟାୟ ଦେଇଥିଲେ । ବହୁତ କମ ଲୋକ ଜାଣିଥିବେ କି ସେ ଗୋଟିଏ ବଡ଼ ଧନୀ ବ୍ୟବସାୟୀଙ୍କ ଝିଅ ଥିଲେ । ତେବେ ଏହା ପରେ ମଧ୍ୟ ତାଙ୍କୁ ଅନ୍ୟଙ୍କ ଘରେ କାମ କରିବାକୁ ପଡିଥିଲା । ଆସନ୍ତୁ ଏହାର କାରଣ ଜାଣିବା ।

ଫିଲ୍ମରୁ ନେଇକି ଟିଭି ପର୍ଯ୍ୟନ୍ତର ଯାତ୍ରା :-

ଶଶିକଳା ପୁରୁଣା ଫିଲ୍ମର ସୁନ୍ଦରୀ ଅଭିନେତ୍ରୀ ଥିଲେ । ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ସେହି ସମୟରେ ବହୁତ ଥିଲେ । ବଡ଼ ବଡ଼ ହିରୋ ମଧ୍ୟ ତବକ ସହ ଫିଲ୍ମ କରିବାକୁ ଇଛା ରଖୁଥିଲେ । ତେବେ ପରେ ସେ ନେଗେଟିଭ ରୋଲ୍ କରିବା ମଧ୍ୟ ଆରମ୍ଭ କରିଦେଇ ଥିଲେ । ଭିଲେନ୍ ଭୂମିକାରେ ମଧ୍ୟ ତାଙ୍କର ଅଭିନୟ ର କୌଣସି ମୁକାବିଲା ନଥିଲା ।

ବହୁତ କମ ହିରୋଇନ ଥିବେ ଯେଉଁମାନେ ପୁରୁଣା ଫିଲ୍ମ ରେ ଅଭିନୟ କରିଛନ୍ତି । ଏହା ସହିତ ସେ ଟିଭି ଶୋ’ରେ ମଧ୍ୟ ତାଙ୍କର ଅଭିନୟର ପତାକା ଉତ୍ତୋଳନ କରିଥିଲେ । ଶଶିକଳା ସେମାନଙ୍କ ମଧ୍ୟରୁ ଜଣେ । ସେ ଫିଲ୍ମ ପରେ ନୂଆ ଜମାନାର ଟିଭି ସିରିଏଲ ରେ ମଧ୍ୟ କାମ କଲେ । କେବେ ମାଆ ତ କେବେ ଶାଶୁର ଭୂମିକାରେ ବହୁତ ବଢିଆ ଅଭିନୟ କଲେ । ବହୁତ ପ୍ରଶଂସା ମଧ୍ୟ ସେ ପାଇଲେ ।

ଶଶିକଳାଙ୍କୁ ଏଇଥିପାଇଁ କରିବାକୁ ପଡିଲା ଅନ୍ୟଘରେ କାମ :-

ଶଶିକଳାଙ୍କ ପିଲାଦିନ ବିଷୟରେ କହିବା ତ ତାଙ୍କ ପିତା ବହୁତ ଧନୀ ଥିଲେ । ସେ ଜଣେ ପ୍ରସିଦ୍ଧ ବ୍ୟାପାରି ଥିଲେ । ଅଭିନେତ୍ରୀଙ୍କ ଘରେ ଚାକରଙ୍କ ଠାରୁ ନେଇକି କୌଣସି ଜିନିଷରେ କିଛି କମି ନଥିଲା । ତାଙ୍କ ପିଲାଦିନରେ ଏମିତି ସବୁ ଅୟସ ଆରମ୍ ଉପଲବ୍ଧ ଥିଲା ଯାହା ତାଙ୍କର ଦରକାର ଥିଲା । ଏହା ପରେ ମଧ୍ୟ ଶଶିକଳାଙ୍କୁ ଅନ୍ୟଙ୍କ ଘରେ କାମ କରିବାକୁ ପଡିଥିଲା ।

ବାସ୍ତବରେ ଶଶିକଳାଙ୍କ ପିତାଙ୍କର ବିଜନେସ ପ୍ରଥମେ ବହୁତ ଭଲ ଚାଲିଥିଲା । ତାପରେ ଅଚାନକ ତାଙ୍କ ବିଜନେସ ରେ ଘାଟା ହେବାକୁ ଲାଗିଲା । କିଛି ସମୟ ପରେ ତାଙ୍କର ପୁରା ବ୍ୟାପାର ବୁଡ଼ିଗଲା । ଏଠାକୁ ଆସିବା ପରେ ପଇସାର ଏତେ ଅସୁବିଧା ହୋଇଗଲା କି ଶଶିକଳାଙ୍କୁ ଅନ୍ୟଘରେ କାମ କରିବା ପାଇଁ ଯିବାକୁ ପଡିଥିଲା ।

ତାପରେ ଏହିପରି ବଦଳିଗଲା ଶଶିକଳାଙ୍କ ଭାଗ୍ୟ :-

ଶଶିକଳା ହୁଏତ ଅନ୍ୟଙ୍କ ଘରେ କାମ କରୁଥିଲେ । ତଥାପି ମଧ୍ୟ ତାଙ୍କ ଭିତରେ ଡ୍ୟାନ୍ସ ଆଉ ଆକ୍ଟିଙ୍ଗ ର ଟ୍ୟାଲେଣ୍ଟ ଥିଲା । ଏହି କାରଣରୁ ସେ ନାଟକ ମଣ୍ଡଳୀ ଜଏନ କରିଦେଇଥିଲେ । ସେ ବହୁତ ସୁନ୍ଦର ଥିଲେ । ତାଙ୍କୁ ଲୋକମାନେ କହୁଥିଲେ କି ତୁମେ ଫିଲ୍ମ ରେ ଅଭିନେତ୍ରୀ କାହିଁକି ବନିଯାଉନ । ଏହା ପରଠୁ ଶଶିକଳାଙ୍କ ଜୀବନ ବଦଳିଗଲା ।

ଥରେ ଶଶିକଳାଙ୍କ ଉପରେ ନୁରଜହାଁ ଙ୍କ ନଜର ପଡିଗଲା। ସେ ତାଙ୍କ ସୁନ୍ଦରତା ଦେଖି ବହୁତ ପ୍ରଭାବିତ ହେଲେ । ନୁରଜହାଁ ସେହି ସମୟରେ ଗୋଟିଏ ଫିଲ୍ମ ଜିନତ ତିଆରି କରୁଥିଲେ । ତାଙ୍କୁ ଶଶିକଳା ଫିଲ୍ମ ରେ ଝିଅର ଭୂମିକା ଫିଟ ଲାଗିଲା । ତାପରେ କିଛି କାରଣରୁ ସେହି ଝିଅ ରୋଲ ଶଶିକଳାଙ୍କୁ ମିଳିଲା ନାହିଁ । ଫିଲ୍ମରେ ତାଙ୍କୁ କବାଲିର ସିନ ମିଳିଗଲା। ବାସ ଏହିଠାରୁ ଶଶିକଳାଙ୍କ ଭାଗ୍ୟ ପଲଟି ଗଲା ଆଉ ସେ ସଫଳତା ପାଇ ଚାଲିଲେ ।

Leave a Reply

Your email address will not be published. Required fields are marked *