ବଡ ଦୁଃ-ଖଦ ଖବର : ପୋଷ୍ଟ ୱେଡିଂ ସୁ-ଟିଂ ବେଳେ ଚାଲିଗଲା ନବବଧୂଙ୍କ ଜୀବନ

ବିବାହ କଥା କହିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଭାବନା ଆସିଯାଏ । କାହିଁକି ନା ବିବାହ ଘରରେ ବହୁତ ମଜାମସ୍ତି ହୋଇଥାଏ, ବହୁତ ଖୁସି ମଧ୍ୟ ଥାଆନ୍ତି ସମସ୍ତେ । ଏହି ବିବାହ ଦୁଇଟି ମଣିଷର ଜୀବନକୁ ବଦଳାଇ ଦେଇଥାଏ ,ବିବାହରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନଥାଆନ୍ତି ବରଂ ଦୁଇଟି ପରିବାର ଏକ ହୋଇଥାଆନ୍ତି । ବିବାହକୁ ବି ଆମ ସମାଜରେ ଏକ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ ।

ସାଧାରଣତଃ ବିବାହ କୁ ବେଶ୍ ଆଡମ୍ବରରେ କଟାଇ ଥାନ୍ତି । ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାନ୍ତି । ତେଣୁ ଏହା ପାଇଁ କରି ଥାନ୍ତି ପ୍ରି ୱେଡିଂ ଓ ପୋଷ୍ଟ ୱେଦିଂ ଫୋଟୋ ସୁଟ । ଆଜିକାଲି ଏହି ଫୋଟୋ ସୁଟ ର କ୍ରେଜ୍ ଚାରି ଆଡେ଼ ରହିଛି । ଏହା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ଏହି ଖୁସି ର କ୍ରେଜ କେତେବେଳେ କାହା ପାଇଁ ଦୁଃ-ଖ ପାଲଟି ଯାଏ ତାହା ଜଣା ପଡ଼େ ନାହି । ପୋଷ୍ଟ ୱେଡ଼ିଂ ହେଲା କାଳ । ନେଲା ନବ ବିବାହିତାଙ୍କ ଜୀବନ ।

ଘଟ-ଣାଟି ଥିରୁଅନନ୍ତପୁରମରେ ଘଟିଛି । ସୂଚନା ଅନୁଯାୟୀ କେରଳର କୋଚିକଡେ ନିକଟରେ ଉଚିଆରି ଇଲାକାରେ ଫୋଟୋ ସୁଟ୍ କରୁଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ପ୍ରା-ଣ ହରାଇଛନ୍ତି ନବ ବଧୂ । ମାର୍ଚ୍ଚ ୧୪ ତାରିଖରେ ଦମ୍ପତି ବିବାହ କରିଥିଲେ । ବିବାହ ପରେ ଦମ୍ପତି ଜଣକ ଫୋଟୋ ସୁଟ କରିବାକୁ ନଦୀକୁ ଯାଇଥିଲେ । ଫୋଟୋ ଉଠାଇବା ସମୟରେ ଉଭୟଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ନଦୀର ଗଭୀର ସ୍ରୋତରେ ଭାସି ଯାଇଥିଲେ । ମାତ୍ର ସ୍ଥାନୀୟ ଲୋକ ସେମାନଙ୍କୁ ଉ-ଦ୍ଧା-ର କରି ହସ୍ପିଟାଲ୍ ନେଇ ଯାଇଥିଲେ । ସେଠାରେ ଚିକିତ୍ସାର କିଛି ସମୟ ପରେ ନବ ବଧୂଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବାମୀ ଗୁରୁ-ତର ଅଛନ୍ତି ।

Leave a Reply

Your email address will not be published. Required fields are marked *