ହିନ୍ଦୁ ଧର୍ମରେ ମୃ-ତ୍ୟୁ ପରେ ଶିଶୁମାନଙ୍କର ଶରୀରକୁ କାହିଁକି ଦାହ କରାଯାଏ ନାହିଁ ? ଏହା ପଛର ରହସ୍ୟ କଣ ଅଛି !

ଅନ୍ୟ ସବୁ ଧର୍ମମାନଙ୍କରେ ବ୍ୟକ୍ତି ମୃ-ତ୍ୟୁବ-ରଣ କରିବା ପରେ କବର ଦେବାର ପ୍ରଥା ରହିଥିବା ସମୟରେ ହିନ୍ଦୁ ଧର୍ମରେ ଶ-ବକୁ ଦାହ କରାଯାଏ ବା ଜଳାଇ ଦିଆଯାଏ। କିନ୍ତୁ ଆପଣ ଜାଣିଛନ୍ତିକି ହିନ୍ଦୁ ଧର୍ମରେ ଯଦି ନବଜାତ ଶିଶୁଙ୍କର ମୃ-ତ୍ୟୁ ହୋଇଯାଏ ତେବେ ତାଙ୍କୁ ଦାହ କରିବା ପରିବର୍ତ୍ତେ ଶ-ବକୁ ପୋତା ଯାଇଥାଏ। ଯଦି ଆପଣ ଏହାର କାରଣ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ଆପଣ ପଢନ୍ତୁ। ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ଶିଶୁମାନଙ୍କର ଶ-ବକୁ କଣ ପାଇଁ ପୋତା ଯାଇଥାଏ।

ଗରୁଡ ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ପକ୍ଷୀରାଜ ଗରୁଡ ପଚାରିବା ପରେ ଭଗବାନ ବିଷ୍ଣୁ ତାଙ୍କୁ କହିଥିଲେକି ଯଦି କୌଣସି ସ୍ତ୍ରୀର ଗ-ର୍ଭପା-ତ ହୁଏ କିମ୍ବା ଜନ୍ମ ପରେ ଦୁଇ ବର୍ଷ ବୟସ ପର୍ଯ୍ଯନ୍ତ ଯଦି କୌଣସି ବାଳକ ଏବଂ ବାଳିକାଙ୍କର ମୃ-ତ୍ୟୁ ହୁଏ ତେବେ ତାକୁ ଦାହ କରିବା ପରିବର୍ତ୍ତେ ପୋତା ଯାଇଥାଏ। କିନ୍ତୁ ଦୁଇରୁ ଅଧିକ ବୟସର ବ୍ୟକ୍ତିଙ୍କର ମୃ-ତ୍ୟୁ ହେଲେ ତାଙ୍କୁ ଦାହ କରାଯାଏ। ଗରୁଡ ପୁରାଣରେ ଲିଖିତ ହୋଇଥିବା କଥା ଅନୁସାରେ ମଣିଷ ଜନ୍ମ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ମୋହ ମାୟାରୁ ଦୂରେଇ ରହିଥାଏ ଅର୍ଥାତ ସେ କିଛି ଜାଣିନଥାଏ।

ଏପରି ସ୍ଥିତିରେ ତାଙ୍କର ଶରୀରରେ ଅବସ୍ଥାନ କରିଥିବା ଆ-ତ୍ମାର କିଛି ମୋହ ନଥାଏ। ଏମିତିରେ ଦୁଇ ବର୍ଷରୁ କମ ଶିଶୁମାନଙ୍କର ମୃ-ତ୍ୟୁ ହେଲେ ତାଙ୍କର ଆତ୍ମା ସେହି ଶରୀରକୁ ଅତି ସହଜରେ ତ୍ୟା-ଗ କରିଥାଏ। ମଣିଷ ଯେତେ ବଡ ହୁଏ ମୋହମାୟାରେ ବାନ୍ଧି ହୋଇଯାଏ ଓ ସେହି ଶରୀର ପ୍ରତି ତାଙ୍କର ମୋହବନ୍ଧନର ଆକର୍ଷଣ ବଢେ। ଆଉ ଯେତେ ପର୍ଯ୍ୟନ୍ତ ମୃ-ତ ଶରୀରକୁ ଦା-ହ କରାନଯାଏ ସେ ସେହି ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ।

ତେଣୁ ହିନ୍ଦୁ ଧର୍ମ ବିଶ୍ବାସ ଅନୁସାରେ ଅ-ନ୍ତିମ ସଂ-ସ୍କା-ର ନିଜ ଶରୀରରୁ ଅଲଗା ହେବାର ଏକ ପ୍ରକ୍ରିୟା ଅଟେ। ମୃ-ତ ଶରୀରକୁ ଦାହ କରିବା ଦ୍ଵାରା ସେ ଅ-ଗ୍ନି ଦ୍ଵାରା ମୁକ୍ତି ପାଇଥାଏ ଓ ସେହି ଶରୀରଠାରେ ତାଙ୍କ ଆତ୍ମାର କୌଣସି ମୋହ ରହିନଥାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଅ-ଗ୍ନିକୁ ଏକ ପ୍ରବେଶ ଦ୍ଵାର ବୋଲି ମାନାଯାଇଛି। ମୃ-ତ ଶରୀରକୁ ଅ-ଗ୍ନିରେ ଦାହ କରିବା ଦ୍ଵାରା ଆତ୍ମା ଏକ ଆଧ୍ୟାତ୍ମିକ ଦୁନିଆ ମଧ୍ୟରେ ପ୍ରବେଶ କରିଥାଏ। କିନ୍ତୁ ଶିଶୁମାନେ ଜୀବନକୁ ଅଧିକ ବଞ୍ଚି ନଥାନ୍ତି। ତେଣୁ ମୃ-ତ୍ୟୁ ପରେ ତାଙ୍କର ଆ-ତ୍ମାର ଶରୀର ପ୍ରତି କୌଣସି ମୋହମାୟା ନଥାଏ। ତେଣୁ ସେମାନଙ୍କ ଶରୀରକୁ ଦା-ହ କରିବା ପରିବର୍ତ୍ତେ ପୋତା ଯାଇଥାଏ। ଏହାସହ ଗରୁଡ ପୁରାଣରେ ଆହୁରି ମଧ୍ୟ ଉଲ୍ଲେଖ ଅଛିଯେ ଶିଶୁଙ୍କ ବ୍ଯତୀତ ସନ୍ଥ ପୁରୁଷ ଓ ସାଧୁଙ୍କୁ ମଧ୍ୟ ଦାହ କରିବା ପରିବର୍ତ୍ତେ ପୋତା ଯାଇଥାଏ। କାରଣ ଏମାନେ ନିଜର ଆଧ୍ୟାତ୍ମିକ ବଳ ଓ କଠୋର ତପସ୍ୟା ଦ୍ଵାରା ଶରୀରର ସବୁ ଇନ୍ଦ୍ରିୟଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି।

ଏମିତିରେ ସେହି ଶରୀରରେ ମଧ୍ୟ ଆତ୍ମାଙ୍କୁ କୌଣସି ଲୋଭ ରହିନଥାଏ। ଏମାନଙ୍କ ମୃ-ତ୍ୟୁ ହେଲେ ସେମାନେ କୌଣସି ବାଧାବିଘ୍ନ ବିନା ବୈକୁଣ୍ଠ ଧାମ ଚାଲିଯାନ୍ତି। ଶିଶୁର ମୃ-ତ୍ୟୁ ହେଲେ ତାଙ୍କର ପିତାମାତାଙ୍କୁ ନିମିତ୍ତ ମାତ୍ରାରେ କ୍ଷୀର ଦାନ କରିବା ଆବଶ୍ୟକ ଅଟେ କିମ୍ବା ତାଙ୍କ ଶିଶୁଙ୍କ ବୟସ ଯେତେ ମାସ ଥିଲା ସେତୋଟି ଶିଶୁଙ୍କୁ କ୍ଷୀର ଦାନ କରିବେ। ଶିଶୁଙ୍କ ମୃ-ତ୍ୟୁ ପରେ ତାଙ୍କର ଶ୍ରା-ଦ୍ଧ ପାଳନ କରାଯାଏ ନାହିଁ ।ମରିଥିବା ଶିଶୁ ପାଇଁ ଯେତେ ବସ୍ତ୍ର ଆଦି ଦାନ କରିବେ ସେତେବେ ଶୀଘ୍ର ତାଙ୍କୁ ଅନ୍ୟ ଶରୀର ମିଳିଥାଏ ବୋଲି ବିଶ୍ବାସ କରାଯାଏ।

Leave a Reply

Your email address will not be published. Required fields are marked *