ନା ଜୋତା ନା ଚପଲ,କେବଳ ରାସ୍ତାରେ କଳା ଡ୍ରେସ ପିନ୍ଧି ଖାଲି ପାଦରେ ବୁଲୁଛନ୍ତି RRR ର ହିରୋ ରାମଚରଣ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଫିଲ୍ମ ଆରଆରଆର ଆଜିକାଲି ପ୍ରେକ୍ଷାଳୟରେ ଧୁମ୍ ମଚାଉଛି । ଲୋକ ଫିଲ୍ମ ଦେଖିବା ପାଇଁ ଘରୁ ବହୁତ ବାହାରିକି ଯାଉଛନ୍ତି । ଫିଲ୍ମ ରେ ଯେଉଁ ଦୁଇ ଅଭିନେତାଙ୍କର ବହୁତ ଚର୍ଚ୍ଚା ହେଉଛି ତାଙ୍କ ମଧ୍ୟରୁ ରାମଚରଣ ବି ଜଣେ । ବ୍ରିଟିଶ ପୋଲିସର ରୋଲ ରେ ତାଙ୍କୁ ଦେଖି ବହୁତ ତାଳି ବାଜୁଛି । ତେବେ କ୍ଲାଇମାକ୍ସରେ ଧନୁ ତୀର ଧରି ରାମଚରଣ ତ ଏତେ ଜବରଦସ୍ତ ଲାଗିଲେ କି ଲୋକ ସିଟି ବଜେଇବାକୁ ଲାଗିଲେ ।

ଏହି ଫିଲ୍ମ ରେ ରୋଲ୍ କରୁବା ପାଇଁ ସେ କଠିନ ସାଧନା କରିଛନ୍ତି । ଲକ୍ ଡାଉନ୍ ରେ କଠିନ ବ୍ୟାୟାମ କରିବା ଠାରୁ ଦାଇଟ୍ ପର୍ଯ୍ୟନ୍ତ କରିଛନ୍ତି । ତାଙ୍କର ଏହି ସାଧନା ଫିଲ୍ମ ରେ ସଫଳ ହେବାର ବି ଦେଖାଗଲା । ତେବେ ଏଠାରେ ସେ ଅନ୍ୟ ସାଧନାରେ ଲୀନ ଅଛନ୍ତି । ରାସ୍ତାରେ ଖାଲି ପାଦରେ ଚାଲୁଛନ୍ତି । କଳା ପୋଷାକ ପିନ୍ଧିଛନ୍ତି । ଏପରିକି ସେ ଫିଲ୍ମ ଦେଖିବାକୁ ମଧ୍ୟ ଏମିତି ହି ଚାଲି ଆସିଲେ ।

ଖାଲି ପାଦ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ :-

ଅଭିନେତା ରାମଚରଣ ମୁମ୍ବାଇର ଗେୟଟି ସିନେମା ହଲ୍ ରେ ପହଞ୍ଚିଥିଲେ । ସେ ଦର୍ଶକଙ୍କ ସହ ଫିଲ୍ମ ଆରଆରଆର ଦେଖିବା ପାଇଁ ଆସିଥିଲେ । ଏହି ସମୟରେ ତାଙ୍କୁ ଦର୍ଶକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ପାଦ ରେ ଯୋତା ଚପଲ ବି ପିନ୍ଧିନଥିଲେ । ଏତେ ବଡ଼ ଅଭିନେତା ରାସ୍ତା ଉପରେ ଖାଲି ପାଦ ରେ ଚାଲୁଥିଲେ । ତେବେ ସେ ବେକରେ ରୁଦ୍ରାକ୍ଷର ମାଳା ଏବଂ କଲା ଡ୍ରେସ ପିନ୍ଧିଥିଲେ ।

ଯଦି ଆପଣ ମଧ୍ୟ ଭାବୁଛନ୍ତି କି ସେ କେଉଁ ଫିଲ୍ମର ଗେଟଅପ ରେ ଥିଲେ ତେବେ ଏମିତି ନୁହେଁ । ତାଙ୍କର ଖାଲି ପାଦ କରିବା ଏବଂ କଳା ପୋଷାକ ପିନ୍ଧିବା ପଛରେ ଧାର୍ମିକ କାରଣ ଅଛି । ପ୍ରକୃତ ରେ ରାମଚରଣ ଗୋଟିଏ କଠିନ ସାଧନା କରୁଛନ୍ତି । ଏହି ସାଧନା ପୁରା ୪୧ ଦିନ ପର୍ଯ୍ୟନ୍ତ କରାଯାଏ । ମାନେ ସେ ଖାଲି ପାଦରେ ହିଁ ୪୧ ଦିନ ପର୍ଯ୍ୟନ୍ତ ରହିବେ ଏବଂ କଳା ଡ୍ରେସ ରେ ହିଁ ଦେଖାଦେବେ।

ଏହି ସାଧନାରେ ଲୀନ ଅଛନ୍ତି ରାମଚରଣ :-

ସୁପରହିରୋ ରାମଚରଣ ଭଗବାନ ଅୟପ୍ପାଙ୍କ ଭକ୍ତ ଅଟନ୍ତି । ସେ ପିଲା ଦିନରୁ ହିଁ ତାଙ୍କୁ ମାନନ୍ତି ।ଏହି କାରଣରୁ ସେ ତାଙ୍କର ୪୧ ଦିନର କଠିନ ସାଧନା କରୁଛନ୍ତି । ଏହି ସାଧନାରେ ଅନେକ ନିୟମ ଅଛି ଯାହାକୁ ମାନିବାକୁ ପଡେ । ଏହି କାରଣରୁ ରାମଚରଣ ମଧ୍ୟ ସାଧନା ସମୟରେ ଏହି ନିୟମଗୁଡିକୁ ପୁରା ଶ୍ରଦ୍ଧା ର ସହ ପାଳନ କରୁଛନ୍ତି ।

ଭଗବାନ ଅୟପ୍ପାଙ୍କୁ ଦକ୍ଷିଣ ଭାରତ ରେ ବହୁତ ବିଶ୍ୱାସ କରାଯାଏ । ଏଠାରେ ତାଙ୍କର ୪୧ଦିନର ସାଧନା କରିବା ବହୁତ ପ୍ରଚଳନ ହେଉଛି । ଏହି ସାଧନାରେ ଭକ୍ତ ଙ୍କୁ ୪୧ଦିନ ପର୍ଯ୍ୟନ୍ତ ସାକାହାରୀ ଭୋଜନ କରିବାକୁ ହୁଏ । ସେ ମାଂସକୁ ହାତ ବି ଲଗେଇ ପାରିବେ ନାହିଁ । ଏହା ବ୍ୟତୀତ ତାଙ୍କୁ କଳା ଡ୍ରେସ ପିନ୍ଧିବାକୁ ହୋଇଥାଏ । କେବଳ ଏତିକି ନୁହେଁ ଖାଲି ପାଦରେ ବି ରହିବାକୁ ହୋଇଥାଏ ।

ବର୍ଷରେ ଦୁଇ ଥର ରାମଚରଣ କରନ୍ତି ସାଧନା :-

ଚିରଞ୍ଜୀବଙ୍କ ପୁଅ ରାମଚରଣ ଯେତେବେଳେ ୨୦ ବର୍ଷର ଥିଲେ, ସେହି ସମୟରେ ସେ ଏହି ସାଧନାକୁ ପୁରା ଭକ୍ତିର ସହିତ କରିଆସୁଛନ୍ତି । ସେ ବର୍ଷରେ ଦୁଇଥର ୪୧ ଦିନ ପାଇଁ ଭଗବାନ ଅୟପ୍ପାଙ୍କର ସାଧନାରେ ଲୀନ ହୋଇଯାନ୍ତି । ଏହି ସମୟରେ ସେ ମଥାରେ ଚନ୍ଦନ ଲଗେଇଥାନ୍ତି । ସାକାହାରି କୁ ପାଳନ କରନ୍ତି । ରଙ୍ଗ ବେରଙ୍ଗର ପୋଷାକକୁ ତ୍ୟାଗ କରିଦିଅନ୍ତି । ଖାଲି ପାଦରେ ଚାଲନ୍ତି ।

ନିୟମ ଅଛି କି ଯେତେବେଳେ ଏହି ସାଧନା ୪୧ ଦିନ ପରେ ସମ୍ପୂର୍ଣ୍ଣ ହୋଇଯାଏ ସେତେବେଳେ କେରଳ ଯିବାକୁ ହୋଇଥାଏ । ସେଠାରେ ଭଗବାନ ଅୟପ୍ପା ଙ୍କ ମନ୍ଦିର ଅଛି ଯାହା ସବରୀମାଳାଙ୍କ ନାମରେ ବିଶ୍ୱ ବିଖ୍ୟାତ ଅଟେ । ଏହି ମନ୍ଦିରରେ ଅନୁଷ୍ଠାନ କରିବାକୁ ହୋଇଥାଏ । ରାମଚରଣ ମଧ୍ୟ କେରଳ ଯାଆନ୍ତି ଏବଂ ତାଙ୍କ ସାଧନାର ସମାପନ ସେଇଠାରେ ଅନୁଷ୍ଠାନ ଜରିଆରେ କରନ୍ତି ।

Leave a Reply

Your email address will not be published. Required fields are marked *