ମହାରାଣୀଙ୍କ ପରି ଜୀବନ ଯାପନ କରନ୍ତି ପୁଷ୍ପାର ଗାଉଁଲି ଝିଅ ଶ୍ରୀଭଲ୍ଲୀ,୬ ବର୍ଷରେ ଛିଡା କଲେ କୋଟି କୋଟି ଟଙ୍କାର ସମ୍ପତ୍ତି ।

ଫିଲ୍ମ ପୁଷ୍ପା ଦ୍ୱାରା ଦେଶ ଦୁନିଆରେ ବଡ଼ ଏବଂ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅପ୍ରେଲ୍ ୫ କୁ ତାଙ୍କର ୨୬ତମ ଜନ୍ମଦିନ ପାଳନ କରିଛନ୍ତି । ୫ ଅପ୍ରେଲ୍ ୧୯୯୬କୁ ତାଙ୍କ ଜନ୍ମ କର୍ଣ୍ଣାଟକ ରେ ହୋଇଥିଲା ।

ମଦନ ମନ୍ଦାନା ଏବଂ ସୁମନ ମନ୍ଦାନାଙ୍କ ଘରେ ଜନ୍ମ ନେଇଥିବା ରଶ୍ମିକା ହେଉଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଏକ ପ୍ରସିଦ୍ଧ ଅଭିନେତ୍ରୀ । ସେ ତାଙ୍କ ଅଭିନୟ ଆଉ ନିଜର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । ବହୁତ କମ ସମୟରେ ସେ ବହୁତ ଧନ ସହିତ ବହୁତ ଦୌଲତ ମଧ୍ୟ ହାସଲ୍ କରିସାରିଛନ୍ତି ।

ରଶ୍ମିକା ମନ୍ଦାନା ଗୋଟିଏ ସୁଖ ସୁବିଧାର ଜୀବନ ଯାପନ କରନ୍ତି । ତାଙ୍କ ପାଖରେ ଜରୁରୀ ଜିନିଷ ସବୁ ଉପଲବ୍ଧ ଅଛି । ତାଙ୍କ ପାଖରେ ବିଳାସପୂର୍ଣ ଘର,ମହଙ୍ଗା ଗାଡି ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି । ଅଭିନେତ୍ରୀଙ୍କୁ ତାଙ୍କ ଫ୍ୟାନ୍ସ ଏକ୍ସପ୍ରେସନ କ୍ୱିନ ଏବଂ ନ୍ୟାସନାଲ୍ କ୍ରସ ରୂପରେ ମଧ୍ୟ ଦେଖିଥାନ୍ତି । ୬ବର୍ଷର କ୍ୟାରିଅର ଭିତରେ ରଶ୍ମିକା ଏବେ ପର୍ଯ୍ୟନ୍ତ ୧୩ଟି ଫିଲ୍ମରେ କାମ କରିଛନ୍ତି ।

ରଶ୍ମିକା ତାଙ୍କ ଫିଲ୍ମ କ୍ୟାରିଅରର ଆରମ୍ଭ ୨୦୧୬ ମସିହାରେ କନ୍ନଡ଼ ଫିଲ୍ମ ‘କିରିକ ପାର୍ଟି’ ରୁ କରିଥିଲେ । ଏହି ଫିଲ୍ମ ହିଟ ହୋଇଥିଲା ଏବଂ ଅଭିନେତ୍ରୀଙ୍କୁ ପରିଚୟ ମିଳିଗଲା । ତେବେ ତାଙ୍କୁ ବଡ଼ ଏବଂ ସ୍ୱତନ୍ତ୍ର ପରିଚୟ ଦେଇଥିଲା ଫିଲ୍ମ ‘ଗୀତା ଗୋବିନ୍ଦ’ । ଏହି ଫିଲ୍ମ ୨୦୧୮ ମସିହାରେ ରିଲିଜ ହୋଇଥିଲା । ଏଥିରେ ସେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ କାମ କରିଥିଲେ ।

ରଶ୍ମିକା ତାଙ୍କର ଛୋଟ କ୍ୟାରିଅର ରେ ହିଁ ଅନେକ ଶାନଦାର ଫିଲ୍ମ ଦେଇସାରିଛନ୍ତି । ତାଙ୍କ କ୍ୟାରିଅର ରେ ୨୦୨୧ ଡିସେମ୍ବର ରେ ଆସିଥିବା ଫିଲ୍ମ ‘ପୁଷ୍ପା : ଦ ରାଇଜ’ ସବୁଠାରୁ ସଫଳ ଆଉ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମରେ ସେ ‘ଶ୍ରୀଭଲ୍ଲି ‘ନାଁ ର ଝିଅ ଭୂମିକାରେ ଅଭିନୟ କରିଥିଲେ । କହିରଖୁଛୁ କି କନ୍ନଡ଼ ଏବଂ ତେଲେଗୁ ସିନେମାରେ କାମ କରିବା ପରେ ବର୍ତ୍ତମାନ ରଶ୍ମିକା ହିନ୍ଦୀ ସିନେମାରେ ମଧ୍ୟ ପାଦ ରଖିବାକୁ ଯାଉଛନ୍ତି ।

ଏତେ କୋଟି ଟଙ୍କାର ମାଲିକାଣୀ ଅଟନ୍ତି ରଶ୍ମିକା ମନ୍ଦାନା…

ରଶ୍ମିକା ମନ୍ଦାନା ତାଙ୍କ କ୍ୟାରିଅର ରେ ବହୁତ ଭଲ ଦୌଲତ ହାସଲ୍ କରିନେଇଛନ୍ତି । ଗୋଟିଏ ଫିଲ୍ମ ପାଇଁ ସେ ୪ ରୁ ୫ କୋଟି ଟଙ୍କାର ଫିସ ନେଇଥାନ୍ତି । ତେବେ କେବେ କେବେ ସେ ମାତ୍ର ୧ ରୁ ୨ କୋଟି ଟଙ୍କା ଚାର୍ଜ ବି କରନ୍ତି । ରଶ୍ମିକାଙ୍କ ସମ୍ପୁର୍ଣ୍ଣ ସମ୍ପତ୍ତି ବିଷୟରେ କହିବାକୁ ଗଲେ ସେ ୬ ମିଲିୟନ ଡଲାର ର ମାଳିକାଣି ଅଟନ୍ତି । ଭାରତୀୟ ମୁଦ୍ରାରେ ଦେଖିବା ତ ତାଙ୍କ ପାଖରେ ମୋଟା ମୋଟି ୪୫ କୋଟି ଟଙ୍କାର ସମ୍ପତ୍ତି ଅଛି । ତାଙ୍କ ରୋଜଗାର ପନ୍ଥା ହେଉଛି ଫିଲ୍ମ ଏବଂ ବିଜ୍ଞାପନ

ବାଙ୍ଗାଲୋର ରେ ତିଆରି ହୋଇଛି ୧୦କୋଟି ଟଙ୍କାର ଘର..

ରଶ୍ମିକାଙ୍କର ବାଙ୍ଗାଲୋର ରେ ବିଳାସପୂର୍ଣ ଏବଂ ଶାନଦାର ଘର ତିଆରି ହୋଇଛି । ତାଙ୍କର ବାଙ୍ଗାଲୋର ସ୍ଥିତ ଘରେ ତାଙ୍କ ମାତା ପିତା ରୁହନ୍ତି । ଅଭିନେତ୍ରୀ ମଧ୍ୟ ସେଠାକୁ ଯିବା ଆସିବା କରନ୍ତି । ତାଙ୍କର ଏହି ବିଳାସପୂର୍ଣ ଏବଂ ସୁନ୍ଦର ଘରର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ବୋଲି କୁହାଯାଉଛି ।

ଗୋଆରେ ମଧ୍ୟ ରହିଛି ରଶ୍ମିକାଙ୍କ ଘର..

କହିରଖୁଛୁ କି ବାଙ୍ଗାଲୋର ବ୍ୟତୀତ ରଶ୍ମିକାଙ୍କ ଗୋଟିଏ ଘର ଗୋଆ ରେ ମଧ୍ୟ ଅଛି ।

ହାଇଦ୍ରାବାଦ ରେ ମଧ୍ୟ କିଣିରଖିଛନ୍ତି ବଙ୍ଗଳା..

ହାଇଦ୍ରାବାଦ ରେ ମଧ୍ୟ ରଶ୍ମିକା ଗୋଟିଏ ବଙ୍ଗଳା କିଣି ରଖିଛନ୍ତି । ହାଇଦ୍ରାବାଦ ଘର ରଶ୍ମିକା ୨୦୨୦ରେ କିଣିଥିଲେ ।

୨୦୨୧ରେ ମୁମ୍ବାଇ ରେ କିଣିଥିଲେ ଶାନଦାର ଘର..

ବାଙ୍ଗାଲୋର,ଗୋଆ ଏବଂ ହାଇଦ୍ରାବାଦ ବ୍ୟତୀତ ରଶ୍ମିକା ଗତ ବର୍ଷ ଗୋଟିଏ ଘର ‘ମାୟାନଗର’ ମୁମ୍ବାଇ ରେ ମଧ୍ୟ କିଣିଥିଲେ ।ତାଙ୍କର ମୁମ୍ବାଇ ରେ ଥିବା ଘର ମଧ୍ୟ ବହୁତ ସୁନ୍ଦର ଏବଂ ବିଳାସପୂର୍ଣ ଅଟେ ।

ରଶ୍ମିକାଙ୍କ ପାଖରେ ଅଛି ମହଙ୍ଗା କାର୍..

ରଶ୍ମିକା ମନ୍ଦାନାଙ୍କୁ ମହଙ୍ଗା ଏବଂ ଲଗ୍ଜରି ଗାଡ଼ିରେ ବୁଲିବା ବହୁତ ପସନ୍ଦ । ତାଙ୍କ କାର୍ କଲେକ୍ସନରେ ମର୍ସିଡିଜ୍-ବେଞ୍ଜ୍ ସି-କ୍ଲାସ୍ ବ୍ୟତୀତ ଅଡି Q3, ରେଞ୍ଜ ରୋଭର ପରି ଗାଡି ଅଛି ।

କିରିକ୍ ପାର୍ଟି, ଚଲୋ, ଗୀତା ଗୋବିନ୍ଦମ୍, ଅଞ୍ଜନି ପୁତ୍ର, ଚମକ୍, ୟଜମାନ, ଡିଅର କମରେଡ଼, ଦେବଦାସ, ସରିଲେରୁ ନେକକେଭାରୁ, ଭୀଷ୍ମ, ପୋଗ୍ରୁ, ସୁଲତାନ ଏବଂ ପୁଷ୍ପା ଦି ରାଇଜ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ରଶ୍ମିକା ବର୍ତ୍ତମାନ ହିନ୍ଦୀ ସିନେମାରେ ପାଦ ଦେବାକୁ ଯାଉଛନ୍ତି ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ଫିଲ୍ମ ‘ମିଶନ୍ ମଜନୁ’ ସହିତ ରଶ୍ମୀକା ହିନ୍ଦୀ ସିନେମାରେ ଡେବ୍ୟୁ କରିବେ । ଏହା ପରେ ସେ ମହାନ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଗୁଡ଼ବାୟ’ରେ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ଉଭୟ କଳାକାର ଏହି ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *