ବୁଲା ବିକାଳୀ ଟୁକୁନା : ବିକିବାକୁ ଆଣିଥିବା ଜିନିଷର ନାଁ କହି ପାରନ୍ତିନି । ହେଲେ ବିନା ଶବ୍ଦରେ ଠରାଠରି କରି ଚ-ମତ୍କାର ଭାବରେ କରୁଛନ୍ତି ବେପାର,ଦେଖନ୍ତୁ ଭିଡ଼ିଓ

ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦି-ବ୍ୟା-ଙ୍ଗ ତଥା ସାଧାରଣ ଲୋକଙ୍କ ପାଇଁ ଟୁକୁନା ଏକ ପ୍ରେରଣା । ମୋଟା ଅଙ୍କର ବ୍ୟାଙ୍କ୍ ବାଲାନ୍ସ, ଦାମୀ ଗାଡ଼ି, ଆଲିଶାନ କୋଠାଘରକୁ ଯଦି ସଫଳତାର ମା-ନଦ-ଣ୍ଡରୁ ବା-ଦ୍ ଦିଆଯାଏ ତେବେ ଦି-ବ୍ୟା-ଙ୍ଗ ଟୁକୁନା ବି ଜଣେ ସଫଳ ବ୍ୟବସାୟୀ । ସେ ନିଜେ କଥା କହିପାରନ୍ତି ନାହିଁ । ଯାହା ପନିପରିବା ଆଣିଛନ୍ତି, ତା ନାଁ ବି କହିପାରନ୍ତି ନାହିଁ । କିନ୍ତୁ ହାତ ଠାର ଆଉ ଆ.. ଆ.. ଶବ୍ଦ କରି ମୋଟର ସାଇକେଲରେ ଗାଁ କୁ ଗାଁ ବୁଲି ବିଭିନ୍ନ ପରିବା ବିକ୍ରି କରିବାରେ ପାରଙ୍ଗମ ।

କୌଣସି ସୁସ୍ଥସବଳ ସକ୍ଷମ ଲୋକଠାରୁ କମ୍ ନୁହଁନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତ ସାଏନ୍ତା ଗାଁ ର ଦି-ବ୍ୟା-ଙ୍ଗ ଟୁକୁନା ସାହୁ । ଜନ୍ମରୁ ଟୁକୁନା କଥା କହିପାରନ୍ତି ନାହିଁ । କିନ୍ତୁ ନିଜକୁ କେବେ ହାର ମାନି ନାହାନ୍ତି । ପ୍ରତିଦିନ ନିଜ ମୋଟର ସାଇକେଲରେ ବିଭିନ୍ନ ପ୍ରକାର ପନିପରିବା ସାଙ୍ଗକୁ ଓଜନ କଣ୍ଟା ଧରି ବାହାରି ପଡ଼ନ୍ତି । ଆଉ ଗାଁ ଗାଁ ରେ ପହଞ୍ଚି ପନିପରିବା ବିକ୍ରି କରନ୍ତି ।

କଥା କହିପାରୁ ନଥିଲେ ବି ଟୁକୁନା ହାତରେ ପରିବାର ଦାମ୍ ହାତ ଠାରି କହିଦିଅନ୍ତି । ଓଜନ କରି ଦେଇ ଦିଅନ୍ତି । ଲୋକଙ୍କ ଠାରୁ ଠିକ୍ ଠିକ୍ ପଇସା ଗଣି ନିଅନ୍ତି ଓ ଦିଅନ୍ତି । ନିଜେ ଦି-ବ୍ୟା-ଙ୍ଗ ହେଲେ ମଧ୍ୟ କେବେ ମନଉଣା କରନ୍ତିନି । ନିଜ ଗାଁ ଠାରୁ ଦୂର ୨୦/୩୦ କିଲୋମିଟର ଦୂର ପର୍ଯ୍ୟନ୍ତ ପଳାଶପୁର, ମତୋ, ଘଂଟେଶ୍ୱରୁ, ରାଜକନିକା ଆଦି ଅଂଚଳରେ ପରିବା ବେପାରୀ ହିସାବରେ ବେଶ୍ ନାମ ରହିଛି ଟୁକୁନାଙ୍କର ।

ଯଦି କେହି କେବେ ତାଙ୍କ ନାଁ ପଚାରନ୍ତି ଆଉ ଗାଁ ପଚାରନ୍ତି, ଦିବ୍ୟାଙ୍ଗ ଆଇ-କାର୍ଡ଼ ଦେଖାଇବା ସହିତ ମୋଟର ସାଇକେଲ ଆଗରେ ଲେଖା ଯାଇଥିବା ନିଜ ଗାଁର ମନ୍ଦିରକୁ ଦର୍ଶାଇ ଦିଅନ୍ତି । କଠିନ ପରିଶ୍ରମ କରି ବେଶ୍ ଦି ପଇସା ରୋଜଗାର କରୁଛନ୍ତି ଓ ଘର ଚଳାଉଛନ୍ତି ଟୁକୁନା । କାହାରି ଉପରେ ନିର୍ଭରଶୀଳ ନୁହଁନ୍ତି ସେ । ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦି-ବ୍ୟା-ଙ୍ଗ ଓ ସାଧାରଣ ଲୋକଙ୍କ ପାଇଁ ଟୁକୁନା ଯେ ସୁନିଶ୍ଚିତ ପ୍ରେରଣା ଓ ଉଦାହରଣ ଦାୟକ କହିବା ଅତ୍ୟୁକ୍ତି ହେବ ନାହିଁ ।

Leave a Reply

Your email address will not be published. Required fields are marked *