୩ଟି ପିଲାଙ୍କର ବାପାଙ୍କୁ ବିବାହ କରି ର-କ୍ତର ଲୁହ ବୁହାଇଲେ ଜୟା ପ୍ରଦା,ପତିଙ୍କର ଛାଡିଦେଲେ ସାଥ, ବନିପାରିଲେ ନାହିଁ ମା !

୮୦ ଏବଂ ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜୟା ପ୍ରଦାଙ୍କୁ ଗଣାଯାଏ । ଜୟା ତାଙ୍କ ସମୟରେ ଅନେକ ମହାନ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ତାଙ୍କ ଅଭିନୟ ସହିତ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । ଜୟା ପ୍ରଦାଙ୍କୁ ଆଜି (ଅପ୍ରେଲ ୩) ୬୦ ବର୍ଷ ବୟସ ହୋସାରିଛି।

୬୦ବର୍ଷର ହୋଇସାରିଲେଣି ଜୟା ,ତାଙ୍କ ଜନ୍ମ ଅପ୍ରେଲ ୩ ୧୯୬୨ କୁ ଆନ୍ଧ୍ରପ୍ରଦେଶର ରାଜମାହେଦରି ରେ ହୋଇଥିଲା ।ଜୟା ପ୍ରଦା ହିନ୍ଦୀ ସିନେମାରେ ନିଜ ବଳରେ ହିଁ ବଡ଼ ଏବଂ ସ୍ୱତନ୍ତ୍ର ସ୍ଥାନ ହାସଲ୍ କରିଛନ୍ତି । ଗୋଟିଏ ସଫଳ ଅଭିନେତ୍ରୀ ହେବା ସହ ଜୟା ଜଣେ ସଫଳ ନେତ୍ରୀ ମଧ୍ୟ ଅଟନ୍ତି । ସେ ଅନେକ ବର୍ଷରୁ ରାଜନୀତି ରେ ସକ୍ରିୟ ଅଛନ୍ତି ।

ଏହା ହେଉଛି ଜୟା ପ୍ରଦାଙ୍କ ପ୍ରକୃତ ନାଁ ..

ଏହା ବହୁତ କମ୍ ଲୋକ ଜାଣନ୍ତି କି ଜୟା ପ୍ରଦାଙ୍କ ଅସଲି ନାଁ ଜୟା ପ୍ରଦା ନୁହେଁ । କହିରଖୁଛୁ କି ଜୟାଙ୍କ ଅସଲି ନାଁ ହେଉଛି ଲଳିତା ରାଣୀ । ପରେ ସେ ଫିଲ୍ମ ଯୋଗୁ ତାଙ୍କର ନିଜ ନାଁ ବଦଳେଇ ଜୟା ପ୍ରଦା ରଖି ନେଇଥିଲେ । ମାତ୍ର ୧୩ ବର୍ଷ ବୟସରେ ଜୟା ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ ଏବଂ ଆଗକୁ ଯାଇ ବଡ଼ ନା ଅର୍ଜନ କଲେ ।

ବଡ଼ ପରଦାରେ ଜୟା ତାଙ୍କ ସମୟରେ ବଡ ବଡ ମହାନ କଳାକାରମାନଙ୍କ ସହ କାମ କରିଛନ୍ତି । ସେ ଅନେକ ସୁନ୍ଦର ଫିଲ୍ମରେ ନଜର ଆସିଥିଲେ, ଜୟାଙ୍କ ଫିଲ୍ମୀ କ୍ୟାରିଅର ବହୁତ ସାନଦାର ଥିଲା ,ତେବେ ଏହାର ଓଲଟା ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଉଥାନ ପତାନ ରହିଥିଲା । ସେ ବିବାହିତ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହିତ ହେବା ପରେ ବି ତାଙ୍କୁ କେବେ ସ୍ତ୍ରୀର ସୁଖ ମିଳିନଥିଲା ଆଉ ନା ହିଁ ସେ ସନ୍ତାନ ସୁଖ ଭୋଗ କରିପାରିଥିଲେ ।

ଜୟାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ହେଡ଼ଲାଇନ ରେ ରହିଛି । ଯେତେବେଳେ ଜୟା ତାଙ୍କ ଫିଲ୍ମ କ୍ୟାରିଅର ରେ ସମ୍ପୂର୍ଣ୍ଣ ଶିଖର ରେ ଥିଲେ ସେତେବେଳେ ସେ ଫିଲ୍ମ ନିର୍ମାତା ଶ୍ରୀକାନ୍ତ ନାହଟାଙ୍କୁ ବିବାହ କରିଥିଲେ । ଶ୍ରୀକାନ୍ତ ପୂର୍ବରୁ ବିବାହିତ ଥିଲେ ଏହା ପରେ ମଧ୍ୟ ଜୟା ତାଙ୍କୁ ବିବାହ କରିଥିଲେ ଏବଂ ଜୟାଙ୍କ ଏହି ନିଷ୍ପତ୍ତି ତାଙ୍କ ପାଇଁ ଖରାପ ପ୍ରମାଣିତ ହେଲା ।

ଜୟା ଏବଂ ଶ୍ରୀକାନ୍ତଙ୍କ ସମ୍ପର୍କ ସେ ସମୟରେ ବହୁତ ହେଡଲାଇନ ସୃଷ୍ଟି କରିଥିଲା । ଦୁହେଁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । କାରଣ ଦୁହେଁ ନିଜ ସମ୍ପର୍କକୁ ଦୁନିଆଠାରୁ ଲୁଚାଇ ରଖିଥିଲେ, କିନ୍ତୁ ପରେ ଜୟା ୨୨ ଜୁନ୍ ୧୯୮୬ ରେ ଶ୍ରୀକାନ୍ତଙ୍କୁ ବିବାହ କରିଥିଲେ । ଜୟା ଶ୍ରୀକାନ୍ତଙ୍କ ଦ୍ୱିତୀୟ ପତ୍ନୀ ହୋଇଥିଲେ ଏବଂ ଏହି କାରଣରୁ ସେ କଦାପି ତାଙ୍କ ପତ୍ନୀର ମାନ୍ୟତା ପାଇପାରିନଥିଲେ ।

କହିରଖୁଛୁ କି ନିର୍ମାତା ଶ୍ରୀକାନ୍ତ ନାହଟା ପ୍ରଥମ ବିବାହ ଚନ୍ଦ୍ରାଙ୍କ ସହ କରିଥିଲେ । ଦୁହେଁ ତିନୋଟି ସନ୍ତାନର ମାତାପିତା ବନିଲେ । ଏହା ମଧ୍ୟରେ ଶ୍ରୀକାନ୍ତଙ୍କ ହୃଦୟ ଜୟାଙ୍କ ପାଇଁ ମଧ୍ୟ ଧଡକୀଲା । ଶ୍ରୀକାନ୍ତ ଏବଂ ଚନ୍ଦ୍ରାଙ୍କ ଛାଡ଼ପତ୍ର ବିନା ଜୟା ଏବଂ ଶ୍ରୀକାନ୍ତଙ୍କ ବିବାହ ହୋଇଗଲା । କିନ୍ତୁ ଜୟାଙ୍କ ପାଇଁ ଏହି ସମ୍ପର୍କ ସୁଖଦ ହୋଇନଥିଲା ।

ଜୟା ଏବଂ ଶ୍ରୀକାନ୍ତଙ୍କ ବିବାହକୁ ନେଇ ବି-ବା-ଦ ହେବାର ହିଁ ଥିଲା ଏବଂ ଉଭୟଙ୍କ ବିବାହକୁ ନେଇ ବିଭିନ୍ନ ଆଲୋଚନା ମଧ୍ୟ ହୋଇଥିଲା । କହିରଖୁଛୁ କି ଜୟାଙ୍କୁ ବିବାହ କରିବା ପରେ ମଧ୍ୟ ଶ୍ରୀକାନ୍ତଙ୍କର ପ୍ରଥମ ପତ୍ନୀଙ୍କର ସନ୍ତାନ ହୋଇଥିଲା ଏବଂ ଏହି ଘ-ଟ-ଣା ହେତୁ ଜୟାଙ୍କର ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଖରାପ ହେବାକୁ ଲାଗିଲା । ପରେ ଦୁହେଁ ଅଲଗା ଅଲଗା ହୋଇଗଲେ ।ତେବେ ଜୟାଙ୍କୁ ସନ୍ତାନ ସୁଖ ବି ମିଳିପାରିଲା ନାହିଁ ।

ଭଉଣୀଙ୍କ ପୁଅକୁ କୋଳକୁ ନେଇଥିଲେ

ଶ୍ରୀକାନ୍ତଙ୍କଠାରୁ ଅଲଗା ହେବା ପରେ ଏକୁଟିଆପଣକୁ ସାମ୍ନା କରିବା ପାଇଁ ଜୟା ପ୍ରଦା ତାଙ୍କ ଭଉଣୀଙ୍କ ପୁଅକୁ କୋଳକୁ ନେଇଛନ୍ତି । ଜୟା ତାଙ୍କ ଭଉଣୀଙ୍କ ପୁଅ ସହିତ ହିଁ ରୁହଛନ୍ତି । ଶ୍ରୀକାନ୍ତଙ୍କ ଠାରୁ ଧୋ-କା ମିଳିବା ପରେ ଜୟା ପୁନର୍ବାର ବିବାହ କରିନଥିଲେ ।

Leave a Reply

Your email address will not be published. Required fields are marked *