୫ ବର୍ଷର କୁନି ପୁଅର କମାଲ । ଭାରତୀୟ ଟିମରେ ଖେଳିବାର ସ୍ଵପ୍ନ ! ବ୍ୟାଟିଂ ଦେଖି କେହି ବି ହେଇଯିବେ ଫ୍ୟାନ,ଦେଖନ୍ତୁ କେମିତି ମାରୁଛନ୍ତି ବିଭିନ୍ନ ପ୍ରକାରର ସଟ !

ଅଭ୍ୟାସ ବଳରେ ସବୁ କିଛି ହାସଲ ହୋଇ ଥାଏ । ଇଚ୍ଛା ଶକ୍ତି ଥିଲେ ସବୁ କିଛି ମିଳି ମଧ୍ୟ ଥାଏ । କୁନି ପୁଅର ଚମତ୍କାରତା ।ଚମତ୍କାର ଢଙ୍ଗରେ ବ୍ୟାଟିଂ କରି ଚର୍ଚ୍ଚାରେ କୁନି କ୍ରିକେଟରଙ୍କ ନାମ ହେଉଛି ଆଦ୍ଵିକ ଜେନା । ବୟସ ପ୍ରାୟ ପାଞ୍ଚ ବର୍ଷ , ଉଚ୍ଚତା ୩ ଫୁଟ ୯ ଇଞ୍ଚ୍ । ବାମ ହାତି ବ୍ୟାଟର ମାତ୍ର ବିରାଟ କୋହଲି ଓ ଯୁବରାଜ ସିଂଙ୍କ ବଡ଼ ଫ୍ୟାନ । ପ୍ରଫେସନାଲ କ୍ରିକେଟର ଭାବରେ ଘଣ୍ଟା ଘଣ୍ଟା ଧରି ବ୍ୟାଟିଂ କରି ଦେଖଣାହାରିଙ୍କ ମନ ମୋହି ନଉଛନ୍ତି ଆଦ୍ଵିକ । ତାଙ୍କ ବ୍ୟାଟିଂ ଷ୍ଟାଇଲ ଦେଖି ଜେ କେହି ବି ଫ୍ୟାନ ହୋଇ ଯାଉଛି

ତେବେ ଆଦ୍ଵିକ୍ ହେଉଛନ୍ତି କ୍ରିକେଟ୍ ପ୍ରେମୀ ଅଭିମନ୍ୟୁ ଜେନା ଓ ଅନପୂର୍ଣ୍ଣ ପରିଡ଼ାଙ୍କ ସୁପୁତ୍ର । ସବୁବେଳେ ଟିଭିରେ କ୍ରିକେଟ ଦେଖୁଥିବା ସମୟରେ ପୁଅ ମଧ୍ୟ କ୍ରିକେଟ୍ ଦେଖେ । ଦେଖୁ ଦେଖୁ ବ୍ୟାଟ୍ ବଲ ଆଣିବାକୁ ବାପା ମାଙ୍କୁ କହିଥିଲେ । ସେମାନେ ପୁଅ କଥା ରଖି ପ୍ଲାଷ୍ଟିକ ବଲ ବ୍ୟାଟ ଆଣି ଦେଇଥିଲେ । ଏହା ପରେ ଘରର ଚାରି କାନ୍ଥ ଭିତରେ ଆରମ୍ଭ ହୋଇ ଥିଲେ କ୍ରିକେଟ୍ ର ଯାତ୍ରା ।

ପୁଅର କ୍ରିକେଟ୍ ପ୍ରତି ଆଦର ଓ ବ୍ୟାଟିଂ ଷ୍ଟାଇଲ ଦେଖି ବାପା ଖୁସି ରେ ଘର ପାଖରେ ସିମେଣ୍ଟ ଓ ନ୍ୟାଟ୍ ୱିକେଟ୍ ପ୍ରସ୍ତୁତ କରିଦେଲେ ଓ ସମସ୍ତ କ୍ରିକେଟ୍ ସରଞ୍ଜାମ ଆଣି ଦେଇଥିଲେ । ଅଢେଇ ବର୍ଷ ବୟସ ରୁ ଖେଳିବା ଆରମ୍ଭ କରିଥିବା ଆଦ୍ୱିକ୍ ଭାରତ ଟିମ୍ ରେ ଖେଳିବାକୁ ଆଶା ରଖିଛନ୍ତି । ପୁଅ ଅଦ୍ଵିକ୍ ଙ୍କ କ୍ରିକେଟ କୋଚିଂ ଅନଲାଇନ୍ ଜରିଆରେ ଆନ୍ତର୍ଜାତିକ କ୍ରିକେଟର ସୁରେଶ୍ ରାଇନା ଠାରୁ ଟିପ୍ସ ନେଉଛନ୍ତି । ଏଥି ପାଇଁ ଜଣେ ସ୍ଥାନୀୟ କୋଚ୍ ଙ୍କୁ ମଧ୍ୟ ତାଲିମ ପାଇଁ ନିଯୁକ୍ତି ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *