ମହାଭାରତ ରେ କିଏ କାହାର ଅବତାର ନେଇଥିଲେ ?

ମହାଭାରତ ଓ ରାମାୟଣ ଏପରି ଦୁଇଟି ଗ୍ରନ୍ଥ ଯିଏ କି ଭାରତ ଇତିହାସ ର ଗର୍ବ ଓ ଗୌରବ ଗାନ କରେ । ରାମାୟଣ ରେ ପ୍ରଭୁ ଶ୍ରୀ ରାମ ଙ୍କ କଥା ବର୍ଣ୍ଣନା ବେଳେ ମହାଭାରତ ରେ ଶ୍ରୀକୃଷ୍ଣ ଙ୍କ କଥା ସହିତ ପାଣ୍ଡବ ଓ କୌରବ ଙ୍କ ମଧ୍ୟରେ ହୋଇଥିବା ଲଗାତାର ଯୁଦ୍ଧ ବିଷୟ ରେ ରହିଛି । ତେବେ ଏହି ଯୁଦ୍ଧ ରେ କିଏ ଜିତିଥିଲେ ଓ ସମସ୍ତ ଘଟଣାବଳୀ ଆମେ ସମସ୍ତେ ଜାଣିଛନ୍ତି । ତେବେ ମହାଭାରତ ରେ ଥିବା ଚରିତ୍ର ତଥା କିଏ କାହାର ଅବତାର ନେଇଥିଲେ ତାହା ବିଷୟ ରେ ଜାଣନ୍ତୁ । ଶ୍ରୀକୃଷ୍ଣ ଙ୍କ ଜନ୍ମ , ବାଲ୍ୟ ଲୀଳା ଓ ତାଙ୍କ ଲୀଳା କୁ ପୃଥିବୀ ପୃଷ୍ଠ ରେ ସମସ୍ତେ ଜାଣନ୍ତି । ତେବେ ମହାଭାରତ ରେ ଶୁଣିଥିବା ନାମ ଗୁଡ଼ିକ ଯେପରି କି ଅର୍ଜୁନ , ଭୀଷ୍ମ , ଯୁଧିଷ୍ଟିର , ଭୀମ , ନକୁଳ , ସହଦେବ ଏମାନଙ୍କ ଅବତାର ଗୁଡ଼ିକ ବିଷୟ ରେ ଜାଣନ୍ତୁ ।

ବଶିଷ୍ଠ ଋଷି ଙ୍କ ଅଭିଶାପ ଓ ଇନ୍ଦ୍ର ଙ୍କ ଆଜ୍ଞା ରେ ବସୁ ଙ୍କୁ ଶାନ୍ତନୁ ଏବଂ ଗଙ୍ଗା ଜନ୍ମ ଦେଇଥିଲେ । ଏହା ପରେ ତାଙ୍କୁ ଗଙ୍ଗା ନଦୀ ରେ ଭସାଇ ଦିଆଯାଇଥିଲା । ତେବେ ସେ ହେଉଛନ୍ତି ଭୀଷ୍ମ । ମହାଭାରତ ରେ ସେ ପାଣ୍ଡବ ଓ କୌରବ ମାନଙ୍କର ପିତା ଥିଲେ । ହେଲେ ସଂସାର ରେ ସମସ୍ତେ ତାଙ୍କୁ ପିତାମହ ଭୀଷ୍ମ ନାମ ରେ ଜାଣିଥିଲେ । କୁହାଯାଏ ଯେ ଦେବ ଗୁରୁ ବୃହସ୍ପତି ଙ୍କ ରୂପରେ ଜନ୍ମ ହୋଇଥିଲେ ଦ୍ରୋଣାଚାର୍ଯ୍ୟ । ସେଥିପରି ସମସ୍ତଙ୍କ ଗୁରୁ ହେବ ପାଇଁ ଯୋଗ୍ୟତା କେବେଳେ ଗୁରୁ ବୃହସ୍ପତି ଙ୍କ ପାଖରେ ହିଁ ଥିଲା । ତେବେ ମହାରାଜ ପାଣ୍ଡୁ ଓ ମାତା କୁନ୍ତୀ ଙ୍କ ପୁତ୍ର ମାନଙ୍କ ମଧ୍ୟରୁ ଥିଲେ ଅର୍ଜୁନ ।

କୁନ୍ତୀ ଇନ୍ଦ୍ର ଙ୍କୁ ବର ମାଗିଥିଲେ ଓ ଅର୍ଜୁନ ଜନ୍ମ ହୋଇଥିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ ଓ ଜୁଧ୍ୟ ରେ ମହାନାୟକ ମଧ୍ୟ ଥିଲେ । ମହାବଳି ବୋଲି ବୋଲି ଭୀମ ଙ୍କୁ କୁହାଯାଏ । ତେଣୁ ପବନ ପୁତ୍ର ବୋଲି ମଧ୍ୟ କୁହାଯାଏ । କୁହାଯାଏ କି ସେ ହନୁମାନ ଙ୍କ ଭାଇ ଥିଲେ ବୋଲି । ଏପରି ମଧ୍ୟ କୁହାଯାଏ ଯେ ଭୀମ ଙ୍କ ମଧ୍ୟରେ ୧୦୦୦୦ ହାତୀ ର ବଳ ଥିଲା । ଯୁଧିଷ୍ଟିର ଙ୍କୁ ଧର୍ମରାଜ୍ ବୋଲି ମଧ୍ୟ କୁହାଯାଏ । ସେ ଜ୍ୟେଷ୍ଠ ପୁତ୍ର ଥିଲେ । ତେବେ ତାଙ୍କର ଦୁଇଟି ସ୍ତ୍ରୀ ଥିଲେ ଓ ଦୁଇଟି ସନ୍ତାନ ଥିଲେ । ଯୁଧିଷ୍ଟିର ନିଜ ସ୍ଵସରିର ରେ ସ୍ବର୍ଗ କୁ ଯାଇଥିଲେ । ଶେଷରେ ନକୁଳ ଓ ସହଦେବ । ଏମାନେ ତେତିଶ କୋଟି ଦେବା ଦେବୀ ଙ୍କ ମଧ୍ୟରୁ ଥିଲେ । ଏମାନଙ୍କୁ ମହାଭାରତ ଯୁଦ୍ଧ ର ପରିଣାମ ଜଣା ଥିଲେ । ମାତ୍ର ଶ୍ରୀ କୃଷ୍ଣ ଙ୍କ ବାରଣ ହେତୁ ଏମାନେ ଏହି ବିଷୟ ରେ କାହାକୁ କହିନଥିଲେ

Leave a Reply

Your email address will not be published. Required fields are marked *