ପୁଟିନଙ୍କ ଜୀବନଶୈଳୀର ନୂଆ ତଥ୍ୟ: ହରିଣ ଶିଙ୍ଗ ର-କ୍ତରେ ଗାଧାନ୍ତି । ଡାକ୍ତରଙ୍କ ଯୋଗାଯୋଗରେ ରୁହନ୍ତି ।

ସାମ୍ନାକୁ ଆସିଲା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୈନନ୍ଦିନ ଜୀବନଶୈଳୀର ଆଉ ଏକ ରୋମାଞ୍ଚକର ଫର୍ଦ୍ଦ । ପୁଟିନ ନିତିଦିନ ହରିଣ ଶିଙ୍ଗରୁ ବାହାରୁଥିବା ର-କ୍ତରେ ସ୍ନାନ କରନ୍ତି ଏବଂ ଥାଇରଏଡ କର୍କଟ ବିଶେଷଜ୍ଞ ଡାକ୍ତରଙ୍କ ସହ ନିରନ୍ତର ଯୋଗାଯୋଗରେ ରୁହନ୍ତି । ଡେଲି ମେଲର ରି-ପୋ-ର୍ଟରେ ଏନେଇ ଦାବି କରିଛି । ସବୁଠୁ ବଡ କଥା ହେଉଛି କି ବର୍ତ୍ତମାନର ଋଷ ପ୍ରତିର-କ୍ଷା ମନ୍ତ୍ରୀ ସେରଗୀ ଶୋଏଗୁଙ୍କ ପକ୍ଷରୁ ପୁଟିନଙ୍କୁ ଏହି ଅ-ଦ୍ଭୁ-ତ ଚିକିତ୍ସା ବା-ବ-ଦରେ ଜଣାପଡିଛି ।

୨୦୦୦ ଦଶକ ମଧ୍ୟଭାଗରେ ହରିଣ ଶିଙ୍ଗରୁ ବାହାର କରାଯାଇଥିବା ସୁଗନ୍ଧିତ ପଦାର୍ଥରେ ଭର୍ତ୍ତି ହୋଇଥିବା ବାଥଟବରେ ଋଷ ରାଷ୍ଟ୍ରପତି ସ୍ନାନ କରିଥିବା କୁହାଯାଉଛି । ପୁଟିନଙ୍କ ଅସୁସ୍ଥତା ମଧ୍ୟରେ ୟୁକ୍ରେନ ଆକ୍ର-ମଣ କରାଯାଇଥିବା ମଧ୍ୟ କୁହାଯାଉଛି ! ଯଦିଓ ସାଇବରିଆର ଅଲଟାଇ ଲାଲ ହରିଣର ଶିଙ୍ଗ ଶାରୀ-ରିକ କାର୍ଯ୍ୟକଳାପରେ ସାହାଯ୍ୟ କରେ ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ । ଡେଲି ମେଲ ଖବର ଅନୁଯାୟୀ, ପୁଟିନ ଶାରୀରିକ ଅସୁସ୍ଥ ଥିବା ସମୟରେ ୟୁକ୍ରେନ ଉପରେ ଆକ୍ର-ମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ସେ ଋଷ ନାଗରିକଙ୍କ ଠାରୁ ଲୁ-ଚା-ଇ ରଖିଥିଲେ ।

ଏକ ରି-ପୋ-ର୍ଟରୁ ପ୍ରକାଶ ଯେ, ଋଷରେ ନି-ଷିଦ୍ଧ ତଥା ବିଦେଶରୁ କାମ କରୁଥିବା ଅ-ନୁସ-ନ୍ଧାନକାରୀ ପ୍ରକଳ୍ପ ମିଡିଆର ଏକ ନୂତନ ରି-ପୋ-ର୍ଟ ପୁଟିନଙ୍କ ବିଷୟରେ ଅନେକ ଆଶ୍ଚ-ର୍ଯ୍ୟଜ-ନକ ତଥ୍ୟ ରଖିଛି । ଋଷରେ ପ୍ରୋଏକ୍ଟ ଅବ-ରୋଧ କରାଯାଇଛି, କିନ୍ତୁ ଏହା ବର୍ତ୍ତମାନ ବିଦେଶରୁ କାର୍ଯ୍ୟ କରୁଛି । ଶିଙ୍ଗର ର-କ୍ତରେ ଗାଧୋଇବା ଏବଂ ଏହାକୁ ପିଇବା ଋଷର ଏକ ପ୍ରାଚୀନ ପରମ୍ପରା, ଯାହା ଚୀନ୍ ଏବଂ କୋରିଆରେ ମଧ୍ୟ ଦେଖାଯାଏ । ରି-ପୋ-ର୍ଟ ଅନୁଯାୟୀ, ଏହି ପ୍ରକ୍ରିୟା ମହିଳାମାନଙ୍କ ଚମକ ବଜାୟ ରଖିବାରେ ଏବଂ ପୁରୁଷଙ୍କ ଯୌ-ନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଇଛି ।

ଅଲଟାଇ ପର୍ବତର ଏକ ଫାର୍ମ ନିଜ ୱେବସାଇଟରେ ଦାବି କରିଛି, ‘ନାଲି ହରିଣ ଶୃଙ୍ଗାର ନିର୍ବାହ ଏକ ଶକ୍ତିଶାଳୀ ଟନିକ୍ ଭାବରେ କାର୍ଯ୍ୟ କରିଥାଏ । ବିଶେଷ କରି ପୁରୁଷଙ୍କ ଶକ୍ତି ବୃଦ୍ଧି ପାଇଁ ଏହା ବ୍ୟବହାର କରାଯାଇଥାଏ । ଏହା ଶରୀରର ହାଡ, ମାଂସପେଶୀ, ଦାନ୍ତ, ଦୃଷ୍ଟି ଶକ୍ତି ଏବଂ ଶ୍ରବଣକୁ ମଧ୍ୟ ମଜବୁତ କରିଥାଏ ଏବଂ ଏହା ସହିତ ନିମୋନିଆ, ଆଜମା, ଗଣ୍ଠି ଯ-ନ୍ତ୍ର-ଣା, ଅଷ୍ଟିଓପୋରୋସିସ୍ ଏବଂ ମେରୁଦଣ୍ଡ ଜନିତ ସମସ୍ୟାକୁ ମଧ୍ୟ ଭଲ କରିଥାଏ । ଏହି ରି-ପୋ-ର୍ଟ ମଧ୍ୟ କହିଛି ଯେ, ପୁଟିନଙ୍କ ନିକଟରେ ସର୍ବଦା ଥାଇରଏଡ କର୍କଟ ଡାକ୍ତର ରହିଥାନ୍ତି ।

Leave a Reply

Your email address will not be published. Required fields are marked *