ସୋସିଆଲ ମିଡିଆରେ ଭାଇରାଲ୍ ହେଲା କୁକୁରର ଡାନ୍ସ ଭିଡ଼ିଓ,ନାଚି ନାଚି ପାଣି ଟ୍ୟାଙ୍କର ଶେଷ କରିଦେଲା ଏହି କୁକୁର।

ଆପଣମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗକୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ସେହି ସବୁ ଭିଡିଓ ମାନଙ୍କ ମଧ୍ୟରୁ ଏପରି କିଛି ଭିଡିଓ ଥାଏ ଯାହାକୁ ଦେଖିଲେ ଆମକୁ ଆମର କିଛି ସ୍ମୃତି ମନେ ପଡିଯାଇଥାଏ। ଏବେ ମଧ୍ୟ ସୋସିଆଲ ମିଡ଼ିଆରେ ସେହିଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ମାନଙ୍କର ପିଲାଦିନ କଥା ନିଶ୍ଚିତ ଭାବେ ମନେ ପଡିଯିବ।

ମଣିଷ ମାନେ ପାଣିକୁ ଦେଖିଲେ ବସୁତ ଖୁସି ହୋଇ ଯାଆନ୍ତି, ଆଉ ସେଥିରେ ଗାଧୋଇବାକୁ, ଖେଳିବାକୁ ଖୁବ୍ ପସନ୍ଦ କରି ଥାଆନ୍ତି, ଆଉ ବିଶେଷ କରି ଛୋଟ ପିଲାମାନେ ପାଣି ପାଇଗଲେ ସେଥିରେ ପୂରା ମଜି ଯାଆନ୍ତି। ତେବେ କେବଳ ମଣିଷ ନୁହେଁ ପଶୁପକ୍ଷୀ ବି ଖରାଦିନେ ପାଣିରେ ଗାଧୋଇବାକୁ ଭଲ ପାଆନ୍ତି । ଆଉ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ଏହାର ଜ୍ଵଳନ୍ତ ଉଦାହରଣ । ଆଗେ ଆଗେ ଚାଲିଛି ଏକ ପାଣି ଟ୍ୟାଙ୍କର, ଯାହା ଘର ଘର ବୁଲି ପାନୀୟ ଜଳ ଯୋଗାଏ ।

https://youtu.be/LjopkKOWBcY

ଏହି ପାଣି ଟ୍ୟାଙ୍କର ଗାଡି ଉପରେ ଜଣେ ବ୍ୟକ୍ତି ବସିଛନ୍ତି ଆଉ ପାଇପରେ ରାସ୍ତା ଉପରକୁ ପାଣି ପକାଉଛନ୍ତି । ଏହାସହ ପାଣି ଟ୍ୟାଙ୍କର ଗାଡିଟି ବି ଆଗକୁ ଆଗକୁ ବଢିଚାଲିଛି। ଆଉ ଗାଡି ପଛେ ପଛେ ପାଣି ଖେଳି ଖେଳି ଡେଇଁ ଡେଇଁ ଯାଉଛି କଳା କୁକୁରଟିଏ । ରିମଝିମ ପାଣିର ତାଳେ ତାଳେ ମତୁଆଲା ହେବା ପରି ନାଚି ନାଚି ଯାଉଛି କୁକୁରଟି । ପାଣି ଯୁଆଡେ ଯୁଆଡେ ଯାଉଛି କୁକୁରଟି ବି ସେଆଡେ ସେଆଡେ ବୁଲୁଛି

ଆପଣ ବାଥରୁମ୍ ସାୱାରରେ ଯେଉଁ ମଜା ନେଇ ପାରୁ ନଥିବେ ଏହି କୁକୁରଟି ତା’ର ମଜା ମାଗଣାରେ ଖୋଲା ଆକାଶ ତଳେ ନେଉଛି ।ଗାଡି ଉପରେ ବସିଥିବା ଭାଇ ଜଣକ ବି କୁକୁରର ମନ ଜାଣି ତା ସହ ଖେଳିବା ବାହାନାରେ ପାଣିକୁ ଏପଟ ସେପଟ ହଲେଇ ମଜା ନେଉଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ଟ୍ବିଟରରେ ଭାଇରାଲ ହେଉଥିବା ବେଳେ ୟୁଜର୍ସ ମାନେ ଏହାକୁ ଦେଖି ଖୁସି ହେଉଛନ୍ତି। ତେବେ ଏହି ଦୃ-ଶ୍ୟର ଭିଡିଓ ତାଙ୍କ ପଛରେ ଥିବା କାର୍ ରୁ ଶୁ-ଟି-ଙ୍ଗ କରା ଯାଇଥିବା ଜଣାପଡୁଛି।ଯିଏ ହୁଏତ ସେହି ବାଟ ଦେଇ ଯାଉଥିବା ବେଳେ କୁକୁରର ପାଣି ଖେଳ ଦେଖି ଶୁଟିଙ୍ଗ ନକରି ରହି ପାରି ନଥିଲେ।

Leave a Reply

Your email address will not be published. Required fields are marked *