ଯେତେବେଳେ ଆପଣଙ୍କୁ କେହି ଦୁଃଖ କିମ୍ବା ଅପମାନ କରିବ, ସେତେବେଳେ ଆପଣ କଣ କରିବେ?

ଆମ ଜୀବନରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ବହୁତ ଦୁଃଖ ଦେଇଥାନ୍ତି ସେଥିରେ ତାଙ୍କୁ ବହୁତ ଭଲ ଲାଗେ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛିକି ଆମେ ସେଠି କଣ କରିବା ଉଚିତ ଏହା ଏକ ବିରାଟ ସମସ୍ୟା ଅଟେ ଓ ଏହା ଏକ ବିରାଟ ପ୍ରଶ୍ନ ଲୋକ ଆମକୁ ଖରାପ ବ୍ୟବହାର କରୁଛନ୍ତି ଖରାପ କଥା କହୁଛନ୍ତି କଷ୍ଟ ହେଲାଭଳି ବ୍ୟବହାର ମଧ୍ୟ ଦେଖାଉଛନ୍ତି କିନ୍ତୁ ଆମେ କଣ କରିବା ଆମେ ତାକୁ ସେଇପରି ବ୍ୟବହାର ଦେଖେଇବା ନା ଚୁପ ରହିବା।

କିନ୍ତୁ ସାମ୍ନା ଲୋକ ଆମକୁ ଏମିତି ବ୍ୟବହାର ଦେଖାଉଛନ୍ତିକି ଏମିତି ଶବ୍ଦ କହୁଛି ତାକୁ ସହି ହେଉନି କି କହି ହେଉନି। ପ୍ରତ୍ୟେକ ମଣିଷ ପାଖରେ ଦୁଇଟି ରାସ୍ତା ଥାଏ ଯେତେବେଳେ କେହି ଆମକୁ ଖରାପ ବ୍ୟବହାର ଦେଖାଏ ଖରାପ କଥା କୁହେ ସେତେବେଳେ ଦୁଇଟି ରାସ୍ତା ଥାଏ। ପ୍ରଥମଟି ସେ ଯେମିତି ବ୍ୟବହାର ଦେଖାଉଛି ତାକୁ ସେମିତି ବ୍ୟବହାର ଦେଖାଯାଉ ତାକୁ ସମସ୍ତ ଲୋକ ପ୍ରୟତଃ ସାଧାରଣ ରୂପରେ କରିଥାନ୍ତି କିନ୍ତୁ ଅନ୍ୟଟି ଗୋଟେ ସୁନ୍ଦର ଉପାୟ କଣ ସେଇ ସୁନ୍ଦର ଉପାୟଟି ଆସନ୍ତୁ ଜାଣିବା।

ସେଇଆ ସେ ଭଲ ଲୋକ କଣ ଖରାପ ଲୋକ କଣ ସମସ୍ତଙ୍କୁ କଷ୍ଟ ଦିଏ ସେଥିରେ ସେ ଆନନ୍ଦ ପାଆନ୍ତି କିନ୍ତୁ ଏଠି ପ୍ରଶ୍ନ ଆସୁଛି ସିଏତ ଆମକୁ କଷ୍ଟ ଦେଉଛି ଆମକୁ ତ କଷ୍ଟ ହେଉଛି ସିଏ ତ ଆନନ୍ଦ ପାଉଛି ଆମେ ତାକୁ କଷ୍ଟ ଦେବା ଉଚିତ ନା ନଦେବା ଉଚିତ। ତେବେ ଆସନ୍ତୁ ଏଇ କାହାଣୀ କୁ ଶୁଣି ଜୀବନରେ ଗୋଟେ ଭଲ ଶିକ୍ଷା ହାସିଲ କରିବା ଗୁରୁଚରଣ ଅଞ୍ଚଳରେ ଜଣେ ସାଧୁ ଥିଲେ। ସେ ସାଧୁଙ୍କର ଦୁଇଟି ଆଶ୍ରମ ଥିଲା ଗୋଟେ ସହର ମଧ୍ୟରେ ଥିଲା ଆଉ ଗୋଟେ ଗ୍ରାମରେ ଥିଲା ସାଧୁ ଜଣଙ୍କ ସହରରେ କିଛିଦିନ ରୁହନ୍ତି ଓ ଗ୍ରାମରେ କିଛିଦିନ ରୁହନ୍ତି।

ସହରରେ ଯେଉଁ ଆଶ୍ରମ ଥିଲା ସେଠି ପଇସା ଥିବା ଲୋକ ଶିଷ୍ୟ ଆସିଥାନ୍ତି ସେଠି ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ ପୁରି ଖିରି ରସାବଳୀ ବିଭିନ୍ନ ମିଷ୍ଟାନ ପ୍ରସ୍ତୁତ ହୁଏ, ସେମାନେ କିଛି ଖାଆନ୍ତି ଯାହା କିଛି ବଳିଯାଏ ବାହାରେ ପକାଇ ଦିଅନ୍ତି ଆଶ୍ରମରେ ଗୋଟେ କୁକୁର ଥାଏ କୁକୁର ପତ୍ୟେକ ଦିନ ଏଇ ଅମୃତ ଭଳି ଖାଦ୍ୟକୁ କିଛି ପରିମାଣରେ ଖାଇବାକୁ ସୁଯୋଗ ପାଏ ସେଇ ଭଲ ଖାଦ୍ୟ ଖାଇ କୁକିରଟି ବହୁତ ହୃଷ୍ଟ ପୃଷ୍ଟ ହୋଇଯାଏ

ତେବେ କିନ୍ତୁ ଗ୍ରାମରେ ଯେଉଁ ଆଶ୍ରମ ଥାଏ। ସେଠି ଟିକେ ଆର୍ଥିକ ଦୁର୍ବଳ ଲୋକ ଆସିଥାନ୍ତି ସେମାନେ କିଛି ଖାଦ୍ୟ ହାତରେ ଆଣିଥାନ୍ତି କିମ୍ବା ରୁଟି ସେଠାରେ ମଗାଇ ଖାଇଥାନ୍ତି ଯାହା କିଛି ବଳେ ସେଠି ମଧ୍ୟ ପଦାରେ ପକାଇ ଦିଅନ୍ତି ସେଠି ମଧ୍ୟ ଗଏ କୁକୁର ଥିଲା ସେଇ କୁକୁରଟି ଯାହା କିଛି ଅଳ୍ପ ଖାଦ୍ୟ ମିଳେ ତାହାକୁ ଖାଇ ସେ ବଞ୍ଚେ କୁକୁରଟି ବିହୁତ ଦୁର୍ବଳ ଥାଏ।

ଥରେ ସାଧୁ ଜଣଙ୍କ ସହରାଞ୍ଚଳରେ ଥିବା ଆଶ୍ରମକୁ ଆସିଥାନ୍ତି କୁକୁରଟି ତାଙ୍କ ପାଖରେ ଏପଟ ସେପଟ ହୋଇ ବୁଲୁଥାଏ ଓ ସେ କୁକୁରକୁ ଦେଖୁଥାନ୍ତି ଭାବୁଥାନ୍ତି ମୋ କୁକୁରଟି କେତେ ସୁନ୍ଦର ହୋଇଛି ବଡ ହୃଷ୍ଟ ପୃଷ୍ଟ ହୋଇଛି ସେତେବେଳେ ତାଙ୍କର ମନେ ପଡିଲା ମୋର ଗ୍ରାମ ଅଞ୍ଚଳରେ ଯେଉଁ ଆଶ୍ରମଟି ଅଛି ସେଠି ଗୋଟେ କୁକୁର ଅଛି ସେଇ କୁକୁରଟି ବହୁତ ଦୁର୍ବଳ ସେ ଯଦି ଏଠିକି ଆସନ୍ତା ବହୁତ ସୁନ୍ଦର ଭାବରେ ରହିପାରନ୍ତା।

ତେବେ ଏଠି ଯେତେ ଖାଦ୍ୟ ପଡୁଛି ଗୋଟେ କୁକୁର ଖାଇସାରିବାପରେ ମଧ୍ୟ ବଞ୍ଚୁଛି ସେ ଠିକ କଲେ ମୁ ଯେତେବେଳେ ସହରକୁ ଆସିବି ମୋ ଦୁର୍ବଳ କୁକୁରକୁ ନେଇ ଆସିବି କିଛିଦିନ କଟିଗଲା ସାଧୁଜଣଙ୍କ ଗ୍ରାମାଞ୍ଚଳ ଆଶ୍ରମରୁ ବାହାରିଲେ ସହରାଞ୍ଚଳ ଆଶ୍ରମକୁ ସେତେବେଳେ ସେ କୁକୁରକୁ ନେଇ ଗଲେ ସହରାଞ୍ଚଳ ଆଶ୍ରମରୁ ଗ୍ରାମାଞ୍ଚଳ ଦୂରତା ମାତ୍ର ୬୦ କିମି। ସେତେବେଳେ ବହୁତ ପୁରୁଣା କଥା ସେତେବେଳେ ଯାନବାହାନ ନଥାଏ ସାଧୁଙ୍କୁ ଚାଲି ଚାଲି ଆସିବାକୁ ପଡେ ପ୍ରତ୍ୟେକ ଦିନ ୧୨ କିମି ଚାଲିଥାନ୍ତି। ପ୍ରଥମ ଦିନ ଦୁର୍ବଳ କୁକୁରକୁ ଧରି ସହରାଞ୍ଚଳକୁ ଯିବାକୁ ନିଷ୍ପତି ନେଲେ।

ବାହାରିଲେ ପ୍ରଥମ ଦିନ ୧୦ ରୁ ୧୨ କିମି ଚାଲିଲେ ସନ୍ଧ୍ୟା ହେଇ ଆସିଲା ଦେଖିଲେ ପାଖରେ ଗୋଟେ ଗାଁ ଅଛି ତାଙ୍କୁ ଲାଗିଲା ଏଇ ସ୍ଥାନରେ ରହିବ ଉଚିତ ରାତି ହେଲାଣି ଆଗକୁ ଯିବା ଉଚିତ ନୁହେଁ ଏଇଠି କାହାଘରେ ଟିକେ ଆଶ୍ରୟ ନେଇ ଖାଦ୍ୟ ଗ୍ରହଣ କରି ବିଶ୍ରାମ ନେଲେ ସଖାଳୁ ଉଠି ଆମେ ପୁଣି ଚାଲିବା। ଯେତେବେଳେ ଏକଥା ଠିକ କରି ଗ୍ରାମ ମଧ୍ୟକୁ ପ୍ରବେଶ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି ସେତେବେଳେ ଏଦୁର୍ବଳ କୁକୁରକୁ ଦେଖି ପ୍ରବଳ ଭୁକିବାକୁ ଆରମ୍ଭ କଲେ।

ତେବେ ସମସ୍ତେ ଜାଣନ୍ତି ପ୍ରତ୍ୟେକ କୁକୁର ତା ଅଞ୍ଚଳରେ ସିଂହ ଥାଏ ତା ଏରିଆ ଭିତରେ ଗୋଟେ ସିଂହର ବଳ ଥାଏ ତେଣୁ ସେ ଅଞ୍ଚଳର କୁକୁର ମାନେ ସାଧୁଙ୍କୁ ଆଉ ସେ ଦୁର୍ବଳ କୁକୁରକୁ ପ୍ରବେଶ କରାଇ ଦେଲେନାହିଁ। ସାଧୁ ନିଷ୍ପତି କଲେ ଆଗକୁ ଯିବା ପାଇଁ ଫାଙ୍କା ରାସ୍ତା ପୁଣି ଚାଲୁ ଚାଲୁ ଗୁଡ଼ାଏ ରାସ୍ତା ଚାଲିଲେ ସଖାଳ ୩ ଟା ୪ ଟା ସମୟରେ ଆଉ ଏକ ଅଞ୍ଚଳ ପହଁଚିଲା ସେଠି ଭାବିଲେ ଏଇ ଅଞ୍ଚଳରେ ଟିକେ ବିଶ୍ରାମ ନେଇ ଯିବା ଆଉ ଆଗକୁ ଚାଲି ହେବନାହିଁ।

ସେଠି ଯେତେବେଳେ କୁକୁରକୁ ଧରି ପ୍ରବେଶ କଲେ ସେ ଅଞ୍ଚଳର ବାହାରେ ଗୋଟେ ଛୋଟ କୁକୁର ଥାଏ। ଗାଁ ବାହାରେ ଶୋଇଥାନ୍ତି ଛୋଟ କୁକୁର ଦେଖିଲା ଯେମିତି ଦୁର୍ବଳ କୁକୁରକୁ ବହୁତ ଜୋରରେ ଭୁକିବା ଆରମ୍ଭ କଲା ଆର ଭୁକିବ ଶବ୍ଦ ଶୁଣି ଗାଁ ରେ ଯେତେସବୁ କୁକୁର ଥିଲେ ସବୁ ମାଡି ଆସିଲେ ସାଧୁ ସେଠୁ ପୁଣି ବାହାରି ଆସିଲେ। ଏମିତି ଚାଲୁ ଚାଲୁ ଗୋଟେ ଦିନ ସମ୍ପୂର୍ଣ୍ଣ ପଳାଇଲା ମଝିରେ କିଛି ବିଶ୍ରାମ କରୁଥାନ୍ତି ଖାଉଥାନ୍ତି ଚାଲୁଥାଆନ୍ତି ।

ପୁଣି ତୃତୀୟ ଗାଁରେ ଯେତେବେଳେ ପ୍ରବେଶ କଲେ ପୁଣି ସେଇଆ ହେଲା ସାଧୁ ଜଣଙ୍କ ଦେଖିଲେ ଆଉ କୌଣସି ଗାଁ ରେ ପ୍ରବେଶ କରି ହେବ ନାହିଁ ଯେତେପର୍ଯ୍ୟନ୍ତ ଏ କୁକୁର ମୋ ସାଙ୍ଗରେ ଅଛି ତେଣୁ ସାଧୁ ରାସ୍ତରେ ଥିବା ଗଛ ମୂଳେ ଆଶ୍ରୟ ନେଲେ ଖାଦ୍ୟ ଗ୍ରହଣ କଲେ ଆଉ କର୍ତ୍ତବ୍ୟ ସ୍ଥଳରେ ବାହାରିଲେ ଆଉ ପହଁଚି ଗଲେ କିନ୍ତୁ କଥା ହେଉଛି ସାଧୁ ଜଣଙ୍କ ୨ଦିନ ମଧ୍ୟରେ ପହଁଚିଗଲେ କୁକୁରଟିକୁ ସେ ସହରରେ ଥିବା ସୁନ୍ଦର ଆଶ୍ରମରେ ଛାଡି ଦେଲେ କୁକୁରଟି ମଧ୍ୟ ଆନନ୍ଦରେ ଖେଳିଲା।

ଯେତେବେଳେ ସନ୍ଧ୍ୟାବେଳେ ବିଭିନ୍ନ ପ୍ରକାର ଶିଷ୍ୟମାନେ ଜ୍ଞାନ ଗ୍ରହଣ କରିବାକୁ ଆସିଲେ ସେତେବେଳେ ସାଧୁ ଜଣଙ୍କ ଏଇ ଅମୁଲ୍ୟ ଶିକ୍ଷାଟି ଦେଲେ ଯେତେବେଳେ ସେ କହିଲେ ମୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଆସିବାକୁ ମତେ ୫ଦିନ ଲାଗେ କିନ୍ତୁ ଏଇ କୁକୁର ଯୋଗୁଁ ମୁ ଆଜି ୨ଦିନ ରେ ଆସିପହଁଚିଛି। ଏ ଅଞ୍ଚଳରେ ଏ ରାସ୍ତା ମଧ୍ୟରେ ଆସିବା ମଧ୍ୟରେ ମୋର ଏଇ ଯାତ୍ରା ମଧ୍ୟରେ ମୋ ଜୀବନର ଗୋଟେ ଅମୁଲ୍ୟ ଶିକ୍ଷା ଶିଖିଛି ଯାହାକୁ ମୁ ଆପଣମାନଙ୍କୁ କହୁଛି। ଏଇ ଅମୁଲ୍ୟ ଶିକ୍ଷାକୁ ପ୍ରତ୍ୟେକ ମଣିଷ ଶୁଣିବା ନିଶ୍ଚିତ ଆବଶ୍ୟକ।

ସାଧୁ ଯେତେବେଳେ ଗ୍ରାମରୁ ବାହାରି ସହରକୁ ଆସୁଥିଲେ କୁକୁରଟି ତାଙ୍କ ସାଙ୍ଗରେ ଥିଲା ଆଉ ପ୍ରତ୍ୟେକ ୧୦ ରୁ ୧୨ କିମି ପରେ ଯେତେବେଳେ ସେ ଚେଷ୍ଟା କରୁଛନ୍ତି। କୌଣସି ଗୋଟେ ସ୍ଥାନରେ ରହିବା ପାଇଁ ସେତେବେଳେ କୁକୁରମାନେ ତାଙ୍କୁ ଭୁକିଛନ୍ତି ସେତେବେଳେ ସାଧୁଙ୍କ ପାଖରେ ଦୁଇଟି ରାସ୍ତା ଥିଲା ପ୍ରଥମ ରାସ୍ତାଟି ସେ କୁକୁରମାନଙ୍କୁ ଶକ୍ତ ପ୍ରହାର କରିବା ଘଉଡ଼ାଇ ଦେବା ଆଉ ସେଇ ଗ୍ରାମରେ ବିଶ୍ରାମ ନେବା।

ପ୍ରତ୍ୟେକ କ୍ଷେତ୍ରରେ ସେ ଯଦି ଚାହିଁଥାନ୍ତେ ସେ କାର୍ଯ୍ୟ କରିପାରିଥାନ୍ତେ ଯେଉଁ କୁକୁରମାନେ ଆସିଥିଲେ ତାଙ୍କୁ ସେ ପ୍ରହାର କରିଥାନ୍ତେ ଘଉଡାଇ ଦେଇଥାନ୍ତେ ଜାଗାରେ ଆଶ୍ରମ ନେଇଥାନ୍ତେ ଏହା ସମ୍ଭବ ଥିଲା ଯଦି ଏଇ କାର୍ଯ୍ୟ କରିଥାନ୍ତେ ସାଧୁଜଣଙ୍କ ୫ଦିନ ପରେ ଆସି ପହଁଚିଥାନ୍ତେ କୁକୁରଙ୍କୁ ଗଡେଇବାରେ ତାଙ୍କୁ ସମୟ ଲାଗିଥାନ୍ତା। କିନ୍ତୁ ସେ ସେମାନଙ୍କ କଥା ନଶୁଣି କୁକୁରଙ୍କୁ ନ ଅଡ଼େଇ ସିଧା ସିଧା ଚାଲିଥିଲେ ବୋଲି ୨ ଦିନ ରେ ଆଶ୍ରମରେ ଆସି ପହଞ୍ଚିଥିଲେ। ଏହା ଏକ ଗୁରୁଙ୍କ ସତ୍ୟ କାହାଣୀ। ଅଟେ। ତେବେ ଏହି ଶିକ୍ଷା ପାଇଲୁକି ଜୀଵନରେ ନିଜର ଲକ୍ଷକୁ ଦେଖ କାହା ପ୍ରତି ପ୍ରତିଶୋଧ ଭାବ ରଖିବା ଦ୍ୱାରା ନିଜର ମଧ୍ୟ କ୍ଷତି ହେବ।

Leave a Reply

Your email address will not be published. Required fields are marked *