ଏହି ୧୦ଟି ଦେଶରେ ବିଶ୍ଵର ସବୁଠାରୁ ଅଧିକ ଦରମା ମିଳିଥାଏ, ଏମାନଙ୍କ ଦରମା ବିଷୟରେ ଜାଣିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣମାନଙ୍କୁ ଏପରି ଦଶଟି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁ ଦେଶମାନେ ବିଶ୍ଵର ସବୁଠୁ ଅଧିକ ଦରମା ଦେଇଥାନ୍ତି। ଏହି ଦେଶମାନଙ୍କର ଲିଷ୍ଟ ଆମେ ଆପଣଙ୍କୁ ଦଶମ ରୁ ପ୍ରଥମ କ୍ରମାନ୍ଵୟରେ ଜଣାଇବୁ। ଏହିସବୁ ତଥ୍ୟ ବିଶ୍ଵର ବଡ ବଡ ରିସର୍ଚ୍ଚ ସଂସ୍ଥା ମାନଙ୍କ ଦ୍ଵାରା ପ୍ରକାଶିତ କରାଯାଇଛି। ଏହା ସବୁ ସେହି ଦେଶର ସବୁ ଚାକିରିରେ ଆଭରେଜ ଦରମା ଅଟେ। ସେହି ସବୁ ମୁଦ୍ରା ଭାରତୀୟ ମୁଦ୍ରା ଅନୁସାରେ କେତେ ତାହା ଆମେ ଏଠାରେ କହୁଛୁ।

ଦଶମରେ ହେଉଛି ନରୱେ। ନରୱେରେ ଗୋଟିଏ ଘଣ୍ଟା କାମ ପାଇଁ ଆପଣଙ୍କୁ ୬୮୯-/ ଟଙ୍କା ମିଳିଥାଏ। ଯାହା ବର୍ଷକୁ ପ୍ରାୟ ୪୧ ଲକ୍ଷ ୨୦ ହଜାର ଟଙ୍କା ଦରମା ହୋଇଥାଏ।

ନବମ ସ୍ଥାନରେ ଅଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆରେ ଗୋଟିଏ ଘଣ୍ଟା କାମ ପାଇଁ ଆପଣଙ୍କୁ ମିଳେ ୭୦୦ ଟଙ୍କା। ତେଣୁ ଏଠିକାର ଲୋକମାନଙ୍କୁ ବର୍ଷକୁ ପ୍ରାୟ ୪୧ ଲକ୍ଷ ୪୯ ହଜାର ଟଙ୍କା ଦରମା ମିଳିଥାଏ।

ଅଷ୍ଟମ ସ୍ଥାନରେ ରହିଛି ବେଲଜିୟମ। ଏଠାରେ ଗୋଟିଏ ଘଣ୍ଟା କାମ ପାଇଁ ଲୋକମାନଙ୍କୁ ୭୦୭/- ଟଙ୍କା ମିଳିଥାଏ। ଯାହାଦ୍ଵାରା ବର୍ଷକୁ ପ୍ରାୟ ୪୨ ଲକ୍ଷ ୪୦ ହଜାର ଟଙ୍କା ଦରମା ମିଳିଥାଏ।

ସେହିପରି ସପ୍ତମ ସ୍ଥାନରେ ଜର୍ମାନୀ। ଏଠାରେ ଗୋଟିଏ ଘଣ୍ଟା କାମ ପାଇଁ ୮୦୦/- ଟଙ୍କା ମିଳେ। ଯାହା ବର୍ଷକୁ ୪୨ ଲକ୍ଷ ୭୧ ହଜାର ଟଙ୍କା ଦରମା ହୋଇଥାଏ।

ଷଷ୍ଠ ସ୍ଥାନରେ ଅଛି ନେଦରଲାଣ୍ଡ। ଏଠାରେ ଗୋଟିଏ ଘଣ୍ଟା କାମ ପାଇଁ ୭୦୦/- ଟଙ୍କା ମିଳିଥାଏ। ଯାହା ବର୍ଷକୁ ୪୩ ଲକ୍ଷ ୧୩ ହଜାର ଟଙ୍କା ଦରମା ଅଟେ।

ପଞ୍ଚମ ସ୍ଥାନରେ ଡେନମାର୍କ। ଏଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୬୫୦ ଟଙ୍କା। ଏହା ବର୍ଷକୁ ପ୍ରାୟ ୪୩ ଲକ୍ଷ ୫୯ ହଜାର ଟଙ୍କା ଦରମା ହୋଇଥାଏ।

ଚତୁର୍ଥ ସ୍ଥାନରେ ରହିଛି ଆମେରିକା। ଯେଉଁଠି ବିଶ୍ଵରେ ଚତୁର୍ଥ ଅଧିକ ଦରମା ମିଳିଥାଏ। ଆମେରିକାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳିଥାଏ ୫୦୭/- ଟଙ୍କା। ଯାହାକି ବର୍ଷକୁ ପ୍ରାୟ ୫୦ ଲକ୍ଷ ୨୧ ହଜାର ଟଙ୍କା ଦରମା ମିଳିଥାଏ।

ସୁଇଜରଲ୍ୟାଣ୍ଡ ବିଶ୍ଵର ସବୁଠୁ ଅଧିକ ଦରମା ଦେଉଥିବା ଦେଶଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଏଠାରେ ଗୋଟିଏ ଘଣ୍ଟା କାମ ପାଇଁ ଆପଣଙ୍କୁ ମିଳେ ୭୦୧/- ଟଙ୍କା। ଏହି ଦେଶ ବର୍ଷକୁ ପ୍ରାୟ ୫୦ ଲକ୍ଷ ୭୭ ହଜାର ଟଙ୍କା ଦରମା ଦେଇଥାଏ ।

ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛି ଆଇସଲ୍ୟାଣ୍ଡ। ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ଆପଣଙ୍କୁ ପ୍ରାୟ ୭୦୦/- ଟଙ୍କା ମିଳିଥାଏ।ଏହା ବର୍ଷକୁ ସର୍ବାଧିକ ପ୍ରାୟ ୫୧ ଲକ୍ଷ ୮୭ ହଜାର ଟଙ୍କା ଦରମା ଦେଇଥାଏ।

ତେବେ ବିଶ୍ବରେ ସବୁଠୁ ଅଧିକ ଦରମା ଦେଉଥିବା ଦେଶ ତାଲିକାରେ ସବୁଠୁ ପ୍ରଥମ ଦେଶ ହେଉଛି ଲେକ୍ସାମ୍ୱୋର୍ଗ। ଯାହାକି ଗୋଟିଏ ଘଣ୍ଟା କାମ ପାଇଁ ୧୦୦୦/- ଟଙ୍କା ଦେଇଥାଏ। ଏହା ବର୍ଷକୁ ପ୍ରାୟ ୫୨ ଲକ୍ଷ ୩୮ ହଜାର ଟଙ୍କା ଦରମା ଦେଇଥାଏ।

Leave a Reply

Your email address will not be published. Required fields are marked *