ବାଲସି ଝିଅ କୀର୍ତ୍ତନରେ “କୁଆଡେ଼ ଗଲୁ ପାଗେଳୀ” ଆଧୁନିକ ଗୀତରେ ଗାଇଲେ ଏହି ସଂକୀର୍ତ୍ତନ ମଣ୍ଡଳୀ,ଭିଡ଼ିଓ ଦେଖି ଲୋକମାନେ ଦେଲେ ଏମିତି ମତାମତ !

ଆପଣମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗକୁ ଅନଲାଇନର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ଆପଣମାନେ ତ ନିଶ୍ଚିତ ଭାବେ କୀର୍ତ୍ତନ ଦେଖିଥିବେ, ଆଉ ଏବେ ତ ଆଧୁନିକ ଭାବରେ କୀର୍ତ୍ତନ ଦେଖିବାକୁ ମିଳୁଛି। ଏହି କୀର୍ତ୍ତନ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି।ଅନେକ ପୁରୁଷ ନାରୀ ଛୋଟ ଛୋଟ ପିଲା ମଧ୍ୟ ଏଥିରେ ଯୋଗ ଦାନ କରୁଛନ୍ତି। ଅଭିନୟ କରିଥିବା ଲୋକମାନେ ଭଲ ଭଲ ପୋଷାକ ପିନ୍ଧି କୀର୍ତ୍ତନ କରୁଛନ୍ତି।ହରେ ରାମ ହରେ ରାମ ଗୀତରେ ସମସ୍ତେ ଝୁମିବାକୁ ଲାଗିଛନ୍ତି।

ଛୋଟ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଲୋକ ଏହାକୁ ଦେଖିବାକୁ ଆସିଛନ୍ତି।ହରେ କୃଷ୍ଣ ଗୀତକୁ ସେମାନେ ଏକ ଅଭିନବ ଉପାୟରେ ଗାଉଛନ୍ତି।ଯାହା ଅନେକ ଲୋକଙ୍କୁ ପସନ୍ଦ ଆସିଛି।ଅନେକ ଲୋକ ଏହାର ପ୍ରଶଂସା ମଧ୍ୟ କରିଛନ୍ତି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି।ଅନେକ ଲୋକ ଏହି ଭିଡିଓକୁ ଦେଖୁଛନ୍ତି।ଏହା ସହ ଛୋଟ ଛୋଟ ପିଲା ମଧ୍ୟ ବହୁତ ଭଲ ଡ୍ୟାନସ କରୁଛନ୍ତି। ହରେ ରାମ ଗୀତକୁ ଏକ ଅଭିନବ ଉପାୟରେ ଗାଇ ଏବେ ଚର୍ଚ୍ଚାରେ ଅଛନ୍ତି।

ଓଡ଼ିଆର ଏକ ବହୁତ ଚର୍ଚ୍ଚିତ ଗୀତ କୁଆଡେ ଗଲୁ ପାଗେଳୀ ଗୀତର ସ୍ବରରେ ସେମାନେ ଏହାକୁ ଗାଇଛନ୍ତି।ଲୋକମାନେ ଦେଖିବା ପାଇଁ ବହୁତ ଭିଡ଼ ଜମାଇଛନ୍ତି।ତେବେ କିଛି ଲୋକ ଏହାକୁ ପସନ୍ଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଅନେକ ଲୋକ ଏହାକୁ ଅପସଂସ୍କୃତି ବୋଲି ମଧ୍ୟ କହୁଛନ୍ତି,ତେବେ ଧୀରେ ଧୀରେ ଆମ ସଂକୃତି ଆଧୁନିକ ଆଡକୁ ଗଲାଣି ବୋଲି ମଧ୍ୟ କହୁଛନ୍ତି।

Leave a Reply

Your email address will not be published. Required fields are marked *