ଖେତ ଜଗିଛି ଭାଲୁ ! ମାଙ୍କଡ ପଶୁ ନାହାନ୍ତି ଭ-ୟରେ ,ମଣିଷମାନେ ମଧ୍ୟ ସେଠାକୁ ଯିବାକୁ ଡ-ରୁଛନ୍ତି,ପୁରା ଘ-ଟ-ଣା ଜାଣିଲେ ଆପଣ ଚକିତ ହୋଇଯିବେ !

ଭାଲୁ ଜଗିଛି ଚାଷ ଜମିକୁ ଆଉ ସେହି ଭ-ୟରେ ମାଙ୍କଡ ମଧ୍ୟ ଚାଷ ଭିତରେ ଆଦୌ ପଶୁନି। ସତ କାମରେ ମିଛିମିଛିକା ଖେଳ କରୁଛନ୍ତି। ଏସବୁ କଣ ପାଇଁ? କେବଳ ଫସଲ ପାଇଁ। କାରଣ ବିଲରେ ଭଲ ଫସଲ ହେଲେ ଚାଷୀର ଦୁଃ-ଖ ଯାଏ। ବିଲରେ ସୁନାର ଫସଲକୁ ଉତାରିବାକୁ ଦିନରାତି ଏକ କରି ଚାଷୀ କରେ ପରିଶ୍ରମ। କିନ୍ତୁ ଅନେକ ସମୟରେ କିଛି ଜଙ୍ଗଲି ଜନ୍ତୁମାନଙ୍କର ଉପଦ୍ରବ ପାଇଁ ସୁନାର ଫସଲ ନ-ଷ୍ଟ ହୋଇଯାଏ। ଆଉ କ୍ଷେତକୁ ଫସଲ ହାନି କରିବାରେ ମାଙ୍କଡ ମାନଙ୍କର ବଡ ହାତ ଥାଏ।

ଆଉ ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଚାଷୀ ସବୁ ପ୍ରକାର ଚେଷ୍ଟା କରିଥାଏ। ତେବେ ତେଲେଙ୍ଗାନାର ଜଣେ ଚାଷୀ ଭାସ୍କର ରାଓ ମାଙ୍କଡ ମାନଙ୍କ ମୁକାବିଲା ପାଇଁ ଏକ ଅଜବ ଯୁଗାଡ କରିଛନ୍ତି। ଯାହାକି କେବଳ ମାଙ୍କଡ ନୁହେଁ ବରଂ ମଣିଷକୁ ମଧ୍ୟ ଡ-ରେ-ଇ ଦେଉଛି। ତାଙ୍କ ଚାଷକୁ ଜଗିବାକୁ ଏକ ଭାଲୁ ଭଡାରେ ଲାଗିଛି, ତାହା ପୁଣି ଦିନକୁ ୫୦୦ ଟଙ୍କା ମଜୁରୀରେ। ଏହି କଥାଟି ବିଶ୍ବାସ ନହେଲେ ମଧ୍ୟ ସତ।

କାରଣ ଭାଲୁ କେବଳ କ୍ଷେତ ଜଗୁନାହିଁ ବରଂ ରାସ୍ତାରେ ବୁଲି ପହରା ମଧ୍ୟ ଦେଉଛି। ତେବେ ଏହି ଭାଲୁର କଥା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭାଲୁ ଫସଲ ଜଗିବା ସହିତ ମାଙ୍କଡମାନଙ୍କୁ ଡରେଇ ଘଉଡାଇ ଦେଉଛି। ତେଲେଙ୍ଗାନାର ଏକ ଛୋଟ ଗାଁରେ ଏକର ଏକର ଜମିରେ ଭାସ୍କର ଚାଷ କରୁଛନ୍ତି।

ହେଲେ ତାଙ୍କର ଚାଷ ଜମିରେ ଜଙ୍ଗଲି ଜନ୍ତୁ ଉତ୍ପାତ କରୁଥିଲେ। ତେଣୁ ସେମାନଙ୍କ ଠାରୁ ଫସଲକୁ ସୁର-କ୍ଷା ଦେବାକୁ ଭାସ୍କର ରାଓ ଅଜବ ଚିନ୍ତାଟିଏ ପାଞ୍ଚିଲେ। ତାଙ୍କର ମୁଣ୍ଡକୁ ଜୁଟିଥିବା ଏହି ଅଜବ ଆଇଡିଆ ବହୁତ ସଫଳ ହୋଇଛି। ଭାଲୁ ଭୟରେ କ୍ଷେତକୁ ଆସିବା ପାଇଁ କେହି ଚେଷ୍ଟା କରୁନାହାନ୍ତି। ଗଧ, ଘୋଡା ଓ ହାତୀ ବିଶେଷ ଭାବରେ ଭଡାରେ ଲାଗିଥାନ୍ତି। ହେଲେ ଅସଲି ନ ହେଲେ ମଧ୍ୟ ନକଲି ଭାଲୁ ଭଡାରେ ଲାଗିବା ଘ-ଟ-ଣା ପ୍ରଥମ ଅଟେ।

Leave a Reply

Your email address will not be published. Required fields are marked *