ଦେଖନ୍ତୁ RRR ଫିଲ୍ମ୍ ର ସୁଟିଂ ସେଟ୍ ର ଭିଡ଼ିଓ,ଏପରି ହେଇଥିଲା ଫିଲ୍ମ୍ ସୁଟିଂ…………

ଫିଲ୍ମ ନିର୍ମାତା ଏସ. ଏସ. ରାଜାମୌଲୀଙ୍କ ଫିଲ୍ମ ଆରଆରଆର ରୁପେଲି ପରଦାରେ ରିଲିଜ ହେବାର ପ୍ରଥମ ଦିନରେ ହିଁ ଇତିହାସ ରଚିଥିଲା। ଫିଲ୍ମଟି ପ୍ରଥମ ଦିନରୁ ହିଁ ଆୟର ସମସ୍ତ ରେକର୍ଡ ଭାଙ୍ଗି ଧ୍ୱସ୍ତ କରିଦେଇଛି। ଏହାର ପ୍ରଥମ ଦିନ ୱାର୍ଲ୍ଡ ୱାଇଲ୍ଡ କଲେକ୍ସନ ହେଉଛି ୨୫୭ କୋଟି ୧୫ ଲକ୍ଷ ଟଙ୍କା।ଜୁନିଅର ଏନଟିଆର ଏବଂ ରାମଚରଣ ଅଭିନୀତ ଆରଆରଆର ଙ୍କ ହିନ୍ଦୀ ଡବିଂ ସଂସ୍କରଣ ଘରୋଇ ବକ୍ସ ଅଫିସରେ ଆୟ କରିଛି ୧୮ କୋଟି।

ଏହାକୁ ଆମେରିକାରେ ବି ବେଶ୍ ଭଲ ରେସପନ୍ସ ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆରଆରଆରହେଉଛି ଏକ ଫିକ୍ସନ ଆଧାରିତ ସିନେମା, ଯାହା ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ଜୀବନ ଉପରେ ଆଧାରିତ। ଏଥିରେ ରାମଚରଣ ଅଲ୍ଲୁରୀ ସୀତାରାମ ରାଜୁ ଏବଂ ଜୁନିଅର ଏନଟିଆର କୋମାରାମ ଭୀମ ଭୂମିକାରେ ନଜର ଆସିଛନ୍ତି। ଆରଆରଆର ର ବଜେଟ୍ ହେଉଛି ୪୫୦ କୋଟି ଟଙ୍କା।

ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।ଯେଉଁ ମାନେ ବି ଏହି ଫିଲ୍ମ ଦେଖିବାକୁ ଯାଉଛନ୍ତି ସେମାନେ ଏହି ଫିଲ୍ମର ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଅନେକ ଲୋକ ତ ଏହି ଫିଲ୍ମଟିକୁ ଦେଖିବା ପାଇଁ ବାରମ୍ବାର ଥିଏଟର ଯାଉଛନ୍ତି । ଏହି ଫିଲ୍ମଟିକୁ ଆପଣ ମାନେ ବି ଦେଖି ସାରିଥିବେ ।ତେବେ ଆରଆରଆର ଫିଲ୍ମର କାହାଣୀ ବହୁତ ଭଲ ହେବା ସହ ଏହାର ଆକ୍ସନ ଓ ଆନିମେସନ ବହୁତ ଅଧିକ ଭଲ ଅଛି । ଲୋକ ମାନଙ୍କର ଜବରଦସ୍ତ ମନୋରଞ୍ଜନ କରିଛି ଏହି ଫିଲ୍ମଟି ।

ତେବେ ଗତ ଗତ କିଛି ସମୟ ହେବ ଏହି ଫିଲ୍ମର ସୁଟିଙ୍ଗ ସେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମର ସେହି ସୁଟିଙ୍ଗ ସେଟ ଭିଡିଓ ବିଷୟରେ କହିବାକୁ ଯାଉଛୁ। ଫିଲ୍ମର ସୁଟିଙ୍ଗ ସେଟ ଭିଡିଓକୁ ମଧ୍ୟ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସୁଟିଙ୍ଗ ସେଟ ଭିଡିଓ ବିଷୟରେ

ବନ୍ଧୁଗଣ ଏହି ସୁଟିଙ୍ଗ ସେଟ ଭିଡିଓରେ ଜୁନିୟର ଏନଟିଆରଙ୍କ କେତେକ ଆକ୍ସନ ସିନ୍ ସୁଟ ହେଉଛି । ଏସଏସ ରାଜାମୌଲି ମଧ୍ୟ ଫିଲ୍ମକୁ ପରଫେକ୍ଟ ଡାଇରେକ୍ସନ ଦେଉଥିବାର ନଜର ଆସୁଛନ୍ତି ।ଫିଲ୍ମର କେତେକେ ଗୁରୁତ୍ଵପୂର୍ଣ୍ଣ ସିନ୍ ର ସୁଟିଙ୍ଗ ଏହି ଭିଡିଓରେ ଦର୍ଶା ଯାଇଛି ଯାହାକୁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଜୁନିୟର ଏନଟିଆରଙ୍କ ମେକଅପ୍ ମଧ୍ୟ ଏହି ଭିଡିଓରେ ଦେଖା ଯାଇଛି।

Leave a Reply

Your email address will not be published. Required fields are marked *