ସାଂସଦ ଅନୁଭବ ମହାନ୍ତି ହଠାତ କାହିଁକି ସଂସଦ ଭିତରେ ଟେବୁଲ ବାଡେଇ କହିଲେ Yes…Yes…ଦେଖନ୍ତୁ ଭିଡ଼ିଓ

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ ମିଶ୍ର । ୟେସ ୟେସ କହି ଚି-ଲା-ଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ୟେସ ୟେସ କହିବା ସହ ଚୁଟିକୁ ହଲାଇ ଟେବୁଲ ପି-ଟୁଥି-ବାର ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବଜେଟ୍‌ ଅଧିବେଶନ ଚାଲୁଥିବା ବେଳେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡରରେ ଖୋଳା ଯାଉଥିବା ବିରାଟ ଗାତକୁ ନେଇ ସଂସଦର ଦୃଷ୍ଟି ଆକ-ର୍ଷଣ କରିଥିଲେ ।

ଶ୍ରୀମତୀ ଷଡଙ୍ଗୀ କହିଥିଲେ କି, ଆମର ଆସ୍ଥା ଓ ବିଶ୍ୱାସର ପ୍ରତୀକ ପୁରୀ ଜଗନ୍ନାଥ ମନ୍ଦିର । ୪ ଧାମରୁ ଗୋଟିଏ ଧାମ ଶ୍ରୀକ୍ଷେତ୍ର । ହେଲେ ଏ ରାଜ୍ୟ ସରକାର ମନ୍ଦିର ପାଖରେ ଯେଉଁ ଖନନ କାର୍ଯ୍ୟ କରୁଛନ୍ତି ସେଥିରେ ଶ୍ରୀମନ୍ଦିର ପ୍ରତି ଘୋର ବି-ପ-ଦ ରହିଛି । କେବଳ ଏତିକି ନୁହେଁ ବରଂ ମନ୍ଦିରରୁ ପଥର କମ ଜୋର ହେଲାଣି । ଏମିତିକି ଏ-ଏସ-ଆଇ ର ବିନା ଅନୁମତିରେ ଖନନ କାର୍ଯ୍ୟ କରାଯାଉଛି । ବାସ୍‌ ଅପରାଜିତାଙ୍କ ବକ୍ତବ୍ୟ ପରେ କାଉଣ୍ଟର ଆଟାକ୍‌ କରିବାକୁ ଛିଡ଼ା ହୋଇଥିଲେ ବିଜେଡ଼ି ସଂସଦୀୟ ଦଳ ନେତା ତଥା ପୁରୀ ସାସଂଦ ପିନାକୀ ମିଶ୍ର ।

ସେ କହିଥିଲେ ଯେ ଭୁବନେଶ୍ୱର ସାଂସଦ ଯେତେବେଳେ ଜଗନ୍ନାଥଙ୍କ କଥା କହୁଥିଲେ ଆମେ ମାନେ ଚୁପ୍‌ଚାପ ଶୁଣୁଥିଲୁ । ହେଲେ ମୁଁ ନିଜେ ଆଶ୍ଚର୍ଯ୍ୟ କି, ମାଡାମ ରାଜନୀତିକୁ ଆସିବା ପୂର୍ବରୁ ସେଇ ରାଜ୍ୟରେ ଅନେକ ବର୍ଷ ପ୍ରଶାସକ ଭାବରେ କାର୍ଯ୍ୟ କରିଛନ୍ତି । ଆଉ ସିଏ ଭଲରେ ଜାଣିଛନ୍ତି ନବୀନ ବାବୁଙ୍କ ସରକାରରେ କୌଣସି ଗଫଲତି ହୁଏନାହିଁ କି ଆ-ଇ-ନକୁ ଭଙ୍ଗାଯାଏନି । କେବଳ ଏଇଥି ପାଇଁ ୨୨ ବର୍ଷ ହେଲାଣି ଓଡ଼ିଶାରେ ବିଜେଡି ସରକାର ଅଛି ।

ଏହାସହ ପିନାକୀ କହିଥିଲେ ଆମେ କୌଣସି ଖନନ କରୁନାହୁଁ କେବଳ ୪ଟି ପାଇଖାନା ନିର୍ମାଣ କରୁଛୁ । କାରଣ ମନ୍ଦିରକୁ ଆସୁଥିବା ଭକ୍ତମାନେ ଶୌଚାଳୟର ଆବଶ୍ୟକତା ମନେ କରୁଛନ୍ତି ହେଲେ ତାହାର ଲାଭ ପାଉନାହାନ୍ତି । ତେଣୁ ଶୌଚାଳୟ ନିର୍ମାଣ କରାଯାଉଛି । ପିନାକୀ ଏମିତି କହୁଥିବା ବେଳେ ଅନୁଭବ ଜୋରସୋରରେ ୟେସ୍ ୟେସ୍ କହି ଜୋରସୋରରେ କହିବା ସହ ନିଜ ଚୁଟିକୁ ବାରମ୍ବାର ସଜାଡ଼ି ଚି-ଲାଇ-ବାରେ ଲାଗିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଅନୁଭବ ଅଲୋଡ଼ା ହୋଇ ପଡିଥିବାରୁ ନବୀନ ବାବୁଙ୍କ ଧ୍ୟାନ ଆକ-ର୍ଷଣ ପାଇଁ ଏମିତି କରି ଥାଇପାରନ୍ତି ।

Leave a Reply

Your email address will not be published. Required fields are marked *