ଦୁନିଆର ସବୁଠାରୁ ଅଜବ ମନ୍ଦିର !

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହାକୁ ଆମେ କେବେ କଳ୍ପନା ବି କରିପାରିବାନି । ସେଥି ମଧ୍ୟରୁ ପୁରାତନ ମନ୍ଦିର ମାନଙ୍କର ଅନେକ ରହସ୍ୟ ରହିଛି ଯାହା ବେଳେ ବେଳେ ଆମକୁ ଆଶ୍ଚାଜ୍ୟା କରିଥାଏ ।ତେବେ ଆସନ୍ତୁ ଜାଣିବା ସେମିତି କିଛି ରହସ୍ୟମୟ ମନ୍ଦିର ବିଷୟରେ । ତେବେ ପ୍ରଥମେ ଜାଣିବା ଛତିଶଗଡ଼ର ଭରମଦେବ ମନ୍ଦିର ଏକ ପୁରାତନ ମନ୍ଦିର ଅଟେ ।

ଏହି ମନ୍ଦିରରେ ହୋଇଥିଲା କାରୁ କାର୍ଯ୍ୟ ଅତ୍ୟନ୍ତ ନିଖୁଣ ଓ ସୁନ୍ଦର ହେଇଥାଏ । ଆଉ ଏହି ମନ୍ଦିରର କାରୁକାର୍ଯ୍ୟ କାମସୂତ୍ରର ଅନେକ କଥାକୁ ଦର୍ଶାଇ ଥାଏ। ଏହି ମନ୍ଦିର କୁ 1089 ମସିହାରେ ବନା ଯାଇଥିଲା। ଯାହାକୁ ଦେଖିବାକୁ ଲୋକେ ଅନେକ ବାଟରୁ ଆସିଥାନ୍ତି। ଏଥରେ ଆସି ଏହି ମନ୍ଦିରର ଶୋଭାକୁ ଉପଭାଗ କରି ଥାଆନ୍ତି

ଦିତୀୟରେ ଭିସା ମନ୍ଦିର ଆପଣମାନେ ଜାଣିଥିବେ ଯେ ବାହାରକୁ ଯିବା ପାଇଁ ଭିସା ଦରକାର ହେଇଥାଏ ।ତେବେ ଏହି ମନ୍ଦିରଟି ତେଲେଙ୍ଗାନାର ଚିରୁକୁଲ ବାଲାଜୀ ମନ୍ଦିର ଏହି ମନ୍ଦିରରେ ଲୋକୋ ଆସି ନଡ଼ିଆ ପିଟିବା ଦ୍ଵାରା ତାଙ୍କର ନହେଇ ପାରୁଥିବା ଭିସା ସହଜରେ ହୋଇଥାଏ ବୋଲି ସେଠାକାର ଲୋକଙ୍କର ବିଶ୍ୱାସ ଅଟେ। ତୃତୀୟରେ ସୋନିଆ ଗାନ୍ଧୀ ମନ୍ଦିର, ଏହି ମନ୍ଦିରଟି ତେଲେଙ୍ଗାନାରେ ଅବସ୍ଥିତ ଅଟେ । ସେଠାରେ କଂଗ୍ରେସ ନେତ୍ରି ସୋନିଆ ଗାନ୍ଧୀଙ୍କର ଫୋଟକୁ ମନ୍ଦିରରେ ରଖି ଦେବୀ ଭାବରେ ପୂଜା କରିଥାଏ ।

ତାଙ୍କ ହାତରେ ଏକ ପଦ୍ମ ଫୁଲ ଧରିଥିବାର ଦୃଶ୍ୟ ସାମ୍ନାକୁ ଆସିଥାଏ। ଯାହା ଲୋକକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଯାହା ଦ୍ଵାରା ସେଠାକୁ ଯିବାକୁ ଭଲ ଲାଗିଥାଏ । ଚତୁର୍ଥରେ ସଚିନ ତେନ୍ଦୁଲକରଙ୍କ ମନ୍ଦିର।ଆମ ଭାରତରେ ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ଲୋକୋମାନେ ସଚିନଙ୍କ ମୂର୍ତ୍ତିକୁ ପୂଜା କରନ୍ତି।ଏହି ମନ୍ଦିରକୁ ଜଣେ ବିଜେପି ନେତା ଓ ଜଣେ ଭୋଜପୁରୀ ଗାୟକ ମିଶି ତିଆରି କରିଥଲେ।ତେବେ ଏହି ମନ୍ଦିରଟି ବିହାରରେ ରହିଚି, ଏଠାରେ ଧୋନୀ ଓ ଯୁବରାଜ ସିଂ ଙ୍କ ପ୍ରତିମା ମଧ୍ୟ ନିର୍ମାଣ କରାଯାଇଛି।

ପଞ୍ଚମରେ ଚାଇନିଜ କାଳୀ ମନ୍ଦିର, କଲିକତାର ଦାଂଗ୍ରାରେ ଏହି ମନ୍ଦିର ରହିଛି।ଏହି ସ୍ଥାନରେ ଅନେକ ଚାଇନିଜ ଲୋକମାନେ ବହୁବର୍ଷ ଧରି ହୋଟେଲ୍, ପାର୍ଲୋର୍ ଆଦି ତିଆରି କରି ବ୍ୟବସାୟ କରି ଆସୁଛନ୍ତି।ଏହି ମନ୍ଦୀର ଉଭୟ ହିନ୍ଦୁ ଓ ଚାଇନିଜ ମାନେ ପୂଜା କରନ୍ତି। ଷଷ୍ଠରେ ରାଜସ୍ଥାନର ଓମ୍ ବାନା ମନ୍ଦୀର। ଆଶ୍ଚର୍ୟ୍ଯର କଥା ଏହି ମନ୍ଦିରରେ ଏକ ବୁଲେଟ ବାଇକକୁ ପୂଜା କରାଯାଏ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଓମ୍ ବାନା ନାମକ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ ତାଙ୍କର ଦୁର୍ଘଟଣା ହୋଇଗଲା ଓ ପୋଲିସ୍ ବାଇକ୍ ଟିକୁ ଉଦ୍ଧାର କରି ଥାନାକୁ ଆଣିଲ,ମାତ୍ର ବାଇକ୍ ଆପେ ଆପେ ଯାଇ ଘଟଣାସ୍ଥଳରେ ପହଁଚିଗଲା।ସେହିଦିନ ଠାରୁ ଲୋକମାନେ ବାଇକକୁ ମନ୍ଦିରରେ ରଖି ପୂଜା କରନ୍ତି।

Leave a Reply

Your email address will not be published. Required fields are marked *