ଦଶମ ଶ୍ରେଣୀ ଫେଲ ଅଟୋ ବାଲାର ଭାଗ୍ୟ ପରିବର୍ତ୍ତନ କରିଦେଲେ ଜଣେ ଗୋରୀ ମାଡାମ,ବିବାହ କରି ଜୟପୁରରୁ ପହଞ୍ଚିଗଲେ ସ୍ଵିଜରଲାଣ୍ଡରେ !

ଏମିତି କୁହାଯାଏକି ଯେତେବେଳେ ଭାଗ୍ୟ କରବଟ ନିଏ, ସେତେବେଳେ ମଣିଷର ଭାଗ୍ୟ ସମ୍ପୂର୍ଣ ରୂପରେ ପରିବର୍ତ୍ତନ କରି ରଖିଦିଏ। ପ୍ରତ୍ଯେକ ମଣିଷ ଏହା ଚାହେଁକି ତାକୁ ପ୍ରତ୍ଯେକ ସ୍ଥାନରେ ଭାଗ୍ୟର ସାହାରା ମିଳୁ। ଖାସକରି ଯେତେବେଳେ ପ୍ରେମ କଥା ଆସେ ସେତେବେଳେ ଆଉ କଣ କହିବେ। ଆପଣ ସମସ୍ତେ ବହୁତ ସରା ପ୍ରେମ କାହାଣୀ ପଢିଥିବେ। କିଛି ପ୍ରେମ କାହାଣୀ ଏମିତି ହୋଇଥାଏ ଯାହାକୁ ଲେଖକଙ୍କ ଦ୍ଵାରା ଲେଖା ଯାଇଥାଏ।

କିଛି ପ୍ରେମ କାହାଣୀକୁ ଭାଗ୍ୟ ଲେଖିଥାଏ। ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏକ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯାହାଙ୍କର ପ୍ରେମ କାହାଣୀ ମଧ୍ୟ ଭାଗ୍ୟରେ ଲେଖା ହୋଇଥିଲା। ଦଶମ ଶ୍ରେଣୀ ଫେଲ ହୋଇଥିବା ରଞ୍ଜିତ ସିଂ ରାଜଙ୍କ ଭାଗ୍ୟ ଏମିତି ପରିବର୍ତ୍ତନ ହୋଇଥିଲାକି ସେ ସିଧାସଳଖ ସ୍ଵିଜରଲାଣ୍ଡ ପହଞ୍ଚି ଯାଇଥିଲେ।

ଜୟପୁରର ଗଳି ଭିତରେ ବୁଲୁଥିବା ବ୍ୟକ୍ତି ସ୍ଵିଜରଲାଣ୍ଡରେ ପହଞ୍ଚିଗଲା:-

ରଞ୍ଜିତ ସିଂ ରାଜ ବୋଧେ କେବେବି ଏମିତି କଳ୍ପନା କରିଥିବେକି ତାଙ୍କର ଭାଗ୍ୟରେ ଏମିତି ପରିବର୍ତ୍ତନ ହୋଇଯିବ ଓ ସେ ସିଧାସଳଖ ସ୍ଵିଜରଲାଣ୍ଡରେ ପହଞ୍ଚିଯିବେ। ରଞ୍ଜିତ ସିଂ ରାଜ ଜୟପୁରରେ ଏକ ବହୁତ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ବର୍ତ୍ତମାନ ସେ ଜୟପୁରର ଗଳିରୁ ବାହାରି ବିଦେଶରେ ଯାଇ ରହୁଛନ୍ତି।

ରଞ୍ଜିତ ସିଂ ରାଜଙ୍କ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ। ଏହା ତାଙ୍କର ଦୃଢ ସଂକଲ୍ପ ଓ କିଛି କରି ଦେଖାଇବାର ଜୁନୁନ ଥିଲା। ଯେଉଁ କାରଣରୁ ସେ ଜୟପୁରର ଜିନେବା ପର୍ଯ୍ଯନ୍ତ ଯାତ୍ରା କରିପାରିଥିଲେ।

ଜୀବନରେ ବହୁତ କଠିନ ପରିସ୍ଥିତିର କରିଥିଲେ ସାମ୍ନା:-

ଆପଣଙ୍କୁ ଜଣାଇଦେଉଛୁକି ରଞ୍ଜିତ ସିଂ ରାଜର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା, କେଉଁ କାରଣରୁ ସେ ନିଜର ପଢା ପୂରଣ କରିପାରିଲେ ନାହିଁ। ସେ କେବଳ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପଢିଛନ୍ତି। ଘରର ଆର୍ଥିକ ସ୍ଥିତି ଠିକ ନ ହେବା କାରଣରୁ ତାଙ୍କୁ ପଢା ଛାଡିବାକୁ ପଡିଲା। ସେ ନିଜର ଜୀବନରେ ବହୁତ କଠିନ ପରିସ୍ଥିତିର ସାମ୍ନା କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ରାଜ ପିଲାଦିନୁ ସାମାଜିକ ପୂର୍ବାଗ୍ରହର ସାମ୍ନା କରିଥିଲେ। ସେ ଗରିବ ପରିବାରରୁ ଆସିଛନ୍ତି ଓ ତାଙ୍କର ରଙ୍ଗ କଳା। ତାଙ୍କୁ ସବୁବେଳେ ତାନା ଶୁଣିବାକୁ ମିଳିଥାଏ। ଏଥିରେ ତାଙ୍କୁ ବହୁତ ରାଗ ଆସୁଥିଲା।

ଚଳାଇଲେ ଅଟୋ ରିକ୍ସା:-

ଯେତେବେଳେ ରାଜଙ୍କର ବୟସ ୧୬ ବର୍ଷ ଥିଲା ସେତେବେଳେ ଜୟପୁରରେ ଅଟୋ ରିକ୍ସା ଚଲାଉଥିଲେ। ଓ ସେ ଅନେକ ବର୍ଷ ପର୍ଯ୍ଯନ୍ତ ଅଟୋ ରିକ୍ସା ଚଲାଉଥିଲେ। ୨୦୦୮ ମସିହାରେ ଯେତେବେଳେ ଅନେକ ଅଟୋ ଡ୍ରାଇଭର ଇଙ୍ଗ୍ଲିଶ, ଫ୍ରେଞ୍ଚ, ସ୍ପେନିଶ ଭାଷାରେ କଥାବାର୍ତ୍ତା କରିପାରନ୍ତି ଓ ଟୁରିଷ୍ଟଙ୍କୁ ଆକର୍ଷଣ କରୁଥିଲେ ସେତେବେଳେ ରାଜ ମଧ୍ୟ ଇଙ୍ଗ୍ଲିଶ ଶିଖିବାକୁ ପ୍ରୟାସ କରିଲେ।

ରାଜ ଏହି ସମୟରେ ଏକ ଟୁରିଷ୍ଟ ବିଜନେସ ଆରମ୍ଭ କରିଲେ, ଯାହା ମାଧ୍ୟମରେ ସେ ବିଦେଶୀ ଟୁରିଷ୍ଟଙ୍କୁ ରାଜସ୍ଥାନ ବୁଲାଇବା ଆରମ୍ଭ କରିଲେ। ଏହି ସମୟରେ ରଞ୍ଜିତ ସିଂ ରାଜଙ୍କର ସାକ୍ଷାତ ଏକ ବିଦେଶୀ ମହିଳାଙ୍କ ସହିତ ହେଲା, ଯାହାକୁ ସେ ଆଗକୁ ଯାଇ ତାଙ୍କୁ ବିବାହ କରିନେଲେ। ଗୋରୀ ମେମ ଦଶମ ଶ୍ରେଣୀ ଫେଲ ଅଟୋ ରିକ୍ସାର ସମ୍ପୂର୍ଣ ଜୀବନକୁ ପରିବର୍ତ୍ତନ କରିଦେଲେ।

ଏହିପରି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ:-

ବିଦେଶୀ ମହିଳା ଫ୍ରାନ୍ସରୁ ଭାରତକୁ ବୁଲିବା ପାଇଁ ଆସିଥିଲେ। ରଞ୍ଜିତ ସିଂ ରାଜ ଏକ ଗାଇଡ ରୂପରେ ତାଙ୍କୁ ଜୟପୁର ବୁଲାଉଥିଲେ। ଓ ଏହି ସମୟରେ ତାଙ୍କ ଭିତରେ ପ୍ରେମ ଆରମ୍ଭ ହୋଇଯାଇଥିଲା। ଯେତେବେଳେ ବିଦେଶୀ ମହିଳା ଫ୍ରାନ୍ସକୁ ଫେରିଗଲେ ସେତେବେଳେ ଦୁଇଜଣଙ୍କ ମଧ୍ୟରେ ସ୍କାଇପ ଯୋଗେ କଥାବାର୍ତ୍ତା ହେଉଥିଲା।

ରାଜ ଫ୍ରାନ୍ସ ଯିବାକୁ ଅନେକ ଥର ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ଭିଜା ମିଳିଲା ନାହିଁ। ଯେତେବେଳେ ରାଜଙ୍କ ପ୍ରେମିକା ଫ୍ରାନ୍ସରୁ ଆଉ ଥରେ ଆସିଲେ ଓ ଉଭୟ ଫ୍ରେଞ୍ଚ ଏମ୍ବେସୀ ବାହାରେ ଧାରଣାରେ ବସିଗଲେ। ଏମ୍ବେସୀର ଅଧିକାରୀ ତାଙ୍କୁ ସାକ୍ଷାତ କରିଲେ ଓ ତାଙ୍କୁ ତିନି ମାସ ପାଇଁ ଭିଜା ଟୁରିଷ୍ଟ ମିଳିଗଲା।

ଦୁଇଜଣ ବିବାହ କରିନେଲେ:-

ଅଓନଙ୍କୁ ଜଣାଇଦେଉଛୁକି ୨୦୧୪ ମସିହାରେ ଦୁଇଜଣ ବିବାହ କରିନେଲେ ଓ ବିବାହ ପରେ ରଞ୍ଜିତ ସିଂ ରାଜଙ୍କ ପତ୍ନୀ ଏକ ପିଲାକୁ ଜନ୍ମ ଦେଲେ। ଯେତେବେଳେ ରଞ୍ଜିତ ସିଂ ରାଜ ଲଙ୍ଗ ଟର୍ମ ଭିଜା ପାଇଁ ଆବେଦନ କରିଲେ ତାଙ୍କୁ ଫ୍ରେଞ୍ଚ ଶିଖିବା ପାଇଁ କୁହାଗଲା। ଏହା ପରେ ସେ ଏକ କ୍ଳାସ ଜଏନ କରିଲେ ଓ ଫ୍ରେଞ୍ଚ ଶିଖିଗଲେ। ଏହି ସମୟରେ ରାଜ ଜେନେବାରେ ପରିବାର ସହିତ ରହୁଛନ୍ତି ଓ ଏଠାରେ ଏକ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରନ୍ତି।

ଆପଣଙ୍କୁ ଜଣାଇଦେଉଛୁକି ରଞ୍ଜିତ ସିଂ ରାହ ନିଜର ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହାନ୍ତି। କାମ କରିବା ବ୍ଯତୀତ ତାଙ୍କର ଏକ ୟୁଟୁବ ଚ୍ଯାନେଲ ମଧ୍ୟ ଅଛି। ଯାହା ଜରିଆରେ ଘରେ ବସିଥିବା ଲୋକଙ୍କୁ ଦୁନିଆର ସୁନ୍ଦର ସ୍ଥାନକୁ ଦେଖାନ୍ତି।

Leave a Reply

Your email address will not be published. Required fields are marked *