ମାର୍ଚ୍ଚ ୩୧ ପୂର୍ବରୁ କରାଇ ନିଅନ୍ତୁ ନିଜ ନାମରେ ସ୍କୀମ, ୧୦ ବର୍ଷ ପରେ ପାଇବେ ୯,୨୫୦ ଟଙ୍କା ମାସିକ ପେନସନ୍‌,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

ସାଧାରଣତଃ ଚାକିରି କରୁଥିବା ଲୋକମାନେ ନିଜର ବୟସ ହୋଇଗଲା ପରେ ପେନସନ୍ ଦ୍ୱାରା ହିଁ ଚଳି ଥାଆନ୍ତି। ଲୋକମାନଙ୍କର ଚାକିରି କୁ ନେଇ ପେନସନ୍, ଯେଉଁ ମାନେ ଭଲ ଚାକିରି କରୁଥିବେ ଅଧିକ ଟଙ୍କା ଦରମା ପାଉଥିବେ ସେମାନେ ପେନସନ୍ ବି ସେହିଭଳି ପାଇବେ, ଆଉ ଯେଉଁମାନେ କମ୍ ଦରମା ପାଉଥିବେ ସେମାନେ ସେହିଭଳି ପେନସନ୍ ପାଇବେ। ଯଦି ଆପଣ ଏକ ଏମିତି ପେନସନ୍‌ ସ୍କୀମର ସନ୍ଧାନରେ ଅଛନ୍ତି

ଯାହା ଆପଣଙ୍କ ଜୀବନର ଗୋଲଡେନ୍‌ ଇୟରକୁ ଅଧିକ ସୁଃଖଦ ଏବଂ ଆରାମଦାୟକ ବନାଇପାରିବ, ତାହେଲେ ଆପଣ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନାକୁ ନିଶ୍ଚୟ ଥରେ ଚେକ କରିବା ଉଚିତ। କାହିଁକିନା ଏହା ସେହି ବୟସ୍କ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଲୋକପ୍ରିୟ ପେନସନ୍‌ ସ୍କିମ ହେବ ଯେଉଁମାନେ ନିଜ ଜୀବନର ଅବସର ସମୟରେ ପେନସନ୍‌ ପାଇବାକୁ ଚାହୁଁଛନ୍ତି।

ଯେଉଁ ଲୋକ ଭଲ ପେନସନର ସୁବିଧା ପାଇବାକୁ ଚାହୁଁଛନ୍ତି ସେମାନଙ୍କୁ ଏବେ ଏହି ସ୍କିମକୁ ନେବା ଉଚିତ କାହିଁକିନା ପଲିସି କେବଳ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲଞ୍ଚ୍‌ କରାଯାଉଛି।ଯଦି ଆପଣ ୩୧ ମାର୍ଚ୍ଚ, ୨୦୨୨ ପୂର୍ବରୁ ପଲିସି କିଣୁଛନ୍ତି, ତାହେଲେ ଆପଣଙ୍କୁ ପ୍ରତି ବର୍ଷ ୭.୪୦ ପ୍ରତିଶତର ଗ୍ୟାରେଣ୍ଟୀ ପେନସନ୍‌ ମିଳିବ। ଯାହା ଦଶ ବର୍ଷର ଅବଧି ପାଇଁ ମାସିକ ରୂପରେ ଦେୟ କରାଯିବ।

ଏଲଆଇସିର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଏହି ଯୋଜନା ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୭.୪୦ ପ୍ରତିଶତ ପ୍ରତିବର୍ଷ ସୁନିଶ୍ଚିତ ପେନସନ୍‌ ପ୍ରଦାନ କରିବ। ୱେବସାଇଟରେ କରାଯାଇଛି, ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କିଣାଯାଇଥିବା ସମସ୍ତ ପଲିସିଙ୍କ ପାଇଁ ପେନସନର ଏହି ସୁନିଶ୍ଚିତ ଦର ୧୦ ବର୍ଷର ପୂରା ପଲିସିର ଅବଧି ରହିଛି।

କଣ ଏହି ପିଏନଭିଭିୱାଏ?

ଯଦି ଆପଣ ଦଶ ବର୍ଷର ପଲିସି ଅବଧି ପର୍ଯ୍ୟନ୍ତ ଜୀବିତ ରୁହନ୍ତି ତାହେଲେ ଆପଣ ବାଛିଥିବା ଅପ୍ସନ ଆଧାରରେ ପ୍ରତ୍ୟେକ ଅବଧିର ଶେଷରେ କିସ୍ତିରେ ପେନସନ୍‌ ମିଳିବ।ଯଦି ପଲିସିଧାରକ ଦଶ ବର୍ଷର ପଲିସି ଅବଧି ଭିତରେ ସମାପ୍ତ ହୋଇଯାଇଥାଏ, ତାହେଲେ କ୍ରୟ ମୂଲ୍ୟ ଲାଭାର୍ଥୀକୁ ଫେରସ୍ତ କରିଦିଆଯିବ।

ଯଦି ପଲିସିଧାରକ ପଲିସି ଅବଧି ଭିତରେ ଜୀବିତ ରୁହନ୍ତି, ତାହେଲେ ତାକୁ କ୍ରୟ କରିବାର ମୂଲ୍ୟ ଏବଂ ଶେଷ ପେନସନ୍‌ ପେମେଣ୍ଟ କରାଯିବ।ଏହା ଧ୍ୟାନ ରଖିବା ବହୁତ ଜରୁରୀ ଯେ ଏହି ଯୋଜନାର ମୋଟ ଯୋଗଦାନା ରାଶି ରହିଛି ୧୫ ଲକ୍ଷ ଟଙ୍କା।ଅଧିକ ସୂଚନା ପାଇବା ପାଇଁ ଏଲଆଇସିର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ସେଠାରେ ଆପଣ ଏହି ଯୋଜନା,ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ।

Leave a Reply

Your email address will not be published. Required fields are marked *