ମିଳିଲାନି ଜା-ମିନ: ଗି-ର-ଫ ପରେ ୫ ଦିନିଆ ରିମା-ଣ୍ଡରେ ଯିବେ ଶର୍ମିଷ୍ଠା

କ୍ୟାମେରାମ୍ୟାନ ମାନଓ ସ୍ୱାଇଁ ହ-ତ୍ୟା ମାମ-ଲାରେ ଆଜିଠାରୁ ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମା-ଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଚାନ୍ଦବାଲି କୋର୍ଟ । କ୍ରାଇମବ୍ରାଞ୍ଚ ୧୦ ଦିନ ପାଇଁ ରି-ମା-ଣ୍ଡ ଆବଦେନ କରିଥିବାବେଳେ କୋର୍ଟ ୫ ଦିନ ରିମା-ଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଏହାଛଡା ନିରଞ୍ଜନ ସେଠୀ, ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକ ଓ ଗି-ର-ଫ ହୋଇଥିବା ଶର୍ମିଷ୍ଠାଙ୍କ ଆଉ ଜଣେ ସହଯୋଗୀ ଝୁନା ଭୋଇ ବି ଆଜିଠାରୁ ୫ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମା-ଣ୍ଡରେ ଯିବେ ।

ଶର୍ମିଷ୍ଠାଙ୍କୁ ଭଦ୍ରକ ନଳାଙ୍ଗ ଠାରୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଓ ଭଦ୍ରକ ପୁ-ଲି-ସ ଗି-ରଫ କରିଥିଲେ । ଶର୍ମିଷ୍ଠା ଗି-ର-ଫ ପରେ ମାନସ ସ୍ୱାଇଁ ହ-ତ୍ୟା ମାମ-ଲାରୁ ପରଦା ହଟିବ ବୋଲି ଆଶା କରାଯାଉଛି । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ରିମା-ଣ୍ଡରେ ଆଣି ଚିପ୍ ରେ କ’ଣ ଥିଲା, ମାନସକୁ କାହିଁକି ଓ କେମିତି ହ-ତ୍ୟା ସେବୁର ରହସ୍ୟ ଭେଦ କରିବାକୁ ଉଦ୍ୟମ କରିବ । ସୂଚନାଯୋଗ୍ୟ, କୋଲକାତାରୁ ବସ୍‌ ଯୋଗେ ଭୁବନେଶ୍ବର ଆସୁଥିବା ଖବର ପାଇ ଗତରାତିରେ ଅର୍ଥାତ୍ ସୋମବାର ଦିନ କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ଓ ଭଦ୍ରକ ପୁଲି-ସର ଚାରିଟି ଟିମ୍ ଜା-ଲ ବିଛାଇଥିଲେ ।

ପୂରା ଫିଲ୍ମ ଷ୍ଟାଇଲରେ ତିନିଟି ପୁ-ଲି-ସ ଭ୍ୟାନ୍‌ ବସ୍‌କୁ ପିଛା କରିବା ପରେ ରାଜପଥର ନଳାଙ୍ଗ ସାଇମନ୍ଦିର ନିକଟରେ ଅଟକାଇ ଉଭୟଙ୍କୁ ଗି-ର-ଫ କରିଥିଲେ । ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ଉଭୟ ମାସ୍କ ପିନ୍ଧିଥିବା ବେଳେ ମୁହଁକୁ ଢାଙ୍କି ରଖିଥିଲେ। ଗି-ର-ଫ ପରେ ସେମାନଙ୍କୁ ପ୍ରଥମେ ଭଦ୍ରକ ପୁ-ଲି-ସ ରିଜର୍ଭ ବାରାକ୍‌ ଓ ପରେ ତିହିଡ଼ି ଥା-ନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଦୁହିଁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଚାନ୍ଦବାଲି ଥା-ନା ନିଆଯାଇଥିଲା ।

ସେଠାରେ ତଦ-ନ୍ତକା-ରୀ ଟିମ୍‌ ଦୁହିଁଙ୍କୁ ଜେରା କରିଥିଲେ ମଧ୍ୟ ଚିପ୍ ସମ୍ପର୍କରେ କିଛି ସୂଚନା ପାଇ ପାରିନାହିଁ। ଚିପ୍‌କୁ ନ-ଷ୍ଟ କରି ଦିଆଯାଇଥିବା ସ-ନ୍ଦେ-ହ କରାଯାଉଛି । ମେମୋରି ଚିପ୍ ଆଦାୟ କରିବା ଲାଗି ଶର୍ମିଷ୍ଠା ଓ ଅନ୍ୟ ସହଯୋଗୀମାନେ ଫେବ୍ରୁଆରି ୭ ତାରିଖରେ ମାନସଙ୍କୁ ଚାନ୍ଦବାଲି ପଳାସପୁରରୁ ଅପ-ହରଣ ପରେ ହ-ତ୍ୟା କରିଥିଲେ। ମୃ-ତଦେ-ହକୁ ନୟାଗଡ଼ ରଣପୁର ଥା-ନା ବଧିପାଟଣା ଅଞ୍ଚଳରେ ଥିବା ପାହାଡ଼ ତଳେ ପୋ-ତି ଦେଇଥିଲେ । ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଶର୍ମିଷ୍ଠା କୋଲକାତା ଓ ଗୌହାଟୀରେ କିଛି ଦିନ ଥିଲେ । ଏମିତିକି ରେଳ ଷ୍ଟେସ-ନରେ ମଧ୍ୟ ଆଶ୍ରୟ ନେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *