୮୦୦ ଟଙ୍କାରେ ବିକି ଦେଇଥିଲା ମାଆ , କିନ୍ତୁ ୪ ବର୍ଷ ବୟସରେ ଦୁନିଆରେ ହେଇଗଲା ପ୍ରସିଦ୍ଧ,ବର୍ତ୍ତମାନ ଏହିଠାରେ ଅଛନ୍ତି ବୁଦ୍ଧିଆ !

ଆପଣଙ୍କର ୨୦୦୬ ମସିହାର ସେହି ଛୋଟ ପିଲା ତ ମନେ ହିଁ ଥିବା ଯିଏ କେବଳ ୪ବର୍ଷର ବୟସରେ ଦୌଡର ଏକ ନୂଆ ରେକର୍ଡ ସୃଷ୍ଟି କରିଦେଇ ଥିଲା । ବୁଦ୍ଧିଆ ନାମର ଏହି ପିଲା ନିଜ ସାହାସ ଆଉ ପରିଶ୍ରମ ଦ୍ୱାରା ସମସ୍ତଙ୍କୁ ଏହା କହିଦେଇ ଥିଲା କି ପରିଶ୍ରମ ଏବଂ ମନୋବଳ ସାହାଯ୍ୟରେ ସବୁ କି ସମ୍ଭବ ହୋଇପାରିବ । ବୁଦ୍ଧିଆ ମାତ୍ର ୪ବର୍ଷ ବୟସରେ ହିଁ ଗଜବର କାରାନାମା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥିଲ

ଆପଣଙ୍କୁ କହିରଖୁଛୁ କି ବୁଦ୍ଧିଆ ୪ବର୍ଷ ବୟସରେ ହିଁ ୬୫ କିଲୋମିଟରର ମାରାଥନ ରେସ୍ କୁ ପୁରା କରି ରେକର୍ଡ ବନେଇ ଥିଲା । ଏହି ରେକର୍ଡ କୁ ବନେଇବା ପରେ ହିଁ ବୁଦ୍ଧିଆ କେବଳ ଦେଶରେ ନୁହେଁ ବରଂ ପୁରା ଦୁନିଆରେ ନିଜର ନାଁ ଅର୍ଜନ କରିନେଇ ଥିଲା । ଏହି ଛୋଟ ପିଲାଟିକୁ ଦୁନିଆ ସାରା ଲୋକ ଚିହ୍ନିବାରେ ଲାଗିଲେ । ଆପଣ ବି ଭାବୁଥିବେ ଆଜି ଏହି ପିଲା କଥା ଆମେ କାହିଁକି କହୁଛୁ ।

୭ଘଣ୍ଟାରେ ହିଁ ପାରି କରିଥିଲା ୬୫ କିଲୋମିଟରର ମାରାଥନ :-

ପ୍ରକୃତରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ଗଜବ କାରନାମା କରିଥିବା ଛୋଟ ପିଲାଟି କୋଉଠି ଅଛି । ଅଧିକାଂଶ ଲୋକ ଏହି ପିଲା ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ପ୍ରକୃତରେ ବର୍ତ୍ତମାନ ବୁଦ୍ଧିଆ କୋଉଠି ଅଛି ଏବଂ କଣ କରୁଛି । ଏହା ପୂର୍ବରୁ ଆପଣଙ୍କୁ ଏହି ପିଲାଟିର କାରନାମା ବିଷୟରେ ଟିକେ ବିସ୍ତାର ରୂପରେ କହିଦେଉଛୁ ।

ପ୍ରକୃତରେ ଭୁବନେଶ୍ୱରରେ ୨ମଇ ୨୦୦୬ରେ ବୁଦ୍ଧିଆ ମାରାଥନ ରେ ଅଂଶ ଗ୍ରହଣ କରିଥିଲା । ଏହି ସମୟରେ ବୁଦ୍ଧିଆ ମାତ୍ର ୪ବର୍ଷର ଥିଲା । ଏହା ମଧ୍ୟରେ ଏହି ମାରାଥନ ରେ ବୁଦ୍ଧିଆ ୬୫କିଲୋମିଟରର ଦୌଡ଼ ଭୁବନେଶ୍ୱର ରୁ ପୁରୀ ପର୍ଯ୍ୟନ୍ତ ୭ ଘଣ୍ଟା ୨ମିନିଟ ରେ ପୁରା କରିଥିଲା । ଏହି କାରନାମା ପରେ ଲୋକ ବୁଦ୍ଧିଆକୁ ଦେଶର ପରବର୍ତ୍ତୀ ମିଲ୍ଖା ସିଂହ କହିବା ଆରମ୍ଭ କରିଦେଲେ ।

ବିନା ପ୍ରଫେସନାଲ୍ ଟ୍ରେନିଙ୍ଗରରେ ପାରି କଲା ମାରାଥନ :-

ବୁଦ୍ଧିଆ ବିଷୟରେ ଆପଣଙ୍କୁ କହିରଖୁଛୁ କି ବୁଦ୍ଧିଆ ଏକ ଗରିବ ପରିବାର ପିଲା ଅଟେ । ଏମିତି ରେ ମାରାଥନରେ ବୁଦ୍ଧିଆ ବିନି କୌଣସି ପ୍ରଫେସନାଲ୍ ଟ୍ରେନିଙ୍ଗ ରେ ହିଁ ଏତେ ଲମ୍ବା ରେସ ପୁରା କରିଥିଲା । କୁହାଯାଉଛି କି ବୁଦ୍ଧିଆକୁ ତାଙ୍କ ପୂର୍ବ କୋଚ୍ ବିରଞ୍ଚି ଦାଶ ହିଁ ଏହି ସାମର୍ଥ୍ୟ ବନେଇଛନ୍ତି ।

କୁହାଯାଉଛି କି ଥରେ କୋଚ୍ ବୁଦ୍ଧିଆ କୁ ଦଣ୍ଡ ଦେବା ପାଇଁ ଦୌଡ଼ିବାକୁ କହିଥିଲେ । ଯାହାକୁ ପୁରା କରିବା ପାଇଁ ବୁଦ୍ଧିଆ ୪ ରୁ ୫ ଘଣ୍ଟା ସମୟ ନେଇଥିଲା । ଏହା ପରେ ମଧ୍ୟ ବୁଦ୍ଧିଆ ଦୌଡ଼ିବା ବନ୍ଦ କରିନଥିଲା । ଏମିତିରେ ବରଞ୍ଚି ଦାଶ ବୁଦ୍ଧିଆ କୁ ମାରାଥନ ପାଇଁ ପ୍ରସ୍ତୁତ କରି ତାକୁ ମାରାଥନରେ ଉଲ୍ହେଇଲେ ।

ଦୁଇ ବର୍ଷ ବୟସରେ ପିତାଙ୍କୁ ହରେଇ ଥିଲା :-

ବୁଦ୍ଧିଆ ଦୁଇ ବର୍ଷ ବୟସରେ ହି ତାର ପିତାଙ୍କୁ ହରେଇ ଦେଇଥିଲା । ଏମିତିରେ ବୁଦ୍ଧିଆର ମା ନିଜ ପରିବାର ଲାଳନ ପାଲନ କରିବା ପାଇଁ ଅନ୍ୟଘରର ବାସନ ମାଜିବାର କାମ କରୁଥିଲେ ଏବଂ ସେ ତାଙ୍କ ପୁଅ ବୁଦ୍ଧିଆକୁ ରେହଡ଼ି -ପଟରି ବାଲାକୁ ୮୦୦ ଟଙ୍କାରେ ବିକ୍ରି କରିଦେଇ ଥିଲେ । ପରିବାରରେ ବୁଦ୍ଧିଆର ତିନି ଭଉଣୀ ମଧ୍ୟ ଅଛନ୍ତି ।

ବର୍ତ୍ତମାନ କେଉଁଠି ବୁଦ୍ଧିଆ :-

ଏହା ପରେ ବୁଦ୍ଧିଆ ପାଖାପାଖି ୪୮ ମାରାଥନ ରେ ଭାଗ ନେଲା । ଏହା ପରେ ବୁଦ୍ଧିଆ ହଠାତ୍ କୁଆଡେ ହଜିଗଲା । ଆଜି ବୁଦ୍ଧିଆ ୨୦ବର୍ଷର ହୋଇଗଲାଣି । କୁହାଯାଉଛି କି ବୁଦ୍ଧିଆ ପରବର୍ତ୍ତୀ ଅଲମ୍ପିକ୍ ଯାହା କି ୨୦୨୪ ରେ ହେବାକୁ ଯାଉଛି ତାର ପ୍ରସ୍ତୁତି ରେ ଅଛନ୍ତି ।

Leave a Reply

Your email address will not be published. Required fields are marked *